ବିଧାୟକଙ୍କ ଦ୍ବାରା ବିନିକା ମହାନଦୀ ସେତୁ ରିଙ୍ଗ ରୋଡର ଶିଳାନ୍ୟାସ

ବିଧାୟକଙ୍କ ଦ୍ବାରା ବିନିକା ମହାନଦୀ ସେତୁ ରିଙ୍ଗ ରୋଡର ଶିଳାନ୍ୟାସ

ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରବାସୀଙ୍କ ଦୀର୍ଘ ବର୍ଷର ସ୍ବପ୍ନ ସାକାର ହେବାକୁ ଯାଉଛି । ସହର ଦେଇ ପ୍ରବାହିତ ଚିରସ୍ରୋତା ମହାନଦୀ କୂଳରେ(ଆଡି ବନ୍ଧ)ରିଙ୍ଗ ରୋଡ ନିର୍ମାଣ ପାଇଁ ମାନ୍ୟବର ବିଧାୟକ ପଦ୍ମନାଭ ବେହେରାଙ୍କ ଦ୍ଵାରା ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ସୂଚନା ଯୋଗ୍ୟ ଯେ ଏହି ସାମୁହିକ ଦାବୀ ପାଇଁ ସହରବାସୀଙ୍କ ତରଫରୁ ବରାବର ଦାବୀ ହୋଇ ଆସୁଥିଲା ।

ରାଜ୍ୟ ନବୀନ ସରକାର ଅଞ୍ଚଳବାସୀଙ୍କ ଦାବୀକୁ ପୂରଣ କରିବା ସହ ମହାନଦୀ ବ୍ରିଜ ଠାରୁ ଝରାପଡ଼ା ପର୍ଯ୍ୟନ୍ତ ମହାନଦୀ କୂଳରେ ରିଙ୍ଗ ରୋଡ ନିର୍ମାଣ ସକାଶେ ୧୩କୋଟି ୮୫ଲକ୍ଷ ଅନୁଦାନ ମଞ୍ଜୁର କରିଛନ୍ତି ।ଆଜି ମାନ୍ୟବର ବିଧାୟକ ଶ୍ରୀ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବ୍ରିଜ ନିକଟରେ ନଡ଼ିଆ ଭାଙ୍ଗି ଫଳକ ଶିଳାନ୍ୟାସ କରିଥିଲେ l

ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ , ମେଜର ଇରିଗେସନ ବିଭାଗ ନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ର ପାଢୀ , ବିନିକା ଏନଏସି ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଭୋଇ ସମ୍ମାନୀତ ଅତିଥି ଭାବେ ଉପସ୍ଥିତ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ତହସିଲଦାର ସୀତାରାମ ଭୁଏ , କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟ ନାରାୟଣ ପ୍ରଧାନ , ଉପାଧ୍ୟକ୍ଷା ତପସ୍ୱିନୀ ମେହେର, ନଗର ବିଜେଡ଼ି ସଭାପତି ସୋମନାଥ ମିଶ୍ର ପ୍ରମୁଖଙ୍କ ସମେତ ବିଜେଡ଼ି କର୍ମୀ ଓ ବହୁ ଜନସାଧାରଣ ସାମିଲ ହୋଇଥିଲେ ।

ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର