ଆସିଷ୍ଟାଣ୍ଟ କଲେକ୍ଟର ମୃତ୍ୟୁର ତଦନ୍ତ ନିର୍ଦ୍ଦେଶ

ରାଉରକେଲା  ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟର ଆସିଷ୍ଟାଣ୍ଟ  କଲେକ୍ଟର ସୁସ୍ମିତା ମିଞ୍ଜଙ୍କ ସନ୍ଦେହଜନକ  ମୃତ୍ୟୁ ଘଟଣାର ତଦନ୍ତ ଦାୟିତ୍ୱ ପୁଲିସ୍‌ ବିଭାଗର  ମାନବଧିକାର ସୁରକ୍ଷା ସେଲ୍‌(ଏଚ୍‌ଆରପିସି) କୁ ହସ୍ତାନ୍ତର କରାଯାଇଛି

ଆସିଷ୍ଟାଣ୍ଟ କଲେକ୍ଟର ମୃତ୍ୟୁର ତଦନ୍ତ ନିର୍ଦ୍ଦେଶ

ରାଉରକେଲା  ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟର ଆସିଷ୍ଟାଣ୍ଟ  କଲେକ୍ଟର ସୁସ୍ମିତା ମିଞ୍ଜଙ୍କ ସନ୍ଦେହଜନକ  ମୃତ୍ୟୁ ଘଟଣାର ତଦନ୍ତ ଦାୟିତ୍ୱ ପୁଲିସ୍‌ ବିଭାଗର  ମାନବଧିକାର ସୁରକ୍ଷା ସେଲ୍‌(ଏଚ୍‌ଆରପିସି) କୁ ହସ୍ତାନ୍ତର କରାଯାଇଛି । ସେହି ସେଲ୍‌ର ଜଣେ  ଡିଏସ୍‌ପି ପାହ୍ୟାର ଅଫିସରଙ୍କ ତତ୍ତ୍ୱାବଧାନରେ  ଚାଲିବ ତଦନ୍ତ । ଏନେଇ ଆଜି ବିଧିବଦ୍ଧ ଭାବେ  ରାଉରକେଲା ଏସ୍‌ପି ମିତ୍ରଭାନୁ ମହାପାତ୍ର ନିର୍ଦ୍ଦେଶ  ଜାରି କରିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି ।  ଏଚ୍‌ଆରପିସି ମାମଲା ଯିବା ପରେ ସୁସ୍ମିତାଙ୍କ  ମୃତ୍ୟୁର ଗୁମର ଶୀଘ୍ର ଖୋଲିବା ଆଶା କରାଯାଇଛି । 
ମଙ୍ଗଳବାର ଆସିଷ୍ଟାଣ୍ଟ କଲେକ୍ଟର  ସୁସ୍ମିତା ମିଞ୍ଜଙ୍କ ପାଇଁ ସୁନ୍ଦରଗଡ଼  ଆଦିବାସୀ ଜିଲ୍ଲା ମଞ୍ଚ ଆନ୍ଦୋଳନକୁ ଓହ୍ଲାଇଥିଲା ।  ଶତାଧିକ ଆଦିବାସୀ ବିରାଟ ଶୋଭାଯାତ୍ରାରେ ଆସି  ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ  ସମ୍ମୁଖରେ ବିକ୍ଷୋଭ କରିଥିଲେ । ସୁସ୍ମିତାଙ୍କୁ ହତ୍ୟା  କରାଯାଇଥିବା ସେମାନେ ଅଭିଯୋଗ କରିଥିଲେ ।  ଏହାର ସିବିଆଇ ତଦନ୍ତ କରାଯିବା ଓ ଦୋଷୀକୁ  ତୁରନ୍ତ ଗିରଫ ପାଇଁ ସେମାନେ ଦାବି କରିଥିଲେ ।  ଦାବିପୂରଣ ନହେଲେ ସମଗ୍ର ରାଜ୍ୟର  ଆଦିବାସୀ ରାଜଧାନୀର ରାଜରାସ୍ତାକୁ ଓହ୍ଲାଇବେ  ବୋଲି ଚେତାବନୀ ଦେଇଥିଲେ । ସୁନ୍ଦରଗଡ଼  ଆଦିବାସୀ ଜିଲ୍ଲା ମଞ୍ଚ ପକ୍ଷରୁ ଭାରତର  ରାଷ୍ଟ୍ରପତି, ଓଡ଼ିଶା ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ,  ଆରଡିସି (ସମ୍ବଲପୁର), ପଶ୍ଚିମାଞ୍ଚଳ ଡିଆଇଜି  ଓ ରାଉରକେଲା ଏସ୍‌ପିଙ୍କ ଉଦ୍ଦେଶ୍ୟରେ ଏକ  ଦାବିପତ୍ର ପ୍ରଦାନ କରାଯାଇଥିଲା ।