JSW କମ୍ପାନୀ ଖୋଲା ମେଲା ରେ ବ୍ୟବହାର କରୁଛି ବିଷାକ୍ତ ଜିପ୍ ସମ୍
ବିଷାକ୍ତ ବର୍ଜ୍ୟବସ୍ତୁ ଜିପ୍ ସମ୍ ରେ ଖାଲି ଜାଗା ପୂରଣ ଓ ରାସ୍ତା ନିର୍ମାଣ କରୁଛି JSW, ଜେଏସଡବ୍ଲ୍ୟୁ ଉତ୍କଳ ଷ୍ଟିଲ୍ ପ୍ଲାଣ୍ଟ୍ ର ଭୁତଳ ଜଳ ଦୁଷିତ କରିବାର ଉଦ୍ୟମ ଏବେ ସାମ୍ନା କୁ ଆସିଛି ।

ଜେଏସଡବ୍ଲ୍ୟୁ ର ରାସ୍ତା ଜାମ୍ ର କ୍ଷତ ମନରୁ ନ ଲିଭୁଣୁ ଅପରପଟେ ଜେଏସଡବ୍ଲ୍ୟୁ ଉତ୍କଳ ଷ୍ଟିଲ୍ ପ୍ଲାଣ୍ଟ୍ ର ଭୁତଳ ଜଳ ଦୁଷିତ କରିବାର ଉଦ୍ୟମ ଏବେ ସାମ୍ନା କୁ ଆସିଲାଣି । ଶିଳ୍ପ ର ବିକାଶ ନାଁ ରେ ଯେମିତି ଅଞ୍ଚଳ କୁ ବିନାଶ କରିବାକୁ ଯେପରି କିଏ ଅଣ୍ଟା ଭିଡିଛି। କମ୍ପାନୀ ର ସେହିପରି ଉଦ୍ଦେଶ୍ୟ ଥିବା କଥା କହି ସ୍ଥାନୀୟ ଲୋକେ ଯୁକ୍ତି ବାଢୁଛନ୍ତି । କଥା କଣ ବୁଝିଲା ବେଳେକୁ ତାହା ହେଉଛି ସାର କାରଖାନା ର ବିଷାକ୍ତ ବର୍ଜ୍ୟବସ୍ତୁ ଜିପ୍ ସମ୍ ଖୋଲା ମେଲା ରେ ପରିବହନ କରି ଜେଏସଡବ୍ଲ୍ୟୁ ର ଖୋଲା ଯାଗା ପୁରଣ କରିବା । ଖାଲି ସେତିକି ନୁହେଁ ରାସ୍ତା କାମ ପାଇଁ ଯେଉଁଠି ବାଲି ଓ ଡଷ୍ଟ୍ ବ୍ୟବହୃତ ହେବା କଥା ସେଠାରେ ତାହା ନକରି ବହୁ କମ୍ ପଇସା ରେ ସେହି ବିଷାକ୍ତ ଜିପ୍ ସମ୍ କୁ ବ୍ୟବହାର କରାଯାଉଥିବା ଦେଖା ଯାଇଛି ।
ଏହି ବିଷାକ୍ତ ବର୍ଜ୍ୟବସ୍ତୁ ଜିପ୍ ସମ୍ କୁ ହ୍ୟାଣ୍ଡେଲ୍ କରିବା ପାଇଁ ଇଫକୋ ଓ ପିପିଏଲ କମ୍ପାନୀ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ଏପରିକି ସେହି ଜିପ୍ ସମ୍ କିପରି ମାଟିରେ ନ ଲାଗିବ ଏବଂ ଭୁତଳ ଜଳ ବା ଗ୍ରାଉଣ୍ଡ୍ ୱ୍ଵାର୍ଟର୍ ସଂସ୍ପର୍ଶରେ ନ ଆସିବ ସେଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏପରିକି ମୋଟା କନ୍ ଭେୟର ବେଲ୍ଟ୍ ମାଟି ଉପରେ ବିଛା ଯାଇ ତା ଉପରେ ଏହି ବିଷାକ୍ତ ବର୍ଜ୍ୟବସ୍ତୁ ଜିପ୍ ସମ୍ ଷ୍ଟକ୍ ରଖାଯାଇଛି ଯେମିତି କି ଏହି ଜିପ୍ ସମ୍ ଯେମିତି ଖାଲି ମାଟିକୁ ସ୍ପର୍ଶ କରିବ ନାହିଁ । କିନ୍ତୁ ଜେଏସଡବ୍ଲ୍ୟୁ ଏହି ବିଷାକ୍ତ ଜିପ୍ ସମ୍ କୁ ଖୋଲା ମେଲା ରେ ପରିବହନ କରି ଆଣି ଖାଲି ଯାଗାରେ ଗଦା କରୁଛି ଯାହାକୁ ନେଇ ସାଧାରଣ ରେ ଉଦବେଗ ପ୍ରକାଶ ପାଇଛି ।
ସହଜେ ଗ୍ରାଉଣ୍ଡ୍ ୱ୍ଵାର୍ଟର୍ ବା ଭୁତଳ ଜଳ ମିଳିବା ଏବେ କଷ୍ଟକର ହୋଇ ପଡ଼ୁଛି ସେଥିରେ ଜେଏସଡବ୍ଲ୍ୟୁ କମ୍ପାନୀ ର ଏପରି କାରନାମା ଯେଉଁଥିରେ ବାକି ରହିଥିବା ଭୁତଳ ଜଳ ସମ୍ପୁର୍ଣ୍ଣ ଦୂଷିତ ହୋଇ ବିଷାକ୍ତ ହୋଇଯିବ । ତେବେ ଏହି ଜିପ୍ ସମ୍ ସବୁ ଇଫକୋ କମ୍ପାନୀ ରୁ ଆଣି ଜେଏସଡବ୍ଲ୍ୟୁ ତାର ଏକ ଟ୍ରାନ୍ସପୋର୍ଟର ନିୟୋଜିତ କରି ତରବରିଆ ଭାବରେ ଓଭର ଲୋଡ୍ ଆଣି ଖାଲି ଯାଗାରେ ଗଦା କରୁଛି ।
ଗୋଟିଏ ଗାଡିର 16/18 ଟନ୍ ପାସିଙ୍ଗ୍ ଥିବା ବେଳେ ଇଫକୋ ରୁ 30 ଟନ୍ କିପରି ଆସିଲା ତାକୁ ନେଇ ଏବେ ବଡ ପ୍ରଶ୍ନ । ତା ଛଡା ଗୋଟିଏ ପଟେ ଷଣ୍ଢକୁଦ ଅଞ୍ଚଳରୁ ଆଇଓସିଏଲ୍ ସାଉଥ୍ ଗେଟ୍ ପର୍ଯ୍ୟନ୍ତ କୋଷ୍ଟାଲ୍ ରୋଡ୍ ଏ ପର୍ଯ୍ୟନ୍ତ ସରିନାହିଁ କିନ୍ତୁ ସେହି ଅଧାଗଢ଼ା ରାସ୍ତା ରେ ଜେଏସଡବ୍ଲ୍ୟୁ ତାର ଓଭର ଲୋଡ ହାଇୱ୍ଵା ଆଣି ସେ ରାସ୍ତା ସବୁ ଫଟେଇ ଦେଇଛି ଯାହାକୁ ନେଇ ଷଣ୍ଢକୁଦ ବାସିନ୍ଦା ଙ୍କ ମଧ୍ୟ ରେ ପ୍ରବଳ ଜନ ଅସନ୍ତୋଷ ଦେଖାଦେଇଛି ।
ତେବେ ଇଫକୋ ପିପିଏଲ ରେ ଯେଉଁ ସ୍ଥାନ ରେ ଜିପ୍ ସମ୍ ଗଦା ହୋଇ ରହିଛି ସେଠାରେ ଗ୍ରାଉଣ୍ଡ ୱ୍ଵାଟର୍ ଖରାପ୍ ହେଉନାହିଁ କିନ୍ତୁ ଜେଏସଡବ୍ଲ୍ୟୁ ର ଏହି ଖାଲି ଯାଗାରେ ଯେଉଁଠି ଗଦା ହେଉଛି ସେଠି ଭୁତଳ ଜଳ ସ୍ଥିତି ପରିସ୍ଥିତି କଣ ହେବ । ଏହି ବିଷାକ୍ତ ଜିପ୍ ସମ୍ ପାଣିରେ ମିଶିଲେ ସାଧାରଣ ଲୋକେ କି ପ୍ରକାର ଦୁର୍ଦ୍ଦଶା ଭୋଗିବେ ସେନେଇ ଏବେ ବିରାଟ ପ୍ରଶ୍ନ ।
ବାଲି ମାଟି ଠାରୁ ଶସ୍ତା ହେବ ବୋଲି କଣ ଏହିପରି ଭାବରେ
ଜେଏସଡବ୍ଲ୍ୟୁ ତାର ମନ ଇଚ୍ଛା କାର୍ଯ୍ୟ କରିବ ?
ତାକୁ କଣ କେହି ରୋକି ପାରିବେ ନାହିଁ ?
ଜେଏସଡବ୍ଲ୍ୟୁ କଣ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଗେହ୍ଲାପୁଅ ?
ଲୋକେ ଆଗେ ନା ଶିଳ୍ପ ଆଗ ?
ଏହା ଦ୍ଵାରା ଏ ଅଞ୍ଚଳର ବିକାଶ ହେବ ନାଁ ବିନାଶ ହେବ ?
ଏମିତି କେତେ କଣ ପ୍ରଶ୍ନ ସାଧାରଣ ରେ ଘୁରି ବୁଲୁଛି ।