ବିଜେଡିର ଆୟୁଷ କେତେ ଦିନ

ଜୟନାରାୟଣ ମିଶ୍ର କହିଛନ୍ତି, ବିଜେଡିର ଆୟୁଷ ବହୁତ କମ୍‌ ଦିନ ଅଛି

ବିଜେଡିର ଆୟୁଷ କେତେ ଦିନ

ସାଧାରଣ ନିର୍ବାଚନ-୨୦୨୪ରେ ଦୀର୍ଘ ୨୪ ବର୍ଷ ପର୍ଯ୍ୟନ୍ତ କ୍ଷମତାରେ ଥିବା ବିଜୁ ଜନତା ଦଳ (ବିଜେଡି)ର ଶୋଚନୀୟ ପରାଜୟ ପରେ ଭାରତୀୟ ଜନତା ପାର୍ଟି (ବିଜେପି) ଓଡ଼ିଶାରେ କ୍ଷମତା ହାତେଇଛି। ରାଜ୍ୟରେ ବିଜେପି ଶ୍ରେଷ୍ଠ ରାଜନୈତିକ ଦଳ ଭାବେ ଉଭା ହୋଇଛି। କେନ୍ଦ୍ରରେ ବିଜେପି ସରକାର ଥିବାରୁ ଓଡ଼ିଶାରେ ମଧ୍ୟ ଦଳର ଦବଦବା ରହିଛି। ବିଜେପି ପ୍ରତି ଅନ୍ୟ ଦଳର ନେତାଙ୍କ ଦୁର୍ବଳତା ରହୁଛି। ବିଗତ କିଛି ମାସ ମଧ୍ୟରେ ବିଜେଡିର ୨ ଜଣ ରାଜ୍ୟସଭା ସାଂସଦ ଦଳ ଛାଡ଼ି ପଦ୍ମ ଧରିଛନ୍ତି। ସେହିପରି ବିଜେଡିର ଅନ୍ୟ ନେତାମାନେ  ମଧ୍ୟ ଗେରୁଆ ଶିବିରରେ ସାମିଲ ହେଉଛନ୍ତି। 

ବିଜେଡି ଆଉ ପୂର୍ବ ଭଳି ସ୍ଥିତିରେ ନାହିଁ ବୋଲି ଅନ୍ୟ ଦଳର ନେତାମାନେ କହୁଛନ୍ତି। ବିଜେଡିର ବରିଷ୍ଠ ନେତାମାନେ ମଧ୍ୟ ପରାଜୟ ପାଇଁ ଦଳର ନେତୃତ୍ବକୁ ଅଙ୍ଗୁଳି ନିର୍ଦ୍ଦେଶ କରିବାକୁ ପଛାଉ ନାହାନ୍ତି। ବିଜେଡିକୁ ବିଜେପି ଓ କଂଗ୍ରେସର ନେତାମାନେ ଟାର୍ଗେଟ କରୁଛନ୍ତି। ବରିଷ୍ଠ ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଓ କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ମଧ୍ୟ ବ‌ିଜେଡି ଉ‌ପରେ ବୟାନ ଦେଇଛନ୍ତି। 

ଜୟନାରାୟଣ ମିଶ୍ର କହିଛନ୍ତି, ବିଜେଡିର ଆୟୁଷ ବହୁତ କମ୍‌ ଦିନ ଅଛି। ବିଜେଡି ଭାଙ୍ଗି ଛିନ୍‌ଛତ୍ର ହୋଇଯିବ। ଖୁବ୍‌ ଶୀଘ୍ର ସେହି ଅବସ୍ଥା ହେଖିବାକୁ ମିଳିବ। କାରଣ ବିଜେଡି ପାଖରେ ଆଉ ନେତୃତ୍ୱ ନାହିଁ। ଯେଉଁମାନଙ୍କ ହାତରେ କ୍ଷମତା ଥିଲା, ସେମାନେ ଅନ୍ୟମାନଙ୍କୁ ଚାକର ଦୃଷ୍ଟିରେ ଦେଖୁଥିଲେ। ଯେଉଁ ନେତାମାନେ ଥିଲେ, ଦଳୀୟ କାର୍ଯ୍ୟକ୍ରମ ପାଇଁ ସେମାନେ ଦରି ପକାଇବା, ଟେଣ୍ଟ ବାନ୍ଧିବା ଓ ଗାତ ଖୋଳିବା କାମ କରୁଥିଲେ। ସେମାନେ ଏବେ ପ୍ରତିଶୋଧ ପରାୟଣ ହୋଇଛନ୍ତି। ଆଗାମୀ ଦିନରେ ଧୀରେଧୀରେ ବିଜେଡିର ଆହୁରି ଗୁମର ଖୋଲିବ। ଆମ ନେତୃତ୍ୱ ଆଉ ଟିକେ ସୁଦୃଢ଼ ହେବ। ଦୁଇରୁ ଚାରି ଥର ସିବିଆଇ ଚଢ଼ଉ ହେଲେ ଆଉ ଟିକେ ବଢ଼ିଆ ହୋଇଯାଆନ୍ତା। ବିଜେଡ଼ି ନେତାମାନେ ବିଜେପିରେ ମିଶିବା ପାଇଁ ଯୋଗାଯୋଗରେ ଅଛନ୍ତି।