ଚଳନ୍ତା ଟ୍ରେନ୍ରୁ ଖସି ପଡ଼ିଲେ ମା’ ଝିଅ, କଟିଗଲା ହାତଗୋଡ଼
ଚଳନ୍ତା ଟ୍ରେନରେ ଚଢିବା ବେଳେ ଘଟିଲା ଅଘଟଣ

ଚଳନ୍ତା ଟ୍ରେନରେ ଚଢିବା ବେଳେ ଘଟିଲା ଅଘଟଣ । ଟ୍ରେନ୍ରୁ ଖସି ପଡ଼ି ମା’ ଓ ଶିଶୁ କନ୍ୟା ଗୁରୁତର ହୋଇଛନ୍ତି। ଉଭୟଙ୍କ ହାତ ଓ ଗୋଡ଼ କଟିଯାଇଛି। ଏପରି ଏକ ହୃଦୟ ବିଦାରକ ଘଟଣା ଆଜି ସକାଳେ ରାୟଗଡ଼ା ଜିଲ୍ଲା ସିଙ୍ଗାପୁରୁ ରୋଡ଼ ରେଳ ଷ୍ଟେସନରେ ଘଟିଛି।
ଗୁରୁତର ମା’ ଝିଅ ଦ୍ୱୟ ହେଲେ ଚୈତନ୍ୟ ଚନ୍ଦନାଙ୍କ ପତ୍ନୀ ରତିକା ଚନ୍ଦନା ଓ ତାଙ୍କ ୪ ବର୍ଷର ଝିଅ ହସ୍ତିନା ଚନ୍ଦନା । ଉଭୟଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି।
ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ବାସିନ୍ଦା ଚୈତନ୍ୟ ଚନ୍ଦନା ନିଜ ପତ୍ନୀ ଓ ପିଲାଙ୍କୁ ଧରି ଏକ ଦଶାହ କର୍ମରେ ଯୋଗ ଦେବାକୁ ରାୟଗଡା ଜିଲ୍ଲାର ଜିଞ୍ଜିଲିବାଡ଼ିକୁ ଯାଇଥିଲେ। ସେଠାରୁ ସେମାନେ ଆଜି ସକାଳେ ଫେରୁଥିବା ବେଳେ ସିଙ୍ଗାପୁରୁ ରୋଡ଼ ରେଳ ଷ୍ଟେସନରେ ଏହି ଦୁର୍ଘଟଣା ଘଟିଛି।