ମାଲକାନଗିରି -ଛତିଶଗଡ ସୀମାନ୍ତରେ ପୋଲିସ- ନକ୍ସଲ ମଧ୍ୟ ଗୁଳିବିନିମୟ, ୪ ହାଡ଼କୋର ମାଓବାଦୀ ନିହତ
ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ପୋଲିସ ବଡ ଧରଣ ଅପରେସନ

ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ପୋଲିସ ବଡ ଧରଣ ଅପରେସନ। ମାଲକାନଗିରି ଛତିଶଗଡ ସୀମାନ୍ତ ନାରାୟଣପୁର ଜିଲ୍ଲାରେ ପୋଲିସ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ । ଏନ୍କାଉଣ୍ଟରେ ୪ ହାଡ଼କୋର ମାଓମାଦୀ ନିପାତ। ଘଟଣା ଘଟଣାସ୍ଥଳରୁ ବନ୍ଧୁକ ସହ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି ସୁରକ୍ଷାକର୍ମୀ ।
ସୂଚନା ମୁତାବିକ, ମଙ୍ଗଳବାର ଅବୁଜମାଡ ଜଙ୍ଗଲରେ ମାଓବାଦୀ ମାନେ ଏକ କ୍ୟାମ୍ପ କରି ରହିଥିଲେ । ଏନେଇ ସୁରକ୍ଷାକର୍ମୀଙ୍କ ଗୁଇନ୍ଦା ବିଭାଗକୁ ଗୁପ୍ତ ସୂଚନା ମିଳିଥିଲା । ଯାହାକୁ ଆଧାର କରି ଡିଆରଜି ଓ ଏସଟିଏଫ ବାହିନୀ ପକ୍ଷରୁ ସେଠାରେ ଅପରେସନ ଆରମ୍ଭ ହୋଇଥିଲା। ଏନକାଣ୍ଟର ପରେ ଘଟଣାସ୍ଥଳ ଛାଡି ମାଓବାଦୀମାନେ ପଳାୟନ କରିଛନ୍ତି । ତେବେ ଏହି ଏନ୍କାଉଣ୍ଟରରେ ୪ ଜଣ ହାର୍ଡକୋର ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ତେବେ ଏତେ ବଡ଼ ଏନ୍କାଉଣ୍ଟର ପରେ ଆକ୍ସନକୁ ଆସିଛନ୍ତି ସୁରକ୍ଷାକର୍ମୀ । ଜବାନଙ୍କ ପକ୍ଷରୁ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି ବୋଲି ସୂଚନା ଦେଇଛନ୍ତି ବସ୍ତର ଆଇଜି ସୁନ୍ଦରରାଜ ପି ।