ସୁବର୍ଣ୍ଣପୁର ଜିଲ୍ଲାରେ ଗତ ରାତିରେ ପ୍ରବଳ ବର୍ଷା ଯୋଗୁ ବୁଡିଲା ମନ୍ଦିର

ସୁବର୍ଣ୍ଣପୁର ଜିଲ୍ଲାରେ ଗତ ରାତିରେ ପ୍ରବଳ ବର୍ଷା ଯୋଗୁ ବୁଡିଲା ମନ୍ଦିର।

ସୁବର୍ଣ୍ଣପୁର ଜିଲ୍ଲାରେ ଗତ ରାତିରେ ପ୍ରବଳ ବର୍ଷା ଯୋଗୁ ବୁଡିଲା ମନ୍ଦିର

ସୁବର୍ଣ୍ଣପୁର ଜିଲ୍ଲାରେ ଗତ ରାତିରେ ପ୍ରବଳ ବର୍ଷା ଯୋଗୁ ବୁଡିଲା ମନ୍ଦିର। ଜିଲ୍ଲାର ଉଲୁଣ୍ଡା ବ୍ଲକର ପ୍ରସିଦ୍ଧ ମା' ମେଟାକାନି ମନ୍ଦିରର ଗମ୍ଭୀରା ଭିତରେ ପାଣି ପଶି ଯାଇଛି। ଫଳରେ ମା'ଙ୍କ ମୂର୍ତ୍ତି ମଧ୍ୟ ବୁଡି ଯାଇଛି। ମନ୍ଦିର ବେଢ଼ା ସହିତ ଭିତରେ ମଧ୍ୟ ପାଣି ଥିବାରୁ ପୂଜାର୍ଚ୍ଚନା ହୋଇ ପାରିନାହିଁ।

ବୌଦ୍ଧରେ ଲଗାଣ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ପଶିଲା ପାଣି, ଭାଙ୍ଗିଲା ଘର। ବୌଦ୍ଧରେ ମଧ୍ୟରାତ୍ରୀରୁ ପ୍ରବଳ ବର୍ଷା ଜାରି ରହିଛି। ସହରର ବିଭିନ୍ନ ତଳିଆ ଅଞ୍ଚଳରେ ବର୍ଷା ପାଣି ଲହଡ଼ି ଭାଙ୍ଗୁଛି। ଏମିତି କି ବିଭିନ୍ନ ବସ୍ତି ବାସିନ୍ଦାଙ୍କ ଘର ଭିତରେ ମଧ୍ୟ ଏକ ଫୁଟ ଉଚ୍ଚରେ ପାଣି ଜମି ରହିଥିବା ବେଳେ ଅଗ୍ନିଶମ ବାହିନୀରଙ୍କ ଦ୍ଵାରା ବିଭିନ୍ନ ସ୍ଥାନକୁ ଯାଇ ଜଳ ନିଷ୍କାସନ କରାଯାଇଛି। ସେପଟ ବିଭିନ୍ନ ଚାଷ ଜମି ମଧ୍ୟ ଜଳମଗ୍ନ ହୋଇ ବର୍ଷା ଜଳରେ ବୁଡ଼ି ରହିଛି। ବୌଦ୍ଧରେ ୧୪୫ ମିଲିମିଟର ଓ କଣ୍ଟାମାଳରେ ୮୪.୪ ମିଲିମିଟର ଓ ହରଭଙ୍ଗାରେ ୩୫.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଲଗାଣ ବର୍ଷାରେ ବନ୍ଧାପଥର ପଞ୍ଚାୟତ ବାଘପାଲି ଗାଁ ରାସ୍ତାରେ ୧ ଫୁଟ୍ ଉଚ୍ଚତାରେ ପାଣି ଚାଲୁଛି ଏବଂ ଲଗାଣ ବର୍ଷାରେ ବାଘପାଲି ଗାଁ ଘନଶ୍ୟାମ ମେହେରଙ୍କ ଦୁଇ ବଖରା ଘର ସଂପୂର୍ଣ୍ଣ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି।