ସେଦିନ ଥିଲା ଶୁକ୍ରବାର, ଏଥର ବି ସେହି ଶୁକ୍ରବାର

୧୪ ବର୍ଷ ତଳର ହୃଦୟ ବିଦାରକ ଘଟଣା ଆଜି ବି କରମଣ୍ଡଳ ସହ ଘଟିଛି

ସେଦିନ ଥିଲା ଶୁକ୍ରବାର, ଏଥର ବି ସେହି ଶୁକ୍ରବାର

ଭୁବନେଶ୍ୱର: ସେଦିନ ବି ଥିଲା ଶୁକ୍ରବାର, ଏଥର ବି ସେହି ଶୁକ୍ରବାର, ଓଡ଼ିଶାରେ କରମଣ୍ଡଳ ଏକ୍ସପ୍ରେସ୍‌ ଦୁର୍ଘଟଣା ହେବା ଦ୍ୱିତୀୟ ଘଟଣା । ପୁଣି ମନେପକାଇ ଦେଲା ୨୦୦୯ର ଘଟଣା। ପୂର୍ବରୁ ୨୦୦୯ ମସିହାରେ ଯାଜପୁରରେ ଦୁର୍ଘଟଣାର ଶିକାର ହୋଇଥିଲା କରମଣ୍ଡଳ ଏକ୍ସପ୍ରେସ । ସେଦିନ ବି ଥିଲା ଶୁକ୍ରବାର । ୧୪ ବର୍ଷ ତଳର କାଳ ଶୁକ୍ରବାର ଆଜି ବି କରମଣ୍ଡଳ ସହ ଘଟିଛି। ୨୦୦୯ରେ ବି ଓଡ଼ିଶାରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା କରମଣ୍ଡଳ। ହାୱଡ଼ାରୁ ଚେନ୍ନାଇ ଯିବା ବେଳେ ଯାଜପୁର ରୋଡ୍‌ରେ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାର ସମ୍ମୁଖୀନ କରମଣ୍ଡଳର ୧୩ଟି ବଗି ଓଲଟି ପଡ଼ିଥିଲା। ସେହି ଦୁର୍ଘଟଣାରେ କରମଣ୍ଡଳର ୧୬ ଯାତ୍ରୀ ମୃତ୍ୟୁବରଣ କରିଥିଲେ। ୧୬୧ ଯାତ୍ରୀ ଉକ୍ତ ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଥିଲେ। ସଂଯୋଗର ବିଷୟ, ସେଦିନ ଥିଲା ଶୁକ୍ରବାର, ଏଥର ବି ସେହି ଶୁକ୍ରବାର। 

ଗୋଟିଏ ନୁହେଁ କି ଦୁଇଟି ନୁହେଁ ୩ ତିନୋଟି ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ, ଯୁଆଡ଼େ ଦେଖିବ ଖାଲି ଶବ ଆଉ ଶବ 

କାନ୍ଦ ବୋବାଳି ରେ ଥରି ଉଠୁଛି ଘଟଣା ସ୍ଥଳ ଅଞ୍ଚଳ , କିଏ ପୁରା ପରିବାର ହରାଇଛି ତ କିଏ ବାପା ମାଆଙ୍କୁ ହରାଇ କାନ୍ଦୁଛି । ଏମିତିକି କେହି କେହି ନିଜ ପିଲାଙ୍କୁ ହରାଇ ଭୋଭୋ ହୋଇ ଆତ୍ମହରା ହୋଇ ପଡୁଛି । ଆହୁରି ଅନେକ ଅଛନ୍ତି ଯେଉଁମାନେ ଖୋଜା ଖୋଜି କରି ନୟାନ୍ତ ହେଲେଣି , ତଥାପି ପାଉନାହାଁନ୍ତି , ଏବେ ବି ବଗି ତଳେ ଚାପି ହୋଇ ରହିଥିବା ପରିବାର ଲୋକ ଆଶଙ୍କା କରୁଛନ୍ତି ।

ବାଲେଶ୍ୱର ଜିଲ୍ଲା ବାହାନଗାରେ ବଡ଼ ଧରଣର ଟ୍ରେନ୍‌‌ ଦୁର୍ଘଟଣା ଘଟିଛି । ଏବେ ସୁଦ୍ଧା ୨୮୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଆଗକୁ ମୃତ୍ୟୁ ସଂଖ୍ୟା ବଢିବ ବୋଲି କୁହାଯାଉଛି।

ତେବେ ଗତକାଲି ଦୁର୍ଘଟଣାର ଶିକାର ହୋଇଥିବା କରମଣ୍ଡଳ ଏକ୍ସପ୍ରେସ ଏହା ପୂର୍ବରୁ ମଧ୍ୟ ୧୪ ବର୍ଷ ତଳେ ସମାନ ଧରଣର ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଥିଲା। ରାତି ପ୍ରାୟ ୭ଟା ୩୦ରେ ଏହି ଦୁର୍ଘଟଣା ଘଟିଥିଲା । ଘଟଣାଚକ୍ରରେ ସେଦିନ ଥିଲା ଶୁକ୍ରବାର । ଫେବୃଆରୀ ୧୩, ୨୦୦୯ ଶୁକ୍ରବାର ଦିନ କରମଣ୍ଡଳ ଏକ୍ସପ୍ରେସ ଯାଜପୁର ରୋଡ ନିକଟରେ ଦୁର୍ଘଟଣାର ଶିକାର ହୋଇ ୧୬ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୧୬୧ ଜଣ ଆହତ ହୋଇଥିଲେ। ଟ୍ରେନଟି ଦ୍ରୁତ ଗତିରେ ହାଓଡ଼ାରୁ ଚେନ୍ନାଇ ଅଭିମୁଖେ ଯାଉଥିବାବେଳେ ୧୩ଟି ବଗି ଲାଇନଚ୍ୟୁତ ହୋଇଥିଲା ଆଉ ଏଥିରେ ୧୧ଟି ସୁପର ଓ ଦୁଇଟି ଜେନେରାଲ୍‌‌ ବଗି ଥିଲା। ଗତକାଲି ବି ସେହିଭଳି ଦୁର୍ଘଟଣା ଘଟିଛି । ଭୟଙ୍କର, ମର୍ମନ୍ତୁଦ ଓ ହୃଦୟ ବିଦାରକ ଘଟଣା । ମୃତାହତଙ୍କ ସଂଖ୍ୟା ବେଶ୍‌ କେଇ ଗୁଣା ଅଧିକ ।

ଗୁରୁତର ଆହତ ହୋଇ ବସ୍‌ରେ ଆସିଲେ, କିନ୍ତୁ ଜୀବନ ହରାଇ ଶବ ହୋଇ ଟ୍ରାକ୍ଟରରେ ବୁହା ହେଲେ 

ଇତିମଧ୍ୟରେ ରେଳ ଦୁର୍ଘଟଣା ସ୍ଥଳରେ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। 

ମୃତାହତଙ୍କୁ ହସ୍ପିଟାଲ ନେବାକୁ ନିଅଣ୍ଟ ହେଲା ଆମ୍ବୁଲାନ୍ସ। ଟ୍ରାକ୍ଟର ଡାଲାରେ ଗଦା କରି ବୁହା ହେଲା ମୃତଦେହ। ପିକ୍‌ଅପ୍‌ ଭ୍ୟାନ୍‌ ଡାଲାରେ ଲୋଡ୍ କରି ବୁହା ହେଲା ଶବ।