ଆଜିର ରାଶିଫଳ

*ମହାବୀର ପଞ୍ଜିକା*
*✧═════•❁❀❁•═════✧*
*ଅଦ୍ୟ ଡିସେମ୍ବର ମାସ ୨୬ ତାରିଖ ୨୦୨୩ ମସିହା(ମଙ୍ଗଳବାର)*
*ଶକାବ୍ଦ -୧୯୪୫*
*ସମ୍ବତ -୨୦୮୦*
*ଦିଲ୍ଲୀସ୍ୱରାଦ୍ଧ-୧୪୩୧*
*ସମ୍ବତ୍ସର-ପିଙ୍ଗଳ*
*ମାର୍ଗଶିରମାସ-ଶୁକ୍ଳପକ୍ଷ*
*ତିଥି- ପୂର୍ଣ୍ଣିମା ଶେଷରାତ୍ର ଘ ୦୫/୪୫ ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦ*
*ନକ୍ଷତ୍ର- ମୂର୍ଗଶିରା ରାତ୍ରି ଘ୧୦/୪୭ ପର୍ଯ୍ୟନ୍ତ ତଦନ୍ତେ ଅଦ୍ରା*
*ଚନ୍ଦ୍ର-ବୃଷ ଘ୧୦/୨୬ ପର୍ଯ୍ୟନ୍ତ ତଦନ୍ତେ ମିଥୁନ*
*ଯୋଗ- ଶୁକ୍ଳ*
*କରଣ - ଵିଷ୍ଟି*
*ସୌରମାସ- ଧନୁ ୧୧ ଦିନ*
*✧═════•❁❀❁•════✧*
*ସୁର୍ୟୋଦୟ-ପ୍ରାତଃ ଘ୦୬/୨୩/୨୪*
*ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୨/୧୯*
*✧═════•❁❀
*ଯୋଗିନୀ ବାୟବ୍ୟେ*
*ପୂର୍ଣ୍ଣିମା ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*
*କନ୍ୟା ରାଶିର ଘାତଚନ୍ଦ୍ର*
*ମକର ରାଶି ର ଘାତବାର*
✧═════•❁❀❁•═══
*କାଳବେଳା -ଦିବା ଘ୦୧/୦୮ ଗତେ ଘ୦୨/୩୦ ମଧ୍ୟେ*
*ବାରବେଳା - ଦିବା ଘ୦୭/୪୩ ଗତେ ଘ୦୯/୦୪ ମଧ୍ୟେ*
══•❁❀❁•═
*ବିଶୁଦ୍ଧ ଅମୃତ ବେଳ। - ଦିବା ଘ୦୭/୧୦ ମଧ୍ୟେ ଓ ଘ୦୯/୦୫ ଗତେ ଘ ୧୧/୫୯ ମଧ୍ୟେ ଓ ଘ୦୪/୨୩ ଗତେ ଘ ୦୫/୧୧ ମଧ୍ୟେ*
*ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ରାତ୍ରି ଘ୦୫/୧୩ ଗତେ ଘ ୦୭/୩୧ ମଧ୍ୟେ**
═✧*══•❁❀❁•═════✧
*ଅଦ୍ୟ ଆମିଷ ଭକ୍ଷଣ ନିଷେଧ*
*═✧*══•❁❀❁•═════✧
*ଡ:ବାୟୁନନ୍ଦନ ମିଶ୍ର*
*ଜ୍ୟୋତିଷ ଓ ବାସ୍ତୁ ପରାମର୍ଶକେନ୍ଦ୍ର*
*ଅଦୃଶ୍ୟଶକ୍ତି ଭବନ*
*ଇଟାମୁଣ୍ଡଳୀ, ହଳଦିଆ*, *କଟକ-୭୫୪୨୦୭*
*ମୋବାଇଲ-9437064130*
*www.adrushyashaktiastro.com*
*✧═════•❁❀❁•═════✧*
*꧁ ଆଜିର ରାଶିଫଳ꧂*
*✧═════•❁❀❁•═════✧*
*ମେଷ :ଆଜି ଆଗରୁ ବାକିରହିଥିବା କାମକୁ ତ୍ୱରାନ୍ବିତ କରିବା ସକାଶେ ନିଷ୍ପତ୍ତି ନେଇପାରନ୍ତି। ଆର୍ଥିକ ସ୍ବଚ୍ଛଳତା ଫେରି ପାଇବେ ସତ ମାତ୍ର ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ ନାହିଁ। ବୃଥା ବିବାଦ, ଟଣା ଓଟରା ମଧ୍ୟରେ ଆଗକୁ ଯାଇପାରିବେ ନାହିଁ।*
*✧═════•❁❀❁•═════✧*
*ବୃଷ:ବାଣିଜ୍ୟ, ସନ୍ତାନଙ୍କ ସମସ୍ୟା ସମାଧାନ ହେବ । ବିବାଦ, ଚୋରି, ବୃଥାଟନଜନିତ ଅପବ୍ୟୟର ସୀମା ଟପିଯିବ। ଗୃହସୀମା, ଗାଡି ମୋଟର, ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ମାନସିକ ଉତ୍ତେଜନା ଓ ଉଦ୍ବେଗ ବଢିପାରେ।*
*✧═════•❁❀❁•═════✧*
*ମିଥୁନ:ଆଜି ଆକସ୍ମିକ ଭାବରେ କେତେକ ସାଧାରଣ ଘଟଣାକୁ କେନ୍ଦ୍ରକରି ପରିବାରରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ। ଶତ୍ରୁତା, ରୋଗପୀଡା କିମ୍ବା ଋଣ ପରିଶୋଧଜନିତ ଅର୍ଥବ୍ୟୟ କରିବେ କିନ୍ତୁ କର୍ମ କ୍ଷେତ୍ରରେ ସୁନ୍ଦର ସୁଯୋଗ ପ୍ରାପ୍ତ ହେବ।*
*✧═════•❁❀❁•═════✧*
*କର୍କଟ :ଆତ୍ମୀୟ ସ୍ବଜନଙ୍କ ସହ କଳହ ହୋଇପାରେ ।ଭଲ ଚିନ୍ତା କଲେ ମଧ୍ୟ ଅନ୍ୟମାନେ ଆପଣଙ୍କ ମନୋଭାବକୁ ସହଜରେ ବୁଝି ପାରିବେ ନାହିଁ। କିନ୍ତୁ ଭାଗ୍ୟଭାବସ୍ଥ ମଙ୍ଗଳ ପ୍ରଭାବରେ ଅପୀଡାଦଥିବା କାମଗୁଡିକ ସୁରୁଖୁରୁରେ ସମ୍ପନ୍ନ ହେବ।*
*✧═════•❁❀❁•═════✧*
*ସିଂହ:ଆଜି ଆପଣଙ୍କ ପରିବାର ଓ ବନ୍ଧୁ ସମ୍ପର୍କ କ୍ଷୁଣ୍ଣ ହୋଇପାରେ । କିନ୍ତୁ ଉପରିସ୍ଥ ଅଧିକାରୀଙ୍କ ଅନୁକମ୍ପାରୁ ଅଫିସରେ ସହାନୁଭୂତିର ସହ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ। ଦିନଟି ପୀଡାଦାୟକ*
*✧═════•❁❀❁•═════✧*
*କନ୍ୟା :ଆଜି ନୂତନ କର୍ମାରମ୍ଭ ପାଇଁ ଆନୁଷଙ୍ଗିକ ଖୋରାକ ଯୋଗଇବ। ଫଳରେ ଆପଣଙ୍କ ସହକର୍ମୀ ଅଯାଚିତ ଭାବରେ ସହଯୋଗର ହାତ ବଢାଇପାରନ୍ତି। ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟ ତଥା ପାରିବାରିକ ସମସ୍ୟାର ତ୍ୱରିତ ସମାଧାନ ପାଇଁ ଚିନ୍ତା କରିବେ।*
*✧═════•❁❀❁•═════✧*
*ତୁଳା:ଆଜି ପାରିବାରିକ ଅବସ୍ଥାରେ ସାମାନ୍ୟ ଉନ୍ନତି ପରିଲଖିତକ ହେବାରୁ ଆଶ୍ୱସ୍ତି ଅନୁଭବ କରିବେ। ବ୍ୟବସାୟରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖାଦେଇପାରେ। ସ୍ବାସ୍ଥ୍ୟ, ପରିବାର, କର୍ମକ୍ଷେତ୍ରସମ୍ପର୍କି ଆଲୋଚନା ପାଇଁ ସମୟ ପ୍ରାୟତଃ ଅନୁକୂଳ ରହିବ।*
*✧═════•❁❀❁•═════✧*
*ବିଛା:ଆଜି ସୁ ଭୋଜନ ଓ ଧନଲାଭ ହେବ ଅଫିସରେ ଦୃଢ ପଦକ୍ଷେପ ନେଇ କାର୍ଯ୍ୟ ହାସଲ କରିବା ସହ ବ୍ୟବସାୟ, ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂରହେବ ।କୌଣସି ଜଣାଶୁଣା ବ୍ୟକ୍ତିଙ୍କ ପ୍ରତିରୋଧ ଆଶାକୁ ପ୍ରତିହତ କରିପାରେ।*
*✧═════•❁❀❁•═════✧*
*ଧନୁ: ଆଜି ଦିନରେ ମନ ଭଲ ରହିବ ନାହିଁ । ପ୍ରତ୍ୟୁଷ ଯାତ୍ରାରେ ଦେବ ଦର୍ଶନ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିବ।ସତ୍ କାମରେ ବ୍ୟୟ କରିବା ସହ ବନ୍ଧୁମାନଙ୍କ ଶୁଭଚିନ୍ତକ ଭାବରେ କାମ କରିବାରେ ଆଗ୍ରହ ପ୍ରକାଶ କରିପାରନ୍ତି।*
*✧═════•❁❀❁•═════✧*
*ମକର:ଆଜି ପ୍ରତ୍ୟେକ କ୍ଷେତ୍ରରେ ପୂର୍ବଶତ୍ରୁତା ପ୍ରତି ସତର୍କ ରହି କାମ କରିବା ଭଲ ହେବ। ସାମାନ୍ୟ ବଚସା ପରେ ଯାଇ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହୋଇପାରନ୍ତି।ବନ୍ଧୁଙ୍କ ଅନୁରାଗ ପ୍ରତି ମନରେ ଦୁର୍ବଳତା ଆସିପାରେ।*
*✧═════•❁❀❁•═════✧*
*କୁମ୍ଭ:ଆଜି ଅର୍ଥଲାଭ ହେବ କିନ୍ତୁ ସାମାନ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ, ନିର୍ମାଣ, କଚେରି ମାମଲାରେ ଉନ୍ନତି ପରିଲକ୍ଷିତ ହେବ। ସାମୟିକ ଭାବରେ କଚେରି ମାମଲା ବିଷୟ ନେଇ ଚିନ୍ତିତ ରହିପାରନ୍ତି।*
*✧═════•❁❀❁•═════✧*
*ମୀନ:-ବନ୍ଧୁଙ୍କ ଅନୁରୋଧରେ ଆନୁଷ୍ଠାନିକ କାମରେ ଖଟଣି ବଢିଯିବ କିନ୍ତୁ ଆଶାନୁରୂପ ସଫଳତା ପାଇବେ ନାହିଁ। କୌଣସି ସହକର୍ମୀଙ୍କୁ ପ୍ରତୀକ୍ଷା କରି ଦେଖା ପାଇବେ ନାହିଁ। ବ୍ୟବସାୟିକ ଦୃଷ୍ଟିକୋଣରୁ ଦିନଟି ପ୍ରୀତିପ୍ରଦ ରହିବ।*
*✧═════•❁❀❁•═════✧*