ନବରଙ୍ଗପୁର ରାଇଘର ଗସ୍ତରେ ପାଣ୍ଡିଆନ୍
5T ତଥା ଆମ ଓଡ଼ିଶା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ୍ ନବରଙ୍ଗପୁର ଜିଲ୍ଲାର ରାଇଘର ଗସ୍ତରେ ଯିବେ

5T ତଥା ଆମ ଓଡ଼ିଶା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ୍ ନବରଙ୍ଗପୁର ଜିଲ୍ଲାର ରାଇଘର ଗସ୍ତରେ ଯିବେ। ପାଣ୍ଡିଆନ୍ ଦିନ ପ୍ରାୟ ୧୨ଟା ୪୫ ମିନିଟରେ ହେଲିକେପ୍ଟର୍ ଯୋଗେ ରାଇଘର ମିନି ଷ୍ଟାଡିଅମ ଠାରେ ପହଞ୍ଚିବାର କାର୍ୟ୍ୟକ୍ରମ ରହିଛି । ସେଠାରେ ବିଜେଡ଼ିର ଏକ ସାଧାରଣ ସଭାରେ ଯୋଗ ଦେବା ସହିତ ଲୋକଙ୍କ ଅଭିଯୋଗ ପତ୍ର ଗ୍ରହଣ କରିବେ ।
ସଭାରେ ପ୍ରାୟ ୪୫ ମିନିଟ ଧରି ଉପସ୍ଥିତ ରହିବା ପରେ ସେ ଲକ୍ଷ୍ମୀପୁରକୁ ଗସ୍ତ କରିବେ ବୋଲି ସୂଚନା ମିଳିଛି । ଗତ ଦୁଇ ଦିନ ଧରି ଜିଲ୍ଲାସ୍ତରୀୟ ଅଧିକାରୀ ତଥା ଜିଲ୍ଲା ପୁଲିସ ପ୍ରଶାସନର ଘନ ଘନ ରାଇଘର ଗସ୍ତ ରହିଥିବା ବେଳେ ଏହିି କାର୍ୟ୍ୟକ୍ରମ ଅବସରରେ ଟ୍ରାଫିକ ଓ ସୁରକ୍ଷା ବ୍ୟବସ୍ଥାକୁ ଅନୁଧ୍ୟାନ କରିବାକୁ ବିଭିନ୍ନ ଅଧିକାରୀ ନିୟୋଜିତ ରହିଛନ୍ତି ।