ବ୍ରହ୍ମପୁର ଡିଭିଜନ୍ରେ ବୁଲୁଛି ବାଘ
ବ୍ରହ୍ମପୁର ଡିଭିଜନ ବନାଞ୍ଚଳରେ ଘୁରି ବୁଲୁଛି ବାଘ

ବ୍ରହ୍ମପୁର ଡିଭିଜନ ବନାଞ୍ଚଳରେ ଘୁରି ବୁଲୁଛି ବାଘ । ଭୟଭୀତ ନହେବାକୁ ପରାମର୍ଶ ଦେଲେ ଡିଏଫ୍ଓ ଏବଂ ବନବିଭାଗ । ଏହାସହିତ ଭୁଲ୍ ଭିଜୁଆଲ୍ର ପ୍ରସାରଣ ନକରିବାକୁ ଅନୁରୋଧ କରିଛନ୍ତି ଡିଏଫ୍ଓ ସନ୍ନି ଖୋଖର ।
ସୋମବାର ସଂଧ୍ୟାରେ ଦିଗପହଣ୍ଡି-ଚିକିଟି ରାସ୍ତା ଜକର ନିକଟରେ ବାଘର ପାଦ ଚିହ୍ନ ଦେଖି ଅଞ୍ଚଳବାସୀ ଭୟଭୀତ ହୋଇଥିଲେ ।
ଏବେ ଯାଏଁ ବାଘ କୌଣସି ଲୋକଙ୍କୁ କ୍ଷତି କରିନାହିଁ । ଏବେ ଯାଏଁ ୬ଟି ପଶୁ ବାଘ ଦ୍ୱାରା କ୍ଷତି ହୋଇଥିବା ବେଳେ ସେମାନଙ୍କୁ କ୍ଷତିପୂରଣ ଦେବା ଲାଗି ଧାର୍ଯ୍ୟ ଟଙ୍କା ଆକଳନ କରାଯାଇଛି । ଏହାସହିତ ସମୟ ସମୟରେ ଗଣମାଧ୍ୟମ ଫେକ୍ ଭିଜୁଆଲ୍ ଉପରେ ନଜର ରଖିବାକୁ କହିଛନ୍ତି ବ୍ରହ୍ମପୁର ଡିଏଫ୍ଓ ସନ୍ନି ଖୋଖର।