IDBI BANKରେ ଏକ କୋଟି ଟଙ୍କା ହେରଫେର ଅଭିଯୋଗ, ବ୍ୟାଙ୍କ ମ୍ୟାନେଜର ଅଟକ
ଅଭିଯୋଗକୁ ଭିତ୍ତି କରି ନବରଙ୍ଗପୁର ପୋଲିସ କେଶ ନମ୍ବର ୫୨୩/୨୩ରେ ଏକ ମାମଲା ରୁଜୁ କରିଛି l

ଅଞ୍ଜନ କୁମାର ଶତପଥୀ-IDBI ବ୍ୟାଙ୍କ ମ୍ୟାନେଜର, ନବରଙ୍ଗପୁର ଶାଖା
ନବରଙ୍ଗପୁର: ନବରଙ୍ଗପୁର ସହର ସ୍ଥିତ IDBI BANKରେ ଏକ କୋଟି ଟଙ୍କା ହେରଫେର ଘଟଣାର ତଦନ୍ତ ପରେ ବ୍ୟାଙ୍କର ଆଞ୍ଚଳିକ ମୁଖ୍ୟ (DGM) ସ୍ୱରୂପ ଦତ୍ତ ନବରଙ୍ଗପୁର ଥାନାରେ ଏତଲା ଦେଇଛନ୍ତିl ପୋଲିସ ପ୍ରାଥମିକ ତଦନ୍ତ କରି ବ୍ରାଞ୍ଚ ମ୍ୟାନେଜର ଅଞ୍ଜନ କୁମାର ଶତପଥୀଙ୍କୁ ଥାନାରେ ଆଣି ଅଟକ ରଖିବା ସହ ଅଧିକା ତଦନ୍ତ ଚଳାଇଛି l ଅଭିଯୋଗକୁ ଭିତ୍ତି କରି ନବରଙ୍ଗପୁର ପୋଲିସ କେଶ ନମ୍ବର ୫୨୩/୨୩ରେ ଏକ ମାମଲା ରୁଜୁ କରିଛି l
ଅଭିଯୋଗ ଅନୁଯାୟୀ ନବରଙ୍ଗପୁର IDBI ବ୍ରାଞ୍ଚ ମ୍ୟାନେଜର ଅଞ୍ଜନ କୁମାର ସତପଥି ଚଳିତ ମାସ ୧ ଓ ୨ ତାରିଖ ଦିନ କାରବାର ହୋଇଥିବା ବ୍ୟାଙ୍କର ଭାଉଲ୍ଟରୁ ଏକ କୋଟି ଟଙ୍କା ନେଇଁ ଏସବିଆଇର କରେନ୍ସି ବକ୍ସରେ ଜମା କରିବି କହି ଜମା କରିନଥିଲେ l ଅନ୍ୟପଟେ ଗତ ୧୫ ତାରିଖ ଦିନ ବ୍ୟାଙ୍କରେ ଯାଞ୍ଚ ସମୟରେ ଏକ କୋଟି ଟଙ୍କା କମ ଥିବା ଜଣାପଡିଥିଲା l ଯାହାକୁ ନେଇଁ ଡିଜିଏମ ସ୍ୱରୂପ ଦତ୍ତଙ୍କୁ ବ୍ୟାଙ୍କ କର୍ମଚାରୀମାନେ ଜଣାଇଥିଲେ l DGM MD ସ୍ବରୂପ ଦତ୍ତ ନବରଙ୍ଗପୁର ସ୍ଥିତ IDBI ବ୍ୟାଙ୍କକୁ ଆସି ତଦନ୍ତ କରିବା ପରେ ନବରଙ୍ଗପୁର ଥାନାରେ ଏତଲା ଦେଇଛନ୍ତି l
ଏତଲା କୁ ଭିତ୍ତି କରି ନବରଙ୍ଗପୁର ପୋଲିସ IDBI ବ୍ୟାଙ୍କକୁ ଯାଇ ତଦନ୍ତ କରିବା ସହ ବ୍ୟାଙ୍କ ମ୍ୟାନେଜର ଅଞ୍ଜନ କୁମାର ଶତପଥୀଙ୍କୁ ଅଟକ ରଖି ଅଧିକା ତଦନ୍ତ ଚଳାଇଛି l ଅନ୍ୟପଟେ ଏତେ ଗୁଡ଼ିଏ ଟଙ୍କା ହେରଫେରରେ କେବଳ ବ୍ୟାଙ୍କ ମ୍ୟାନେଜର ର ହାତ ଅଛି ନା ଅନ୍ୟ କେଉଁ କର୍ମଚାରୀଙ୍କ ହାତ ରହିଛି ତାହା ତଦନ୍ତ ସାପେକ୍ଷ l