କୋରାପୁଟରେ ଓଲଟିଲା ଖମ୍ବେଶ୍ୱରୀ ବସ୍, ଜଣେ ମୃତ, ୧୦ରୁ ଉର୍ଦ୍ଧ୍ଵ ଆହତ

ରାୟଗଡା ଜାତୀୟ ରାଜପଥ ପୋଡାଗଡ ନିକଟରେ ଓଲଟିଲା ଯାତ୍ରୀବାହୀ ଖମ୍ବେଶ୍ୱରୀ ବସ୍। ମାଲକାନଗିରି ଠାରୁ ବ୍ରହ୍ମପୁର ଯାଉଥିବା ଖମ୍ବେଶ୍ୱରୀ ବସ ପୋଡାଗଡ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି । ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି। ସମସ୍ତଙ୍କୁ ପୋଡାଗଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ଅନ୍ୟ ଏକ ଘଟଣାରେ ଅଷ୍ଟପ୍ରହରୀରେ ଯୋଗଦେଇ ଫେରୁଥିବା ବେଳେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଗୁରୁତର ଆହତ ହୋଇଇଛନ୍ତି। କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଳକ୍ ଗିର୍ଲି ଗୁମା ମୁଖ୍ୟ ରାସ୍ତାରେ ଏହି ଘଟଣା ଘଟିଛି। ଆହତ ତିନି ନବରଙ୍ଗପୁର ଅଞ୍ଚଳର ହୋଇଥିବା ବେଳେ ମୃତକଙ୍କ ପରିଚୟ ମିଳି ପାରିନାହିଁ। ଘଟଣା ସ୍ଥଳରେ ଦଶମନ୍ତପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।