ଚିହ୍ନି ରଖନ୍ତୁ ଏ ଭ୍ରାତାଙ୍କ ବଦନ
ଇଏ କୁଆଡେ ଜଣେ କର୍ତ୍ତବ୍ୟ ରତ ଆମ ପାରାଦୀପ ର ସାମ୍ବାଦିକ

ପାରାଦୀପ ରେ ନାହିଁ ନଥିବା ସାମ୍ବାଦିକ ଙ୍କ ଭିଡ଼, କିଏ କୁଆଡୁ ଆସି ଏଠାରେ ଆସ୍ଥାନ ଜମାଇଛନ୍ତି ଯେ ଜାଣିବା ମୁସ୍କିଲ୍ । ଟଙ୍କା ୫୦୦/- ଦିଅ କ୍ୟାମେରା ଆଗରେ ଯାହା କହୁଛ କୁହ , ବାସ୍ ଟଙ୍କା ହାତେଇବା ପରେ ସନ୍ଧ୍ୟାରେ ମଦ ଦୋକାନ ରେ ଟୁଲ୍ ଟୁଲ୍ । ଏମିତି ମଦ୍ୟପାନ ହେଉଛି ଯେ ସିଧା ଲୁଡକି ପଡୁଛନ୍ତି। ଇଏ ମହାଶୟ ହେଉଛନ୍ତି ତନ୍ମଧ୍ୟରୁ ଅନ୍ୟତମ । କେମିତି ଢଳି ପଡିଛନ୍ତି ଦେଖନ୍ତୁ ଓ ମୋବାଇଲ୍ ଟି ପାଦଦେଶରେ କିପରି ପୁଜା ପାଉଛି ତାକୁ ବି ଦେଖନ୍ତୁ ।
ଇଏ କିଏ ? କ'ଣ କରୁଛନ୍ତି ?
ଜଣାପଡ଼ିଥିଲେ ମଧ୍ୟ ସୁଧୁରିବା ର ନାଁ ନେଉ ନାହାଁନ୍ତି। ଯେଉଁଠି ପାରେ ସେଇଠି ଟଳି ପଡୁଛନ୍ତି । ରାତି ସାରା ଡ୍ରେନ୍, ରାସ୍ତା କଡ ନର୍ଦ୍ଦମା ରେ ପଡ଼ି ପୁଣି ସକାଳୁ ଧୋଇ ଧାଇ ଆମ ପାରାଦୀପ ଖବର ସଂଗ୍ରହ କରିବାକୁ ଲାଗି ପଡୁଛନ୍ତି । ସେ କୋଇଲା ଚୋରା କାରବାର ହେଉ ଅବା ତେଲ ଚୋରା କାରବାର ସବୁଠି ସବୁ ସମୟ ରେ ସବୁ ବେଳେ ଉପଲବ୍ଧ ଏହି ସାଂଘାତିକ ବାବୁ ଜଣଙ୍କ ।
ଖାଲି ଲୋକେ ଟିକେ ଭଲ କରି ଚିହ୍ନି ପାରିଲେ ହେଲା ,
ହେ ପ୍ରଭୁ , ଲୋକେ ଏଥର ଘୃଣା କଲେଣି