ମୋହନାରେ ବାଘ ଆତଙ୍କ
ଗଜପତି ଜିଲ୍ଲା ମୋହନାରେ ବାଘ ଆତଙ୍କ

ଗଜପତି ଜିଲ୍ଲା ମୋହନାରେ ବାଘ ଆତଙ୍କ । ମୋହନା ବ୍ଲକ ଚାନ୍ଦିପୁଟ ପଞ୍ଚାୟତର ଯୋଡିପଥର ଗାଁରେ ଲୁଚି ଛପି ବାଘ ପଶୁଥିବା ଭିଡିଓ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି । ଗତ ୨୭ ତାରିଖ ରାତିରେ ବାଘ ସଦୃଶ୍ୟ ଜଙ୍ଗଲୀ ଜନ୍ତୁ ଗାଁରେ ଲୁଚିଛପି ପଶୁଥିବା ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଭିଡିଓ ସାମ୍ନାକୁ ଆସିବା ପରେ ଯୋଡିପଥର ଗାଁ ଓ ଆଖପାଖ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି । ଏହା ପୂର୍ବରୁ ଅଞ୍ଚଳରେ ବାଘ ଆସିଥିବାରୁ ଲୋକଙ୍କୁ ବାଘ ଭୟ ଘାରିଛି । ଭାଇରାଲ ହେଉଥିବା ଭିଡିଓରେ ଦୃଶ୍ୟମାନ ଜଙ୍ଗଲୀ ଜନ୍ତୁର ଶରୀର ଲମ୍ବା ଲାଞ୍ଜ ମଧ୍ୟ ଲମ୍ବା ଥିବାରୁ ଏହା କଲରା ପତରିଆ ବାଘ ବୋଲି ଚର୍ଚ୍ଚା ହେଉଛି । ସେପଟେ ଚାନ୍ଦିପୁଟ ବନପାଳ ଚର୍ଚ୍ଚାକୁ ଖଣ୍ଡନ କରି କହିଛନ୍ତି ଏହା କୌଣସି ବାଘ ନୁହେଁ ଭୁଆ ବିରାଡି ।