ପୁଣି ସାମ୍ନା କୁ ଆସିଲା ଜେଏସଡବ୍ଲୁ କେଳେଙ୍କାରୀ

ବିନା ସହମତିରେ କମ୍ପାନୀ କାଟିଦେଲା ହଜାର ହଜାର ଗଛ, ଅଭିଯୋଗ କରି ଧାରଣା ଦେଲେ ଶତାଧିକ ଗ୍ରାମବାସୀ

ପୁଣି ସାମ୍ନା କୁ ଆସିଲା ଜେଏସଡବ୍ଲୁ କେଳେଙ୍କାରୀ

ପାରାଦୀପ ଉପକଣ୍ଠ ଢ଼ିଙ୍କିଆ ଚାରି ଦେଶ ରେ ଜେଏସଡବ୍ଲୁ କମ୍ପାନୀ ତା'ର ଆତଙ୍କରାଜ ଚଳାଇଛି । କାହାକୁ ନ ଜଣାଇ, କା ସହିତ ଆଲୋଚନା ନ କରି କମ୍ପାନୀ ଗ୍ରାମ୍ୟ କମିଟିର ହଜାର ହଜାର ଗଛ କାଟି ଧରାଶାୟୀ କରିଦେଇଛି । ଯାହାକୁ ଅଭିଯୋଗ କରି ଆଜି ଶତାଧିକ ଗ୍ରାମବାସୀ ଏକଜୁଟ୍ ହୋଇ ଜେଏସଡବ୍ଲୁ ଫାଟକ ସମ୍ମୁଖରେ ପ୍ରତିବାଦ କରି ଧାରଣା ଦେଇ ବସିଛନ୍ତି । 

ପ୍ରଥମେ କମ୍ପାନୀ କର୍ତ୍ତୃପକ୍ଷ ପ୍ରଶାସନ କୁ ହାତ ବାରିସି କରି ଗ୍ରାମବାସୀ ଙ୍କୁ ମିଥ୍ୟା ପ୍ରତିଶୃତି ଦେଇ ଯେନତେନ ପ୍ରକାରେ ଜମି ହାତେଇ ପାଚେରୀ ବୁଲାଇ ଦେଲା । ସେତେ ବେଳେ ଗ୍ରାମବାସୀ ମାନେ ପ୍ରତିରୋଧ କରିବା ବେଳେ ପୋଲିସର ଲାଠିମାଡ଼ ର ଶିକାର ହୋଇ ଆହତ ହୋଇ ଏପର୍ଯ୍ୟନ୍ତ ମଧ୍ୟ ଚିକିତ୍ସିତ ହେଉଛନ୍ତି। ଏପରି ସ୍ଥଳେ କମ୍ପାନୀ ବଳପୂର୍ବକ ତାର ପାଚେରୀ ବୁଲାଇ ତା ଭିତରେ କାହାକୁ ଯିବାକୁ ଅନୁମତି ନ ଦେଇ ମନଇଚ୍ଛା କାର୍ଯ୍ୟ ସବୁ କରାଇ ନେଉଛି । ଏପରି ସ୍ଥଳେ ନୁଆଗାଁ ପଞ୍ଚାୟତ ର ବାଲିସାହି କମିଟି ଏ ନେଇ ସ୍ବର ଉଠାଇ ଆନ୍ଦୋଳନ ଆରମ୍ଭ କରିଛି । ଗ୍ରାମବାସୀଙ୍କ ମଧ୍ୟରେ ଭାଇଚାରା ନଷ୍ଟ କରି ଜେଏସଡବ୍ଲୁ କମ୍ପାନୀ କିଛି ମୁଷ୍ଟି ମେୟ ଲୋକଙ୍କୁ ନେଇ ମନମୁଖୀ କାର୍ଯ୍ୟ ଚଳାଇଛି। ପ୍ରତିବାଦ କଲେ ପୋଲିସ୍ ଧମକ ଦେବାସହ ବିଭିନ୍ନ ପ୍ରକାର ନିର୍ଯାତନା ର ଶିକାର ହେବାକୁ ପଡୁଛି। ତେବେ ଏହାକୁ ଆଉ ପ୍ରଶୟ ଦିଆଯିବ ନାହିଁ, ଯେପର୍ଯ୍ୟନ୍ତ ଗ୍ରାମବାସୀ ଙ୍କ ସହିତ ଆଲୋଚନା କରା ନଯାଇଛି ସେପର୍ଯ୍ୟନ୍ତ ଧାରଣା ପ୍ରତ୍ୟାହୃତ ହେବ ନାହିଁ ବୋଲି ବାଲିସାହି ଗ୍ରାମ୍ୟ କମିଟି ରୋକ୍ ଠୋକ୍ ଶୁଣାଇ ଦେଇଛି। ଯାହାକୁ ନେଇ କମ୍ପାନୀ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ହରଡ଼ଘଣାରେ ପଡ଼ିବା ନେଇ ସୂଚନା ମିଳିଛି ।