ପତ୍ନୀଙ୍କୁ ବିଜୟର ଶ୍ରେୟ ଦେଲେ ହେମନ୍ତ ସୋରେନ
ହେମନ୍ତ ସୋରେନ କହିଛନ୍ତି, ଆପଣ ମାନେ ଦେଖିଲେ କି ଲୋକସଭା ନିର୍ବାଚନରେ ଆମେ କେମିତି ପ୍ରଦର୍ଶନ କଲୁ ( ଜେଏମଏମ-କଂଗ୍ରେସ ଗଠବନ୍ଧନ ୧୪ଟି ମଧ୍ୟରୁ ୫ଟି ସିଟ୍ ଜିତି ଥିଲେ) ।

ଝାଡ଼ଖଣ୍ଡରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ପୁଣି ଦ୍ୱିତୀୟ ଥର ଫେରୁଛନ୍ତି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ନେତୃତ୍ୱରେ ଗଠବନ୍ଧନ ବିଧାନସଭାର ୮୧ଟି ସିଟ୍ ମଧ୍ୟରୁ ୫୭ରେ ଆଗରେ ଚାଲିଛି। ଶନିବାର ଦ୍ୱିପ୍ରହରରେ ବିଜୟ ସୁନିଶ୍ଚିତ ହେବା ପରେ ଏକ ଖବରକାଗଜକୁ ହେମନ୍ତ ସୋରେନ ଏହି ବିଜୟ ଶ୍ରେୟ ନିଜର ପତ୍ନୀ କଳ୍ପନା ସୋରେନ ଓ ତାଙ୍କର ଟିମ୍କୁ ଦେଇଛନ୍ତି।
ହେମନ୍ତ ସୋରେନ କହିଛନ୍ତି , ଆମେ ନିଜର ହୋମୱାର୍କ କରି ନେଇଥିଲୁ ଏବଂ ନିଜର ଲକ୍ଷ୍ୟକୁ ସ୍ଥିର କରି ସାରିଥିଲୁ। ଆମେ ଜାଣିଥିଲୁ କି ଏହା ବହୁତ କଠିନ ମୁକାବିଲା ହେବାକୁ ଯାଉଛି। ଏଥିପାଇଁ ଆମେ ନିଜର ଟିମ୍ ସହ ଗ୍ରାଉଣ୍ଡରେ କାମ କରିବାକୁ ବାହାରି ପଡ଼ିଥିଲୁ। ଏହା ଏକ ସୁନ୍ଦର ଟିମ୍ ୱାର୍କ ଥିଲା। ଆମେ ସେହି ମେସେଜ୍ ଦେଲୁ ଯାହା ଆମେ ଦେବାକୁ ଚାହୁଁ ଥିଲୁ।
ହେମନ୍ତ ସୋରେନ କହିଛନ୍ତି, ଆପଣ ମାନେ ଦେଖିଲେ କି ଲୋକସଭା ନିର୍ବାଚନରେ ଆମେ କେମିତି ପ୍ରଦର୍ଶନ କଲୁ ( ଜେଏମଏମ-କଂଗ୍ରେସ ଗଠବନ୍ଧନ ୧୪ଟି ମଧ୍ୟରୁ ୫ଟି ସିଟ୍ ଜିତି ଥିଲେ) । ଯଦି ମୁଁ ଜେଲ୍ ବାହାରେ ଥାନ୍ତି ତ ଆମେ ଆହୁରି ଭଲ ପ୍ରଦର୍ଶନ କରିଥାନ୍ତେ। ସେହି ସମୟରେ ମୋ ପତ୍ନୀ କଳ୍ପନା ସୋରେନ ୱାନ-ମ୍ୟାନ ଆର୍ମି ଭାବେ କାମ କରୁଥିଲେ।
ବିଜେପି ନିଜର ନିର୍ବାଚନ ପ୍ରଚାରରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ମାମଲାକୁ ଜୋରସୋରରେ ଉଠାଇ ଥିଲା। ଏହା ଉପରେ ହେମନ୍ତ ସୋରେନ କହିଛନ୍ତି, ମୁଖ୍ୟ କଥା ଏହା କି ଶୁଣିବା ଲୋକେ କିଏ ଏବଂ ଏଥିରୁ ସେମାନେ କଣ ପାଉଛନ୍ତି । ମତଦାତା ଓ ନେତାଙ୍କ ମଧ୍ୟରେ ସଂପର୍କ ଜଣେ ଶିକ୍ଷକ ଓ ଛାତ୍ର ଭଳି ହେବା ଉଚିତ୍। ଶିକ୍ଷକଙ୍କୁ ବିଦ୍ୟାର୍ଥୀଙ୍କ ଆବଶ୍ୟକତାକୁ ବୁଝିବା ଉଚିତ୍।