ବବି ଦାସଙ୍କ ଭାଇଙ୍କ ନାଁରେ ଏତଲା

ସେପଟେ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଥିଲେ, ବବି ଦାସଙ୍କ ଭାଇ ଭବପ୍ରକାଶ ଦାସ ଓରଫ୍ ଲଲ ।

ବବି ଦାସଙ୍କ ଭାଇଙ୍କ ନାଁରେ ଏତଲା

ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଭାଇ ଭବ ପ୍ରକାଶ ଦାସଙ୍କ ନାଁରେ ଥାନାରେ ଏତଲା । ହାଟର ଜଣେ ବ୍ୟବସାୟୀଙ୍କୁ ଧମକ ଦେବା ଅଭିଯୋଗରେ ଭବଙ୍କ ନାଁରେ ଏତଲା ଦିଆଯାଇଛି । ଯାଜପୁର ଥାନାରେ ଜଣେ ବ୍ୟବସାୟୀ ଏତଲା ଦେଇଛନ୍ତି । ଭବଙ୍କ ସହଯୋଗୀ ଧମକ ଦେବା ସହ ମାଡ଼ ମାରିବା ଅଭିଯୋଗ ହୋଇଛି । ଏମିତି କି ମାଡ଼ ମାରି ଟଙ୍କା ଛଡ଼ାଇ ନେଇଥିବା ବ୍ୟବସାୟୀ ଜଣକ ଏତଲାରେ ଦର୍ଶାଇଛନ୍ତି ।

ବ୍ୟବସାୟୀଙ୍କ ଅଭିଯୋଗ ଆଧାରରେ BNS ୧୧୫(୨), ୨୯୬, ୩(୫), ୩୦୩ (୨), ୩୨୪(୪)ରେ ମାମଲା ରୁଜୁ କରାଯାଇଛି ।

ସେପଟେ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଥିଲେ, ବବି ଦାସଙ୍କ ଭାଇ ଭବପ୍ରକାଶ ଦାସ ଓରଫ୍ ଲଲ । ଆକ୍ରମଣ ଘଟଣାକୁ ସ୍ବୀକାର କରିବା ସହ କହିଥିଲେ, ମା' ବିରଜାଙ୍କ ପ୍ରକଳ୍ପକୁ ନେଇ ଆନ୍ଦୋଳନ ଚାଲିଥିବାବେଳେ ଧର୍ମଶାଳା ବିଧାୟକ ଆସିଥିଲେ । ଆନ୍ଦୋଳନକାରୀଙ୍କୁ ଆକ୍ରୋଶମୂଳକ ଭାବେ କହିବାରୁ ଲୋକେ କ୍ଷୁବ୍ଧ ହୋଇ ତାଙ୍କୁ ଆକ୍ରମଣ କରିଥିଲେ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ସହ ବିଧାୟକ ହିମାଂଶୁ ସାହୁଙ୍କ ସହ ମୁଁ ବ୍ୟକ୍ତିଗତ ଭାବେ କଥା ହୋଇଥିଲି । ତା'ସହ ଏଭଳି ଘଟଣା ପାଇଁ କ୍ଷମା ପ୍ରାର୍ଥନା ବି କରିଛି । ତେବେ ଏହା କୌଣସି ସୁଚିନ୍ତିତ ଯୋଜନା ନାହିଁ କି ସେଥିରେ ମୋର କୌଣସି ସଂପୃକ୍ତି ନାହିଁ ବୋଲି କହିଥିଲେ ବବି ଦାସଙ୍କ ଭାଇ ଭବପ୍ରକାଶ ଦାସ ତଥା ଲଲ ।