ସାମ୍ବାଦିକଙ୍କ ପକ୍ଷରୁ ଅତିରିକ୍ତ ଏସପି ଓ ଅତିରକ୍ତ ଜିଲ୍ଲାପାଳଙ୍କୁ ସ୍ୱାଗତ ଓ ଶୁଭେଚ୍ଛା

କର୍ତ୍ତବ୍ୟରତ ସାମ୍ବାଦିକଙ୍କ ତରଫରୁ ନୂତନ ଭାବେ ଜିଲ୍ଲାରେ ଯୋଗଦାନ କରିଥିବା ୨ ଅତିରିକ୍ତ ଏସପି ଓ 3 ଅତିରକ୍ତ ଜିଲ୍ଲାପାଳଙ୍କୁ ସ୍ୱାଗତ ଓ ଶୁଭେଚ୍ଛା

ସାମ୍ବାଦିକଙ୍କ ପକ୍ଷରୁ ଅତିରିକ୍ତ ଏସପି ଓ ଅତିରକ୍ତ ଜିଲ୍ଲାପାଳଙ୍କୁ ସ୍ୱାଗତ ଓ ଶୁଭେଚ୍ଛା

ପୁରୀ : ପୁରୀରେ କର୍ତ୍ତବ୍ୟରତ ସାମ୍ବାଦିକ ମାନଙ୍କ ତରଫରୁ ବୁଧବାର ପୂର୍ବାହ୍ନରେ ଜିଲ୍ଲା ସାମ୍ବାଦିକ ପ୍ରକୋଷ୍ଠରେ ନୂତନ ଭାବେ ଜିଲ୍ଲାରେ ଯୋଗଦାନ କରିଥିବା ୨ ଅତିରିକ୍ତ ଏସପି ଓ 3 ଅତିରକ୍ତ ଜିଲ୍ଲାପାଳଙ୍କୁ ସ୍ୱାଗତ ଶୁଭେଚ୍ଛା ପ୍ରଦାନ କରାଯାଇଥିଲା l ବରିଷ୍ଠ ସାମ୍ବାଦିକ ବିଶ୍ୱଜିତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେଏକ ସ୍ୱାଗତ ସଭା ଅନୁଷ୍ଠିତ ହୋଇଥିଲା l କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟକଲ ଡକ୍ଟର ଶରତ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ କୈଳାଶ ଚନ୍ଦ୍ର ନାୟକ, ଅତିରିକ୍ତ ଏସପି ଦେବଦତ୍ତ ଚକ୍ର, ସୁଶୀଲ କୁମାର ମିଶ୍ର ଯୋଗ ଦେଇଥିଲେ l

ପ୍ରାରମ୍ଭରେ ସାମ୍ବାଦିକ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିଲେ l ଏହି ଅବସରରେ ନିମନ୍ତ୍ରିତ ଅତିଥି ମାନଙ୍କୁ ଉତ୍ତରୀୟ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ୱାଗତ କରାଯାଇଥିଲା  l ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ କହିଥିଲେ ସବୁବେଳେ ସାମ୍ବାଦିକ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ସମନ୍ୱୟ ରହିଛି l ଉତ୍ତମ ସମନ୍ୱୟ ଯୋଗୁଁ ଚଳିତ ବର୍ଷ ମହାପ୍ରଭୁଙ୍କ ରଥଯାତ୍ରା, ବାହୁଡା଼ ଯାତ୍ରା ଓ ସୁନାବେଶ ସୁରୁଖୁରୁରେ ସମ୍ପନ୍ନ ହୋଇଛି l ସେଥିପାଇଁ ସେ ଗଣମାଧ୍ୟମଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଏଥିସହ ସାମ୍ବାଦିକ ମାନଙ୍କର ବସିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ନୂତନ ଅତ୍ୟାଧୁନିକ ପ୍ରକୋଷ୍ଠ ଏବଂ ସମ୍ମିଳନୀ କକ୍ଷ ଖୁବ ଶୀଘ୍ର ନିର୍ମାଣ କରାଯିବ ବୋଲି କହିଥିଲେ l ସେହିପରି ଅତିରିକ୍ତ ଜିଲ୍ଲାପାଳ ଡକ୍ଟର ମହାପାତ୍ର କହିଥିଲେ ପୂର୍ବରୁ ସେ ଜିଲ୍ଲାରେ କାର୍ଯ୍ୟ କରିଥିଲେ l ତାଙ୍କର ଜିଲ୍ଲା ବିଷୟରେ ଅଭିଜ୍ଞତା ରହିଛି l

ସାମ୍ବାଦିକ ଓ ପ୍ରଶାସନ ମିଶି ଲୋକଙ୍କ ସମସ୍ୟା ସମାଧାନ ନିମନ୍ତେ କାର୍ଯ୍ୟ କରିବା, ଆଗାମୀ ଦିନରେ ସାମ୍ବାଦିକ ଏବଂ ପ୍ରଶାସନ ମଧ୍ୟରେ ଉତ୍ତମ ସମନ୍ୱୟ ରହିବ ବୋଲି ସେ କହିଥିଲେ  l ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଶ୍ରୀ ନାୟକ କହିଥିଲେ ସାମ୍ବାଦିକ ଓ ପ୍ରଶାସନ ମଧ୍ୟରେ ଉତ୍ତମ ସମନ୍ୱୟ ଓ ସହଯୋଗ ଯୋଗୁଁ ଚଳିତ ବର୍ଷ ରଥଯାତ୍ରା ସୁରୁଖୁରୁରେ ସମ୍ପନ୍ନ ହୋଉଛି l ସେଥିପାଇଁ ସେ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ l ଅତିରିକ୍ତ ଏସପି ଶ୍ରୀ ଚକ୍ର ଯୋଗଦେଇ କହିଥିଲେ ମହାପ୍ରଭୁଙ୍କ ଆଶୀର୍ବାଦ ଥିବାରୁ ସେ ପୁରୀରେ ଅରିରିକ୍ତ ଏସପି ଭାବେ ଯୋଗ ଦେଇଛି l

ବିଭିନ୍ନ ସମସ୍ୟା ନେଇ ପୁଲିସ ନିକଟକୁ ଆସୁଥିବା ଲୋକଙ୍କର ଅଭିଯୋଗକୁ ପ୍ରାଧ୍ୟାନ ଦିଆଯିବ l ସେହିପରି ଶ୍ରୀ ମିଶ୍ର କହିଥିଲେ ପୂର୍ବରୁ ସେ ପୁରୀ ସହର ସମେତ ଜିଲ୍ଲାର ବିଭିନ୍ନ ସମ୍ବେଦନଶିଳ ଓ ଗୁରୁତ୍ୱପୂର୍ଣ୍ଣ ଥାନାରେ ଆଇଆଇସି ଓ ସଦର ଏସଡିପିଓ ରୂପେ ଦାୟିତ୍ୱ ନିର୍ବାହ କରିଛି l ଏଥରକୁ ମିଶାଇ ତୃତୀୟ ଥର ପଦୋନ୍ନତି ଭିତରେ ବଦଳି ହୋଇଛି l ପୁରୀ ପୁଲିସ ଅପରାଧ ନିୟନ୍ତ୍ରଣ କରିବାରେ ସବୁବେଳେ ଉଲ୍ଲେଖ୍ୟନିୟ ଭୂମିକା ଗ୍ରହଣ କରିଛି l ପୁଲିସକୁ ସମସ୍ତେ ସହଯୋଗ କରିବାକୁ ସେ ନିବେଦନ କରିଛନ୍ତି  l

ଆଜିର ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ସରୋଜ କୁମାର ମିଶ୍ର, ଅନନ୍ତ ନାରାୟଣ ମିଶ୍ର, ଦେବୀପ୍ରସନ୍ନ ଗାଙ୍ଗୁଲି, ରଞ୍ଜନ ଗାଙ୍ଗୁଲି, ପ୍ରଦୀପ କୁମାର ନାୟକ, ନୃସିଂହ ମହାନ୍ତି, ସୁବୋଧ ସୁବୁଦ୍ଧି l ଶେଷରେ ସାମ୍ବାଦିକ ଜୟକୃଷ୍ଣ ଦାସ ଧନ୍ୟବାଦ ଅର୍ପଣ କରିଥିଲେ l