ପିଆଜରେ ତିଆରି ସାଣ୍ଟାଙ୍କ ବିଶ୍ଵ ରେକର୍ଡ
ୱାର୍ଲଡ୍ ରେକର୍ଡସ୍ ବୁକ୍ ଅଫ୍ ଇଣ୍ଡିଆରେ ସ୍ଥାନ ପାଇଲା ପିଆଜରେ ତିଆରିହେଲା ସାଣ୍ଟାଙ୍କ ପ୍ରତିମୁର୍ତି

ପୁରୀ: ଦୁଇ ଟନ୍ ପିଆଜ ଓ ବାଲୁକା ରାଶିରେ ନିର୍ମିତ ହୋଇଛି ବୃହତ୍ ସାନ୍ତାକ୍ଲଜ ବାଲୁକା କଳା। ବ୍ଲୁ ଫ୍ଲାଗ ବିଚ୍ରେ ୧୦୦ ଫୁଟ ଲମ୍ବ, ୨୦ ଫୁଟ ଉଚ୍ଚ ଓ ୪୦ ଫୁଟ ପ୍ରସ୍ଥ ବିଶିଷ୍ଟ ସାନ୍ତାକ୍ଲଜ ସ୍ଥାପତ୍ୟ ପ୍ରସ୍ତୁତ କରିଛନ୍ତି ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ବଡ଼ଦିନ ଅବସରରେ ପ୍ରସ୍ତୁତ ଏହି ବୃହତ୍ ବାଲୁକା କଳା ‘ୱାର୍ଲଡ୍ ରେକର୍ଡ ବୁକ୍ ଅଫ୍ ଇଣ୍ଡିଆ’ ରେକର୍ଡରେ ସ୍ଥାନିତ ହୋଇଛି। ବାଲୁକା କଳାରେ ‘ଚାରାଟିଏ ଉପହାର ଦିଅ, ପୃଥିବୀକୁ ସବୁଜମୟ କର’ର ବାର୍ତ୍ତା ଦିଆଯାଇଛି।
ପିଆଜରେ ସାଣ୍ଟାକ୍ଲଜ୍ । ବଡ଼ଦିନ ଉପଲକ୍ଷେ ପୁରୀ ବେଳାଭୂମିରେ ଆକର୍ଷଣୀୟ ଢଙ୍ଗରେ ସାଣ୍ଟାକ୍ଲଜ୍ ତିଆରି କରି ରେକର୍ଡ କରିଛନ୍ତି ଅନ୍ତର୍ଜାତୀୟ ଖ୍ୟାତି ସଂପନ୍ନ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ।
୨ ଟନ୍ ପିଆଜରେ ତିଆରି ଏହି ୧୦୦ ଫୁଟର ସାଣ୍ଟାକ୍ଲଜ୍ ବାଲୁକା କଳାକୃତି ସ୍ଥାନ ପାଇଛି ୱାର୍ଲଡ୍ ରେକର୍ଡସ୍ ବୁକ୍ ଅଫ୍ ଇଣ୍ଡିଆରେ ।
ଏହାର ଓସାର ୪୦ ଫୁଟ୍ ଏବଂ ଉଚ୍ଚତା ୨୦ ଫୁଟ୍। ସୁଦର୍ଶନଙ୍କ ନେତୃତ୍ୱରେ ୩୨ ଜଣ ଛାତ୍ରଛାତ୍ରୀଙ୍କ ଦ୍ବାରା ବ୍ଲୁ ଫ୍ଲାଗ୍ ବିଚରେ ନିର୍ମିତ ଏହି ବାଲୁକା କଳାକୃତି ତିଆରି କରିବାକୁ ୮ ଘଣ୍ଟା ଲାଗିଥିଲା । ସେଥିରେ ମେରି ଖ୍ରୀଷ୍ଟମାସ ବୋଲି ଲେଖାଯିବା ସହ, ଗଛ ଉପହାର ଦେବା ପାଇଁ ସଚେତନତା ମୂଳକ ବାର୍ତ୍ତା ଦିଆଯାଇଛି I
ପ୍ରତିବର୍ଷ ବଡ଼ଦିନ ପରିପ୍ରେକ୍ଷୀରେ ସୁଦର୍ଶନ ପଟ୍ଟନାୟକ ଓ ତାଙ୍କଠୁ ପ୍ରଶିକ୍ଷିତ ଶିଳ୍ପୀଙ୍କ ଦ୍ବାରା ସାନ୍ତାକ୍ଲଜ ବାଲୁକା କଳା ପ୍ରଦର୍ଶିତ ହୋଇଆସୁଛି। ଆଜି ଏହି ବୃହତ୍ ବାଲୁକା କଳା ସମ୍ପନ୍ନ କରିବାକୁ ଶ୍ରୀ ପଟ୍ଟନାୟକ ଓ ତାଙ୍କ ସ୍ୟାଣ୍ଡ ଆର୍ଟ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ୮ ଘଣ୍ଟା ସମୟ ଲାଗିଛି। ବାଲୁକା କଳା ସମ୍ପନ୍ନ ହେବା ପରେ ‘ୱାର୍ଲଡ ରେକର୍ଡ ବୁକ୍ ଅଫ୍ ଇଣ୍ଡିଆ’ର ମୁଖ୍ୟ ସମ୍ପାଦକ ସୁଷମା ନାର୍ଭେକର ଓ ବିଚାରକ ସଞ୍ଜୟ ନାର୍ଭେକର ଏହା ଏକ ବିଶ୍ବ ରେକର୍ଡ ବୋଲି ଘୋଷଣା କରିଥିଲେ। ନୂଆ ବିଶ୍ବ ରେକର୍ଡ ପାଇଁ ପ୍ରମାଣପତ୍ର ସହ ପଦକ ପ୍ରଦାନ କରିଥିଲେ।
ପ୍ରତିବର୍ଷ ବଡ଼ଦିନ ଅବସରରେ ନୂଆ ବାଲୁକା କଳାକୃତି ଭେଟି ଦେଉଥିବା ଶ୍ରୀ ପଟ୍ଟନାୟକ ଗତବର୍ଷ ଟମାଟୋରେ ସାନ୍ତାକ୍ଲଜ ପ୍ରସ୍ତୁତ କରିଥିଲେ। ଶ୍ରୀ ପଟ୍ଟନାୟକ କହିଛନ୍ତି, ପୁରୀ ପର୍ଯ୍ୟଟନ ସ୍ଥଳୀ ହୋଇଥିବାରୁ ବହୁ ପର୍ଯ୍ୟଟକଙ୍କ ସମାଗମ ହେଉଛି। ତେଣୁ ପ୍ରତିବର୍ଷ ଖ୍ରୀଷ୍ଟମାସରେ ଏହିଭଳି ବାଲୁକା କଳା ପର୍ବ ଆୟୋଜନ କରାଯାଉଛି। ଚଳିତ ବର୍ଷ କଳାକୃତି ବିଶ୍ବ ରେକର୍ଡରେ ସ୍ଥାନିତ ହେବା ଗର୍ବ ଓ ସମ୍ମାନର ବିଷୟ ବୋଲି ସେ କହିଛନ୍ତି।
ସେପଟେ ପୁରୀ ସ୍ୟାଣ୍ଡ୍ ଆର୍ଟ ପାର୍କରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ ସାହୁ ମଧ୍ୟ ବାଲିରେ ତିଆରି କରିଛନ୍ତି ସାଣ୍ଟାକ୍ଲଜ୍ । ସେଥିରେ ସାଣ୍ଟା ସହ ଖ୍ରୀଷ୍ଟମାସ ଟ୍ରି’କୁ ବେଶ୍ ସୁନ୍ଦର ଭାବେ ତିଆରି କରିଛନ୍ତି ମାନସ। ସେ ଏହି କଳାକୃତି ଜରିଆରେ ଗଛର ସୁରକ୍ଷା ବାର୍ତ୍ତା ସମାଜକୁ ଦେଇଛନ୍ତି ।