ମୁଁ ମୁଖ୍ୟମନ୍ତ୍ରୀଙ୍କ ସୈନିକ: ରୋହିତ ପୂଜାରୀ

ସମ୍ବଲପୁର ବିଧାନସଭା ଆସନ ପାଇଁ ବିଜେଡି ଦଳ ପକ୍ଷରୁ ପୁର୍ବରୁ ପ୍ରସନ୍ନ ଆଚାର୍ୟ୍ୟଙ୍କୁ ଛିଡା କରାଯାଇଥିବା ବେଳେ ବୁଧବାର ଘୋଷିତ ୫ମ ସୂଚୀରେ ପ୍ରସନ୍ନ ଆଚାର୍ୟ୍ୟଙ୍କୁ ରେଢ଼ାଖୋଲ ବିଧାନସଭା ଆସନରୁ ଲଢ଼ିବା ପାଇଁ ନାମ ଘୋଷଣା କରାଯାଇଥିବା ବେଳେ ଇଂ ରୋହିତ ପୂଜାରୀଙ୍କୁ ସମ୍ବଲପୁର ଆସନ ପାଇଁ ଛିଡା କରାଯାଇଛି । ରେଢ଼ାଖୋଲ ପରିବର୍ତ୍ତେ ସମ୍ବଲପୁର ବିଧାନସଭା ଆସନରୁ ଇଂ ରୋହିତ ପୂଜାରୀଙ୍କୁ ପ୍ରାର୍ଥୀ କରାଯିବା ପରେ ସେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ମୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୈନିକ । ମୋତେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋର ଜୀବନରେ ବହୁତ କିଛି ଦେଇଛନ୍ତି । ଯେତେବେଳେ ମୋତେ ଯେଉଁ କାର୍ୟ୍ୟ ଦେଇଛନ୍ତି, ତାହା ମୁଁ କରି ଆସିଛି । ବିଗତ ଦିନରେ ମୋତେ ଲୋକସଭା ଆସନ ପାଇଁ ପ୍ରାର୍ଥୀ କରିଥିଲେ, ମୋତେ ୨ ଥର ବିଧାନସଭା ଆସନରୁ ଲଢ଼ିବା ପାଇଁ ମୌକା ଦେବା ସହିତ ଏଥର ମଧ୍ୟ ଟିକଟ ଦେଇଥିଲେ । କିନ୍ତୁ ଏବେ ମୁଖ୍ୟମନ୍ତ୍ରୀ ମୋତେ ସମ୍ବଲପୁର ବିଧାନସଭା ଆସନରୁ ଲଢ଼ିବାକୁ ନିର୍ଦ୍ଦେଶ ଦେଇଥିବାରୁ ମୁଁ ଏଠାରୁ ଲଢ଼ିବି ଏବଂ ମୁଖ୍ୟମନ୍ତ୍ରୀ ସମ୍ମାନକୁ ବଞ୍ଚାଇ ଅଧିକରୁ ଅଧିକ ଭୋଟରେ ବିଜୟୀ ହେବା ସହିତ ଲୋକସଭା ପ୍ରାର୍ଥୀଙ୍କୁ ମଧ୍ୟ ବିଜୟୀ କରାଇବୁ । ମୁଁ ୨ଥର ରେଢ଼ାଖୋଲର ବିଧାୟକ ଥିବାରୁ ରେଢ଼ଖୋଲ ସହିତ ସମ୍ବଲପୁରର ସେବା କରିବି । ସମ୍ବଲପୁର ଜିଲା ମୋର ଜନ୍ମମାଟି ହୋଇଥିବାରୁ ପୁରା ଜିଲାର ସେବା ମଧ୍ୟ କରିବି । ମୋତେ ଯେତେଥର ଦଳ ଦାୟିତ୍ୱ ଦେଇଛି, ମୁଁ ସବୁ ସମୟରେ ସମର୍ପିତ ହୋଇ କାର୍ୟ୍ୟ କରି ଆସିଛି ଓ କରିବି । ରେଢ଼ାଖୋଲରୁ ପ୍ରାର୍ଥୀ ହୋଇଥିଲେ ଅପେକ୍ଷାକୃତ ମୋତେ ସହଜ ହୋଇଥାନ୍ତା, କାରଣ ମୁଁ ସେଠାରେ ବିଗତ ୧୫ ବର୍ଷ ଧରି କାର୍ୟ୍ୟ କରି ଆସୁଛି । କିନ୍ତୁ ମୁଁ ସମ୍ବଲପୁର ଜିଲାରେ ଦଳର ସଭାପତି ହେବା ସହିତ ଏହା ମୋ ପାଇଁ ନୂଆ ନୁହେଁ ।
ମୋର ବିଶ୍ୱାସ ରହିଛି ଯେ, ଆଗାମୀ ନିର୍ବାଚନରେ ଲୋକେ ମୋର ଆସ୍ଥା ପ୍ରାକଟ କରି ଆର୍ଶିବାଦ ଦେବେ ବୋଲି ମୋର ଆଶା ରହିଛି । ଦଳର ସ୍ୱାର୍ଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ ଯେଉଁଠି ବ୍ୟବହାର କରିବେ ମୁଁ ସେଠାରେ ସୈନିକ ଭାବରେ ଲଢ଼ିବି ବୋଲି ଇଂ ପୂଜାରୀ ସମ୍ବଲପୁରରୁ ଦଳୀୟ ଟିକଟ ପାଇବା ପରେ ପ୍ରତିକ୍ରିୟା ରଖିଛନ୍ତି ।.