କାକାର ଟାଙ୍ଗିଆ ଚୋଟରେ ପୁତୁରା ମୃତ

କାକାର ଟାଙ୍ଗିଆ ଚୋଟରେ ପୁତୁରା ମୃତ

କାକାର ଟାଙ୍ଗିଆ ଚୋଟରେ ପୁତୁରା ମୃତ

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଭୁଲି ଗଲା ରକ୍ତ ସମ୍ପର୍କ। କ୍ଷଣିକ ରାଗ ପାଇଁ ନିଜ ପୁତୁରାର ରକ୍ତରେ ହୋଲି ଖେଳିଲା କାକା । ନୂଆଁଖାଇ ସାରିବା ପରେ ନିଜ ପୁତୁରାକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି କାକା । 

ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଲବଣିସର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ନିଜ ପୁତୁରା କୁ ହତ୍ୟା କରିଛି କାକା।

। ପୋଲିସ୍ ଦେଇଥିବା ସୁଚନା ଅନୁଜାୟୀ ଲବଣିସର ଗାଁର ପ୍ରଶାନ୍ତ ମାଝୀ ଓ ତାଙ୍କ କାକା ମୁଗାନା ମାଝୀଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ବିଭିନ୍ନ କାରଣକୁ ନେଇ ଗଣ୍ଡଗୋଳ ଲାଗି ରହିଥିଲା। ଗତକାଲି ଗଡ଼ଜାତ ଅଞ୍ଚଳରେ ନୂଆଖାଇ ଥିବାବେଳେ, ପ୍ରଶାନ୍ତଙ୍କ ପରିବାର ମଧ୍ୟ ନୂଆଖାଇ ଥିଲେ ।

ନୂଆଖାଇ ସାରିବା ପରେ ପରେ ନିଜ କାକା ମୁଗନା ମାଝୀ ପ୍ରଶାନ୍ତ ଙ୍କ ସହ ଗଣ୍ଡଗୋଳ କରିଥିଲା। ପରେ ବିଳମ୍ବିତ ରାତିରେ ଉତ୍ୟକ୍ତ ହୋଇ ପ୍ରଶାନ୍ତଙ୍କ କାକା ମୁଗନା ମାଝୀ ପ୍ରଶାନ୍ତ ଏକୁଟିଆ ସୋଇଥିବା ବେଳେ, ଏହାର ସୁଯୋଗ ନେଇ ବିଳମ୍ବିତ ରାତିରେ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ବେଳେ, ସକାଳେ ପ୍ରସନ୍ନ ଙ୍କ ପରିବାର ଏହା ଦେଖି ତୁରନ୍ତ ଗ୍ରାମବାସୀ ଙ୍କୁ ଖବର ଦେବା ସହ ପୋଲିସକୁ ଖବର ଦେଇଥିଲେ।

ଖବର ପାଇ ଘଟଣା ସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ଏନେଇ ଏକ ମାମଲା ରୁଜୁ କରିବା ସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକତ୍ସାଲୟ କୁ ପଠାଇଥିବା ବେଳେ, ଅଭିଯୁକ୍ତ କାକା କୁ ପୋଲିସ୍ ଗିରଫ କରି ପଚରା ଉଚୁରା କରୁଥିବା ନେଇ ପୋଲିସ୍ ସୂଚନା ଦେଇଛି।