ପ୍ରତିକ୍ଷା ର ଅନ୍ତ ଘଟିଲା, ବଦଳିଲେ ପାରାଦୀପ ପୋର୍ଟ ବଣିକ ସଂଘ ର ସଭାପତି
ଅସନ୍ତୋଷ ର ଶିକାର ହେଲେ ସନ୍ତୋଷ ପଟ୍ଟନାୟକ, ଗାଦିଚ୍ୟୁତ କରିଲେ କୁଶପୁତ୍ତଳିକା ପୋଡ଼ିଲେ ।

ପାରାଦୀପ ପୋର୍ଟ ବଣିକ ସଂଘ ରେ ଆଜି ପୁଞ୍ଜି ଭୁତ ଅସନ୍ତୋଷ ଉଗ୍ର ରୁପ ଆକାର ଧାରଣ କରି ବିସ୍ଫୋରଣ ହୋଇଛି। ଏକଚାଟିଆ ଭାବେ ବଳପୂର୍ବକ ବଣିକ ସଂଘ ର ସଭାପତି ପଦକୁ ପୁର୍ବତନ ସଭାପତି ସନ୍ତୋଷ ପଟ୍ଟନାୟକ ମାଡ଼ି ବସିଥିବା ବେଳେ ଆଜି ତାଙ୍କୁ ଗାଦିଚ୍ୟୁତ କରି ନୁତନ ସଭାପତି ଭାବରେ କ୍ଷୀରୋଦ ଚନ୍ଦ୍ର ସ୍ବାଇଁ ଙ୍କୁ ନିର୍ବାଚିତ କରି ସଭାପତି ପଦରେ ଅଳଙ୍କୃତ କରାଇଛନ୍ତି । ତେବେ ଦିନେ ଦୁଇଦିନ ନୁହେଁ କି ମାସେ କି ଦୁଇମାସ ନୁହେଁ ଏପରିକି ବର୍ଷେ କି ଦୁଇବର୍ଷ ମଧ୍ୟ ନୁହେଁ ଦୀର୍ଘ ୧୭ ବର୍ଷ ଧରି ଜଣେ ଶ୍ରମିକ ନେତା ଭାବେ ପରିଚିତ ସନ୍ତୋଷ ପଟ୍ଟନାୟକ ଏହି ବଣିକ ସଂଘ ର ସଭାପତି ପଦକୁ ଚଞ୍ଚକତା କରି ବଳପୂର୍ବକ ଭାବେ ମାଡ଼ି ବସିଥିଲେ । ନାଁ ନିର୍ବାଚିତ ସଭାପତି ଭାବେ ନାଁ ମନୋନୀତ ସଭାପତି ଭାବେ, କୌଣସି ପ୍ରକ୍ରିୟା କୁ ଗୁରୁତ୍ବ ନଦେଇ ବିଭିନ୍ନ ପ୍ରକାର ଧମକ୍ ଚମକ୍ ଦେଇ ଦାଦାଗିରି କରି ସନ୍ତୋଷ ପାରାଦୀପ ବନ୍ଦର ର ହାର୍ଟ୍ ଉପରେ ନିଜର ଆଧିପତ୍ୟ ବିସ୍ତାର କରିଥିଲେ । ଯାହାର ଆଜି ପରି ସମାପ୍ତି ଘଟିଛି ।
ତେବେ ପୁର୍ବତନ ସଭାପତି ସନ୍ତୋଷ ପଟ୍ଟନାୟକ ତାଙ୍କ କାର୍ଯ୍ୟକାଳ ସମୟରେ ସେପରି କିଛି ଆଖି ଦୃଶିଆ କାର୍ଯ୍ୟ କରିଲେ ନାହିଁ କି ପାରାଦୀପ ରେ ବ୍ୟବସାୟୀ ମାନଙ୍କ ସମସ୍ୟା ର କିଛି ବି ସମାଧାନ କରି ପାରିଲେ ନାହିଁ। ବରଂ ଭାଇ ଭାଇ ଡାକି ମିଠା ମିଠା କଥା କହି ସମସ୍ତ ଙ୍କ ଆଖିରେ ଅନ୍ଧପୁଟୁଳି ବାନ୍ଧି ବଣିକ ସଂଘ କୁ ଶ୍ରମିକ ସଂଘ କରିଦେଲେ । ପାରାଦୀପ ମୁଖ୍ୟ ବ୍ୟବସାୟିକ ପେଣ୍ଠସ୍ଥଳୀ ବଡ଼ ପଡ଼ିଆ ଛାତି ଉପରେ ବସି ନିଜର ଆଧିପତ୍ୟ ବିସ୍ତାର କରିବା ସହ ପାରାଦୀପ ବନ୍ଦର ସମେତ ବିଭିନ୍ନ ଶିଳ୍ପାନୁଷ୍ଠାନ ମାନଙ୍କ ରେ ନିଜର ଏକ ଅଲଗା ପ୍ରତିଛବି ବନେଇ ଚାଲିଲେ । ଯେଉଁଥିରେ ସ୍ଥାନୀୟ ବ୍ୟବସାୟୀ ମାନଙ୍କ ମଧ୍ୟ ରେ ପ୍ରବଳ ଅସନ୍ତୋଷ ଦେଖା ଦେଇଥିଲା । ତେବେ ସନ୍ତୋଷ ନିଜର ସ୍ବାର୍ଥ ପାଇଁ ପ୍ରଥମେ କଂଗ୍ରେସ ଓ ପରେ ବିଜେଡି ରେ ସାମିଲ୍ ହୋଇଥିବା ରୁ କ୍ଷମତା ବଳରେ ସାଧାରଣ ଲୋକେ ତଥା ବ୍ୟବସାୟୀ ମାନଙ୍କୁ ଚୁପ୍ କରି ବସେଇ ଦେଇଥିଲେ । ତେବେ ସରକାର ବଦଳିଲା ପରେ ଏବଂ ସନ୍ତୋଷ ପଟ୍ଟନାୟକ ପାୱ୍ବାର୍ ଲେସ୍ ହେବା ପରେ ଆଜି ପ୍ରଥମ କରି ବଣିକ ସଂଘ ସଭାପତି ପଦ ତାଙ୍କ ହାତରୁ ଯାଇଛି । କଥାରେ ଅଛି ଭଗବାନ କା ଘର ଦେର୍ ସହି ମଗର ଅନ୍ଧେର୍ ନେହିଁ । ସେହିପରି ଯୁଗେ ସତ୍ୟ ଓ ଧର୍ମର ଜୟ ହୁଏ ଅଧର୍ମ ର ନୁହେଁ । ସେହିପରି ନିରିହ ବ୍ୟବସାୟୀ ମାନେ ବିଳମ୍ବ ହେଲେ ମଧ୍ୟ ଆଜି ନ୍ୟାୟ ପାଇଛନ୍ତି ବୋଲି ନୁତନ ସଭାପତି କ୍ଷୀରୋଦ ଚନ୍ଦ୍ର ସ୍ବାଇଁ କହିଛନ୍ତି ।
ତେବେ ଏହି ପରିପ୍ରେକ୍ଷିରେ ପାରାଦୀପ ପୋର୍ଟ ବଣିକ ସଂଘ ପରିସରରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା। ଯେଉଁଥିରେ ନୁତନ ସଭାପତି କ୍ଷୀରୋଦ ଚନ୍ଦ୍ର ସ୍ବାଇଁ ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇ ଦିଆଯାଇଥିବା ବେଳେ ପୁରାତନ ସଭାପତି ସନ୍ତୋଷ ପଟ୍ଟନାୟକ ଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା । ଏହି ସଭାରେ ବହୁ ସଂଖ୍ୟକ ବ୍ୟବସାୟୀ ମାନେ ଉପସ୍ଥିତ ରହି ସେମାନଙ୍କ ମତ ରଖିଥିଲେ ।