ଜେଲ୍ ଗଲେ ୧୦ ଅଭିଯୁକ୍ତ : ହିମାଂଶୁ ସାହୁଙ୍କୁ ଆକ୍ରମଣ ଘଟଣା

ବବି ଦାସଙ୍କ ସମର୍ଥକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି

ଜେଲ୍ ଗଲେ ୧୦ ଅଭିଯୁକ୍ତ : ହିମାଂଶୁ ସାହୁଙ୍କୁ ଆକ୍ରମଣ ଘଟଣା

ବଡ଼ ଖବର । ଯାଜପୁରରେ ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ । ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ନେଇ ହୋଇଛି ଅଭିଯୋଗ । ବବି ଦାସଙ୍କ ସମର୍ଥକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ବବିଙ୍କ ସମର୍ଥକ ଆକ୍ରମଣ କରିଥିବା ଅଭିଯୋଗ କଲେ ଯାଜପୁରରେ ଧର୍ମଶାଳା ବିଧାୟକ ହିମାଂଶୁ । ଯାଜପୁର ବୁଢ଼ାପୋଲ ନିକଟରେ ଆକ୍ରମଣ ଅଭିଯୋଗ । ଡିଡିଏମ୍‌ଙ୍କ ଅଫିସକୁ ମିଟିଂ ପାଇଁ ଯିବା ବେଳେ ଆକ୍ରମଣ ହୋଇଛି । 

ଆକ୍ରମଣ ନେଇ ସିଧା ଅଭିଯୋଗ କଲେ ବିଧାୟକ ହିମାଂଶୁ ସାହୁ । ପୋଲିସ ଆଗରେ ଏନେଇ ଅଭିଯୋଗ କଲେ ବିଧାୟକ ହିମାଂଶୁ ସାହୁ । କହିଲେ-ଡିଡିଏମ୍‌ଙ୍କ ଅଫିସକୁ ମିଟିଂ ପାଇଁ ଯାଉଥିଲି । ରାସ୍ତାରେ କିଛି ଲୋକ ରାସ୍ତାରୋକ କରିଥିଲେ । ରାସ୍ତା ବନ୍ଦ ଥିବାରୁ ମୋ ଗାଡ଼ି ସେଠାରେ ଅଟକି ଥିଲା  । ଏତିକି ବେଳେ କିଛି ଲୋକ ମୋ ଆଡ଼କୁ ମାଡ଼ି ଆସିଥିଲେ । ସେମାନେ ମୋ ଗାଡ଼ିକୁ ରଡ୍‌, ଠେଙ୍ଗାରେ ପିଟିଥିଲେ । ଗାଡ଼ିରେ ମୋତେ ଦେଖି ମୋ ଆଡ଼କୁ ମାଡ଼ି ଆସିଥିଲେ । ମୋତେ ପିଟି, ମୋ ଚେନ୍‌ ଛିଡ଼ାଇ ନେଇଥିଲେ । ବବି ଭାଇ ଜିନ୍ଦାବାଦ୍‌ କହି ମୋତେ ଆକ୍ରମଣ କରିଥିଲେ ।
ଏପଟେ ବିଧାୟକଙ୍କୁ ମାଡ଼ ନେଇ ଘଟଣା ସ୍ଥଳରେ ରାସ୍ତାରୋକ । ଘଟଣା ସ୍ଥଳରେ ରାସ୍ତାରୋକ କଲେ ବିଜେପି କର୍ମୀ । ଅଭିଯୁକ୍ତଙ୍କୁ ଗିରଫ କରାନଯିବା ପର୍ୟ୍ୟନ୍ତ ରାସ୍ତାରୁ ହଟିବୁନି କହିଲେ ବିଜେପି କର୍ମୀ ।