ଶବ ଚିହ୍ନଟରେ ସମସ୍ୟା, ଚାଲିଛି ସମ୍ପର୍କୀୟଙ୍କ ଡିଏନଏ ଟେଷ୍ଟ୍

ଦୁର୍ଘଟଣା ପରେ ଏବେ ସରକାରଙ୍କ ପାଇଁ ବଡ଼ ସମସ୍ୟା ପାଲଟିଛି କିଛି ମୃତଦେହଙ୍କ ଚିହ୍ନଟ ପ୍ରକ୍ରିୟା

ଶବ ଚିହ୍ନଟରେ ସମସ୍ୟା, ଚାଲିଛି ସମ୍ପର୍କୀୟଙ୍କ ଡିଏନଏ ଟେଷ୍ଟ୍

ଦୁର୍ଘଟଣା ପରେ ଏବେ ସରକାରଙ୍କ ପାଇଁ ବଡ଼ ସମସ୍ୟା ପାଲଟିଛି କିଛି ମୃତଦେହଙ୍କ ଚିହ୍ନଟ ପ୍ରକ୍ରିୟା । ପରିସ୍ଥିତି ଏମିତି ହୋଇଛି ଗୋଟିଏ ମୃତଦେହକୁ ନେବା ପାଇଁ ଦୁଇ ଦୁଇ ଜଣ ଦାବିଦାର ହସ୍ପିଟାଲ ଆସୁଛନ୍ତି । ତେଣୁ ପ୍ରକୃତ ପରିଚୟ ମିଳିପାରୁ ନଥିବା ମୃତଦେହର ଡିଏନଏ ଟେଷ୍ଟିଂ କରାଯାଉଛି । ସହାୟତା ରାଶି ପାଇଁ ଡିଏନଏ ଟେଷ୍ଟିଂ ନକଲେ ମୃତକଙ୍କ ପରିବାରକୁ ମିଳୁନି ମୃତଦେହ । ତେଣୁ ମୃତଦେହ ଚିହ୍ନଟ ପାଇଁ ସମ୍ପର୍କୀୟଙ୍କ ଡିଏନଏ ଟେଷ୍ଟ କରାଯାଉଛି । ଏଥିପାଇଁ ବିଏମସି ପକ୍ଷରୁ ଏମ୍ସରେ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା ।