ଆସନ୍ତା ୫ ତାରିଖରୁ ମାଲକାନଗିରିରୁ ଉଡ଼ିବ ବିମାନ
ଆସନ୍ତା ୫ ତାରିଖରୁ ମାଲକାନଗିରିରୁ ଉଡ଼ିବ ବିମାନ

ମାଲକାନଗିରି ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର । ଆସନ୍ତା ୫ ତାରିଖରୁ ମାଲକାନଗିରି ବିମାନ ବନ୍ଦରରୁ ଉଡିବ ବିମାନ । ଏନେଇ ସୂଚନା ଦେଲେ ଏୟାର ୱାନ ବିମାନ ଅଧିକାରୀ । ଆଜି ପୁଣି ଥରେ ମାଲକାନଗିରି ବିମାନ ବନ୍ଦରରେ ଟ୍ରାଏଲ ରନ କରାଯାଇଥିଲା । ଏୟାର୍ପୋର୍ଟ ଅଥରିଟି ଅଫ ଇଣ୍ଡିଆର ଆଭିଏସନ ଆଡଭାଇଜର ସୁରେଶ ଚନ୍ଦ୍ର ହୋତା, କ୍ୟାପଟେନ ସବାରିଷ ଏସ କୁମାର, ଏୟାର୍ପୋର୍ଟ ସୁରକ୍ଷା ମ୍ୟାନେଜର ଗୁରିବିଲ୍ଲି ଓ ଏୟାର୍ ୱାନ ବିମାନ ମ୍ୟାନେଜର ସମ୍ବିଦ କୁମାର ନାୟକ ପ୍ରମୁଖ ମାଲକାନଗିରି ବିମାନ ବନ୍ଦରରେ ଅବତରଣ କରି ରନ୍ ୱେ ଓ ଟର୍ମିନାଲ୍ ତଦାରଖ କରିଥିଲେ ।