Narayan Niti ଅମାବାସ୍ୟା_ନାରାୟଣଙ୍କ_ସାଗର_ବିଜେ_ନୀତି

Narayan Niti ଅମାବାସ୍ୟା_ନାରାୟଣଙ୍କ_ସାଗର_ବିଜେ_ନୀତି

ଅମାବାସ୍ୟା ନାରାୟଣଙ୍କ ସାଗର ବିଜେ ନୀତି

ସକାଳ ଧୂପ ବଢ଼ିଲା ପରେ ମହାଜନ ସେବାୟତ ଦକ୍ଷିଣୀ ଘରୁ ଶ୍ରୀ ନାରାୟଣ ମୂର୍ତ୍ତି ଙ୍କୁ ଆଣି ରତ୍ନସିଂହାସନ ବିଜେ କରିଥାନ୍ତି । ପାଳିଆ ପୂଜାପଣ୍ଡା ଗରାବଡୁ ଙ୍କ ଠୁ ହତୁଆଣୀ ନେଇ ଉକ୍ତ ନାରାୟଣ ମୂର୍ତ୍ତିଙ୍କୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଆଜ୍ଞା ମାଳ ପ୍ରଦାନ କରିଥାନ୍ତି । ଏହାପରେ ମହାଜନ ସେବାୟତ ନାରାୟଣ ଙ୍କୁ ମୁକ୍ତିମଣ୍ଡପ ନିକଟ ରେ ଥିବା ପାଲିଙ୍କିରେ ବିଜେ କରନ୍ତି । ପାଲିଙ୍କି କୁ ସ୍କନ୍ଧରେ ବୋହି ଘଣ୍ଟ , ଛତ୍ର , କାହାଳୀ ରେ ସିଂହଦ୍ୱାର ଦେଇ ବାଲିସାହି ରାସ୍ତାରେ ସମୁଦ୍ର କୂଳ ସ୍ୱର୍ଗଦ୍ୱାର ଠାରେ ବିଜେ କରିଥାନ୍ତି। ସମୂଦ୍ର କୂଳ ବାଲି ରେ ବିଜେ ହେବା ପରେ ଗରାବଡୁ ସେବାୟତ ସମୁଦ୍ର ପାଣି ଆଣି ପଣ୍ଡା ଙ୍କ ହାତକୁ ବଢ଼ାନ୍ତି । ପୂଜାପଣ୍ଡା ଜଳ ସଂସ୍କାର କରି ଠାକୁରଙ୍କୁ ଲାଗି କରାଇଥାନ୍ତି। ସାବତ ନିଯୋଗ ପକ୍ଷରୁ ପଣା ଭୋଗ ହୋଇଥାଏ। ଆଳତି , ବନ୍ଦାପନା ହୋଇଥାଏ। । ଏହାପରେ ଠାକୁର ବିମାନରେ ଜମେଶ୍ୱର ମହାଦେବ ଙ୍କ ମନ୍ଦିର ଭିତର ଗମ୍ଭୀରାକୁ ବିଜେ କରନ୍ତି। ଦହି ଓ ପଞ୍ଚାମୃତ ରେ ମହାସ୍ନାନ ହୁଏ। ଖଇ ଓ କୋରା ଆଦି ଶୀତଳ ଭୋଗ ହୋଇ ବନ୍ଦାପନା ହୋଇଥାଏ। ନୀତି ସରିବା ପରେ ଶ୍ରୀ ନାରାୟଣ ଙ୍କୁ ହରଚଣ୍ଡୀ ସାହି ଓ ମଣିକର୍ଣ୍ଣିକା ସାହି ଦେଇ ସିଂହଦ୍ୱାର ବାଟେ ଶ୍ରୀମନ୍ଦିର କୁ ବାହୁଡା ବିଜେ କରିଥାନ୍ତି।