'ଛତିଶଗଡ଼ରୁ ନଦୀ ପାର ହୋଇ ଓଡ଼ିଶାରେ ପଶୁଥିଲେ ମାଓବାଦୀ'

ମାଲକାନଗିରିରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳିବିନିମୟକୁ ନେଇ ପୋଲିସ ଡିଜିଙ୍କ ବଡ଼ ସୂଚନା

'ଛତିଶଗଡ଼ରୁ ନଦୀ ପାର ହୋଇ ଓଡ଼ିଶାରେ ପଶୁଥିଲେ ମାଓବାଦୀ'

ମାଲକାନଗିରିରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳିବିନିମୟକୁ ନେଇ ପୋଲିସ ଡିଜିଙ୍କ ବଡ଼ ସୂଚନା । ଛତିଶଗଡ଼ରୁ ନଦୀ ପାର ହୋଇ ଓଡ଼ିଶାରେ ପଶୁଥିଲେ ମାଓବାଦୀ । ଡଙ୍ଗାରେ ସାବେରୀ ନଦୀ ପାର ହୋଇ ଜିନ୍ଦଲଗୁଡ଼ାରେ ପଶିବା ବେଳେ, ସୁରକ୍ଷାକର୍ମୀଙ୍କ ସହ ହୋଇଥିଲା ଗୁଳି ବିନିମୟ । ମାଲକାନଗିରି ଜିଲ୍ଲା ଏମ୍ ଭି-୭୯ ଜିନ୍ଦଲଗୁଡ଼ା ନିକଟରେ ହୋଇଥିବା ଏହି ଗୁଳି ବିନିମୟରେ ଜଣେ ମାଓବାଦୀର ମୃତ୍ୟୁ ହୋଇଛି ।

ଏଥିରେ ଜଣେ ଯବାନ ଆହତ ହୋଇଥିବା ସୂଚନା ମିଳିଛି । ତାଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି । ରାଜ୍ୟ ପୋଲିସ ମୁଖ୍ୟ କାର୍ୟ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ ଏସଓଜି ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଏବେବି ଜାରି ରହିଛି । ଯବାନଙ୍କ ଗୁଳିରେ ଜଣେ ନକ୍ସଲଙ୍କ ମୃତ୍ୟୁ ଘଟିଛି । ଘଟଣାସ୍ଥଳରୁ ବିପୁଳ ପରିମାଣର ନକ୍ସଲ ସାମଗ୍ରୀ ଜବତ କରାଯାଇଛି । ଘଟଣାସ୍ଥଳରେ ଅପରେସନ ଜାରି ରହିଛି ।