ଆୟୋଜିତ ହେଲା ରାଜ୍ୟ ସ୍ତରୀୟ ମକ୍ ଡ୍ରିଲ

ରାସାୟନିକ ବିପର୍ଯ୍ୟୟ ର ମୁକାବିଲା ନିମନ୍ତେ ରାଜ୍ୟ ସ୍ତରୀୟ ମକ୍ ଡ୍ରିଲ ଅନୁଷ୍ଠିତ

ଆୟୋଜିତ ହେଲା ରାଜ୍ୟ ସ୍ତରୀୟ ମକ୍ ଡ୍ରିଲ


***************************
ପାରାଦୀପ, ତା ୨୮.୦୨.୨୦୨୫ ରିଖ: ଆଜି ଜଗତସିଂହପୁର ଜିଲ୍ଲାର ପାରାଦୀପ ଠାରେ ରାଜ୍ୟ ଓ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଙ୍କ ମିଳିତ ଆନୁକୁଲ୍ୟ ରେ ସମ୍ଭାବ୍ୟ ରାସାୟନିକ ବିପର୍ଯ୍ୟୟ ର ପ୍ରସ୍ତୁତି ନିମନ୍ତେ ଏକ ମକ୍ ଡ୍ରିଲ ଅନୁଷ୍ଠିତ ହୋଇ ଯାଇଛି।

ପାରାଦୀପ ସ୍ଥିତ ପି ପି ଏଲ ଓ ଇଫ କୋ ଶିଳ୍ପାନୁଷ୍ଠାନ  ଏହି ମକ୍ ଡ୍ରିଲରେ ଭାଗ ନେଇଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧନରେ ଅତିରିକ୍ତ ଜିଲ୍ଲାପାଳ ପାରାଦ୍ଵୀପ ଶ୍ରୀ ନିରଞ୍ଜନ ବେହେରା ପି ପି ଏଲ ରେ,   ଏବଂ କୁଜଙ୍ଗ ତହସିଲଦାର ଶ୍ରୀ ସ୍ୱରୂପ ନନ୍ଦନ ବେହେରା ଇଫକୋ ଠାରେ ଉପସ୍ଥିତ ରହି ଏହି ରାସାୟନିକ ମକ୍ ଡ୍ରିଲ କୁ ସୂଚାରୁ ରୁପେ ସଂପାଦନ କରିବା ପାଇଁ ଦିଗଦର୍ଶନ ଦେଇଥିଲେ। ଟେକନିକାଲ୍ ଅବଜରଭର୍ ଭାବେ  ପି ପି ଏଲ ଠାରେ ଫ୍ୟାକ୍ଟ୍ରି ଆଣ୍ଡ ବଏଲର ବିଭାଗ ର ଉପ ନିର୍ଦ୍ଦେଶକ, କଟକ ଡ଼ିଭିଜନ ଶ୍ରୀ ମନୋଜ ପଣ୍ଡା ଓ ଇଫକୋ ରେ ଫ୍ୟାକ୍ଟ୍ରି ଆଣ୍ଡ ବଏଲର ବିଭାଗ ର ସହକାରୀ ନିର୍ଦ୍ଦେଶକ ଶ୍ରୀ ଚନ୍ଦ୍ର ଶେଖର ବେହେରା, ଙ୍କ  ତତ୍ତ୍ଵାବଧାନରେ ଉଦ୍ଧାର କାର୍ଯ୍ୟ ସମ୍ବନ୍ଧୀୟ ସମସ୍ତ କଳାକୌଶଳ ପ୍ରଦର୍ଶିତ ହୋଇଥିଲା।

ପ୍ରଥମେ ଏହି ୨ ଟି ଶିଳ୍ପ ଅନୁଷ୍ଠାନ ମଧ୍ୟରୁ ଇଫକୋ ରେ ବିଷାକ୍ତ ଆମୋନିଆ  ଲିକ୍ ଏବଂ ପି ପି ଏଲ ରେ ସଲ ଫ୍ୟୁରିକ୍  ଏସିଡ ଜନିତ ଅଗ୍ନି ସଂଯୋଗ ର  କୃତ୍ରିମ ବିପର୍ଯ୍ୟୟ ନେଇ ସାଇରନ୍ ବାଜିଥିଲା।ସମ୍ଭାବ୍ୟ ବିପର୍ଯ୍ୟୟ ବିଷୟରେ ପ୍ଲାଣ୍ଟ ଭିତରେ ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳ ଗୁଡ଼ିକ ରେ ସତର୍କ ସୁଚନା ଦିଆଯିବା ସହ ପ୍ରଭାବିତ  ଲୋକଙ୍କୁ ପୂର୍ବ ନିର୍ଦ୍ଧାରିତ ନିକଟସ୍ଥ ଡାକ୍ତରଖାନା କୁ ନିଆଯାଇଥିଲା। ଏଥିପାଇଁ   ପି ପି ଏଲ ର ପ୍ରଭାବିତ ଙ୍କୁ ପି ପି ଏଲ ଟାଉନ ଶିପ ଏବଂ ଇଫକୋ ର ପ୍ରଭାବିତ ଙ୍କୁ ଇଫକୋ ଟାଉନ ଶିପ ତଥା ଇଫକୋ ସ୍ଵର୍ଣ୍ଣ ଜୟନ୍ତୀ ସଭାଘର କୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ପ୍ରଭାବିତ ଙ୍କୁ  ଶୁଖିଲା ଖାଦ୍ୟ ଓ  ପାଣି ଯୋଗାଇ ଦିଆଯାଇଥିଲା।

ଗ୍ୟାସ୍ ଲିକ୍ ସ୍ଥାନ ଗୁଡିକରେ ଲିକ୍ ମରାମତି ଏବଂ  ସଲ ଫ୍ୟୁରିକ ଏସିଡ ଜନିତ ଅଗ୍ନି କୁ ପାଣି ସ୍ପ୍ରେ ଦ୍ଵାରା  ନିର୍ବାପନ ର କଳା କୌଶଳ ପ୍ରଦର୍ଶନ ହୋଇଥିଲା। ରକ୍ଷାକାରୀ ମାନେ ଗ୍ୟାସ୍ ଟାଇଟ୍ ପୋଷାକ ପରିଧାନ କରି ଉଦ୍ଧାର କାର୍ଯ୍ୟ ର କୌଶଳ ଦେଖାଇଥିଲେ । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଜରୁରୀ ବିଭାଗ ଅଧିକାରୀ ସୁଶ୍ରୀ ଅନିଶା ଦାସ  ଓ ଡି ପି ଓ ସୁଧାଂଶୁ ପୃଷ୍ଟି ଙ୍କ ପକ୍ଷରୁ କଣ୍ଟ୍ରୋଲ ରୁମ୍, triaged centre, ରିଲିଫ୍ ସେଣ୍ଟର୍, ପ୍ରଦୂଷଣ ସ୍ଥାନ, ହଳଦିଆ ସବୁଜ ଜୋନ ଓ ରେଡ୍ ଜୋନ ସମ୍ପର୍କ ରେ ଜନସାଧାରଣ ଙ୍କୁ ବିସ୍ତୃତ ବିବରଣୀ ପ୍ରଦାନ କରଯାଇଥିଲା।

ମକ୍  ଡ୍ରିଲ ଶେଷ ହେବା ପରେ ସମସ୍ତ ଅଧିକାରୀ ରିଲିଫ୍ ସେଣ୍ଟର୍ ଯାଇ ପ୍ରଭାବିତ ମାନଙ୍କ ଅବସ୍ଥା ସଂପର୍କରେ ଅନୁଧ୍ୟାନ କରିଥିଲେ।ଏହି ରାସାୟନିକ ମକ୍ ଡ୍ରିଲ ଏକ୍ସରସାଇଜ୍  ରେ ଏନ୍ ଡି ଆର ଏଫ,ଓଡ୍ରାଫ୍, ଅଗ୍ନିଶମ ବିଭାଗ,    ପ୍ରମୁଖ ଭାଗ ନେଇଥିଲେ। ବର୍ତ୍ତମାନ ଦ୍ରୁତ ଶିଳ୍ପାୟନ ଯୁଗରେ ଆକସ୍ମିକ ଭାବେ ଘଟୁଥିବା ଏହିପରି ଦୁର୍ଘଟଣା ସମୟରେ ଭୟଭୀତ ନ ହୋଇ ଏହାକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ହେବା ପାଇଁ ସଂପୃକ୍ତ ଅଧିକାରୀ ମାନେ ଉପସ୍ଥିତ ଜନସାଧାରଣ ଙ୍କୁ ଉପଦେଶ ଦେଇଥିଲେ ।