ଝାରସୁଗୁଡ଼ାରେ କଲରା ପତରିଆ ବାଘର ଆତଙ୍କ
ଝାରସୁଗୁଡ଼ା ଲଖନପୁର ବ୍ଲକ ଅଞ୍ଚଳରେ କଲରା ପତରିଆ ବାଘର ଆତଙ୍କ । କିଛି ଦିନ ତଳେ ବେଲପାହାଡ ପିକୋଲ ଜଙ୍ଗଲରେ ବନ ବିଭାଗର ଟ୍ରାପ କ୍ୟାମେରାରେ କଲରା ପତରିଆ ବାଘ ଠାବ ହୋଇଥିଲା

ଝାରସୁଗୁଡ଼ା ଲଖନପୁର ବ୍ଲକ ଅଞ୍ଚଳରେ କଲରା ପତରିଆ ବାଘର ଆତଙ୍କ । କିଛି ଦିନ ତଳେ ବେଲପାହାଡ ପିକୋଲ ଜଙ୍ଗଲରେ ବନ ବିଭାଗର ଟ୍ରାପ କ୍ୟାମେରାରେ କଲରା ପତରିଆ ବାଘ ଠାବ ହୋଇଥିଲା । ତେବେ ଏହି ବାଘ ଏବେ ଗାଁ ମୁହାଁ ହୋଇଥିବା ସୂଚନା । ବାଘମୁଣ୍ଡା ବନାଞ୍ଚଳ ଅନ୍ତର୍ଗତ ଜାମବେରନା ଗାଁ ଭିତର ଦେଇ ଯାଇଥିବା ବେଳେ ଗାଁ ଦାଣ୍ଡରେ ବାଲି ଉପରେ ବାଘର ପାଦ ଚି଼ହ୍ନ ପଡ଼ିଥିବା ଗ୍ରାମବାସୀ ଦେଖି ବନ ବିଭାଗକୁ ଖବର ଦେଇଥିଲେ । ତେବେ ବନ ବିଭାଗ ଗାଁକୁ ଆସି ଏହା ବାଘର ପାଦ ଚି଼ହ୍ନ ବୋଲି ସ୍ପଷ୍ଟ କରିଛି ।
ସେହି ରାତିରେ ଏଁଳାଝରଣ ଗାଁର ମୋହିତ କିଷାନଙ୍କ ଗୁହାଳରୁ ଦୁଇଟି ଛେଳି ଗାଏବ ହୋଇ ଯାଇଥିବା ଖବର ସାମ୍ନାକୁ ଆସିଛି । ତେବେ ଏହି କଲରା ପତରିଆ ବାଘର ଆତଙ୍କ ଦେଖି ଅଞ୍ଚଳରେ ଆତଙ୍କ ଖେଳି ଯାଇଛି ।