ପାରାଦୀପ ରେ ଆୟୋଜିତ ହେଲା ଡଃ ଦେବେନ୍ଦ୍ର ପ୍ରଧାନଙ୍କ ଶ୍ରଦ୍ଧାଞ୍ଜଳି ସଭା l

ଅଟଳ ବିହାରୀ ବାଜପେୟୀ ଟ୍ରଷ୍ଟ ଆନୁକୂଲ୍ୟରେ ଅନୁଷ୍ଠିତ ହେଲା ଡଃ ଦେବେନ୍ଦ୍ର ପ୍ରଧାନଙ୍କ ଶ୍ରଦ୍ଧାଞ୍ଜଳି ସଭା l

ପାରାଦୀପ ରେ ଆୟୋଜିତ ହେଲା  ଡଃ ଦେବେନ୍ଦ୍ର ପ୍ରଧାନଙ୍କ ଶ୍ରଦ୍ଧାଞ୍ଜଳି ସଭା l

ପାରାଦୀପ ତା - 25/03/2025 ରିଖ ମଙ୍ଗଳବାର ସନ୍ଧ୍ୟା 6ଘଟିକା ସମୟରେ "ଅଟଳ ବିହାରୀ ବାଜପେୟୀ ଟ୍ରଷ୍ଟ", ପାରାଦ୍ୱୀପ ତରଫରୁ ନୂଆବଜାର ସ୍ଥିତ ଟ୍ରଷ୍ଟ କାର୍ଯ୍ୟାଳୟ ଠାରେ ଓଡିଶା ବିଜେପିର ପ୍ରତିଷ୍ଠାତା, ପ୍ରଥମ ରାଜ୍ୟ ସଭାପତି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡଃ ଦେବେନ୍ଦ୍ର ପ୍ରଧାନ ଙ୍କ ଉଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇ ଯାଇଅଛି l ଉକ୍ତ ସଭାରେ ସମାଜର ବିଭିନ୍ନ ବର୍ଗର ଲୋକ ଯୋଗଦେଇ ମହାନ ନେତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l ଟ୍ରଷ୍ଟର ଅଧକ୍ଷ ଅଜିତ କୁମାର ଦାସ ଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଠ ଆଇନୀଜୀବୀ ଗୋରାଚନ୍ଦ ସିହ୍ନା, ପାରାଦ୍ୱୀପ ପୌର ଉପାଧ୍ଯକ୍ଷା ଶ୍ରୀମତୀ ଛବିଲତା ରାଉତ, ପୂର୍ବତନ ପାରିଷଦ ତଥା ବିଶ୍ୱହିନ୍ଦୁ ପରିଷଦ ର କାର୍ଯ୍ୟକର୍ତ୍ତା ସୁଶୀଲ କୁମାର ମହାପାତ୍ର, ଟ୍ରଷ୍ଟର ସଦସ୍ୟ ତଥା ପାରାଦ୍ୱୀପ ବାର ଆସୋସିଏସନ ର ଉପସଭାପତି ଆଇନୀଜୀବୀ କୈଳାଶ ଚନ୍ଦ୍ର ସାହୁ, ଟ୍ରଷ୍ଟ ର ଉପାଧକ୍ଷ ତଥା RSS ର ବରିଷ୍ଠ କାର୍ଯ୍ୟକର୍ତ୍ତା ଶ୍ରୀଚରଣ ବିଶ୍ୱାଳ, ଟ୍ରଷ୍ଟର ଅନ୍ୟତମ ସମ୍ପାଦକ ତଥା ପାରାଦ୍ୱୀପ ପତ୍ରକାର ପରିଷଦ ର ସଭାପତି ବରିଷ୍ଠ ସାମ୍ବାଦିକ ଶ୍ରୀ ସଞ୍ଜୀବ କୁମାର ମିଶ୍ର ପ୍ରଭୁତି ଡଃ ଦେବେନ୍ଦ୍ର ପ୍ରଧାନ ଙ୍କ ବିଭିନ୍ନ ଜନ ମଙ୍ଗଳ କାର୍ଯ୍ୟ ଓ ରାଷ୍ଟ୍ର ହିତ କାର୍ଯ୍ୟ ସମ୍ପର୍କରେ ସ୍ମୃତି ଚାରଣ କରିଥିଲେ ଏଥିସହିତ ଡଃ ପ୍ରଧାନଙ୍କ ସୁଯୋଗ୍ୟ ପୁତ୍ର ବର୍ତ୍ତମାନର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କର ମାର୍ଗ ଅନୁସରଣ କରି କିପରି ଦେଶ ଓ ରାଜ୍ୟ ର ଉନ୍ନତିରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ସେ ସମ୍ପର୍କରେ ଉପସ୍ଥିତ ବକ୍ତାମାନେ ମଧ୍ୟ ଆଲୋକପାତ କରିଥିଲେ l ଏହି କାର୍ଯ୍ୟକ୍ରମରେ ଅନେକ ସାମ୍ବାଦିକ ଙ୍କ ସହିତ ଶତାଧିକ ଶୁଭେଛୁ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ସଭାଟିକୁ ସାଫଲ୍ୟ କରିଥିଲେ l ସଭାଟିକୁ ସଂଚାଳନ ସହ ଧନ୍ୟବାଦ ଅର୍ପଣ କରିଥିଲେ ଟ୍ରଷ୍ଟର ଅନ୍ୟତମ ସମ୍ପାଦକ ଇଂ. ନାରାୟଣ ବେହେରା ମହୋଦୟ l