ବେଆଇନ୍ ଗୋଚାଲାଣ : ୧୦ ଅଟକ
ବିଳମ୍ବିତ ରାତିରେ ବେଆଇନ୍ ଗୋଚାଲାଣ ବେଳେ ଆନନ୍ଦପୁର ଥାନା ପୁଲିସର ଅତର୍କିତ ଚଢ଼ଉ କରିଥିବାର ଖବର ମିଳିଛି

ବିଳମ୍ବିତ ରାତିରେ ବେଆଇନ୍ ଗୋଚାଲାଣ ବେଳେ ଆନନ୍ଦପୁର ଥାନା ପୁଲିସର ଅତର୍କିତ ଚଢ଼ଉ କରିଥିବାର ଖବର ମିଳିଛି। ଘଟଣାସ୍ଥଳରୁ ୪ଟି ଗାଡ଼ି ଜବତ କରାଯାଇଥିବା ବେଳେ ୧୫୦ରୁ ଊର୍ଦ୍ଧ୍ବ ଗୋରୁ ଉଦ୍ଧାର ହୋଇଛନ୍ତି। ଏହି ମାମଲାରେ ଆନନ୍ଦପୁର ଥାନାରେ ୧୦ ଗୋଚାଲାଣକାରୀଙ୍କୁ ଅଟକରଖି ପୁଲିସ ପଚରାଉଚରା କରୁଛି।
୨ଟି ଟ୍ରକ ଓ ୨ଟି ପିକ୍ଅପରେ ଗୋଚାଲାଣ ହେଉଥିବାର ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଆନନ୍ଦପୁର ଥାନା ପୁଲିସ ଆନନ୍ଦପୁର-ଠାକୁରମୁଣ୍ଡା ରାସ୍ତାର କୋଡ଼ପଡ଼ାଠାରେ ଚଢ଼ଉ କରିଥିଲା। ରାତି ପ୍ରାୟ ୧ଟା ବେଳେ ଏହି ଚଢ଼ଉ କରାଯାଇଥିଲା। ଆନନ୍ଦପୁର ବ୍ଲକ୍ ଅନ୍ତର୍ଗତ କୋଡ଼ପଡ଼ାରୁ ୪ଟି ଗାଡ଼ି ଜବତ କରିବା ସହ ୧୫୦ରୁ ଊର୍ଦ୍ଧ୍ବ ଗୋରୁ ଉଦ୍ଧାର କରିଥିଲା ପୁଲିସ। ଏଣେ ସେଠାରୁ ୧୦ ଗୋଚାଲାଣକାରୀଙ୍କୁ ବି ଧରିଥିଲା।
ବେଶ୍ କିଛି ଦିନ ପରେ ଏତେ ସଂଖ୍ୟକ ଗୋରୁ ଉଦ୍ଧାର ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ତେବେ ଏଯାଏ ପୁଲିସ ପକ୍ଷରୁ ଅଭିଯୁକ୍ତମାନଙ୍କ ସଂପର୍କରେ ତଥ୍ୟ ପ୍ରଦାନ କରାଯାଇନାହିଁ।