ଜିଆରଏସଙ୍କ ସନ୍ଦେହଜନକ ମୃତ୍ୟୁ

ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପରିବାର ଲୋକ

ଜିଆରଏସଙ୍କ ସନ୍ଦେହଜନକ ମୃତ୍ୟୁ

ଗ୍ରାମ ରୋଜଗାର ସେବକ- ଜିଆରଏସଙ୍କ ସନ୍ଦେହଜନକ ମୃତ୍ୟୁ। ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପରିବାର ଲୋକ । ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ନବୀନ ବାଗ ଅଞ୍ଚଳରୁ ଜଣେ ଯୁବକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ପୋଲିସ ଉଦ୍ଧାର କରିଛି । ମୃତ ଯୁବକ ହେଲେ ଅଁଳାଯୋଡ଼ି ଗାଁର ସୌମ୍ୟ ରଞ୍ଜନ ମାହାନା। ବୟସ ୨୬ ବର୍ଷ । ସେ କଣାସ ବ୍ଲକରେ ଗ୍ରାମ ରୋଜଗାର ସେବକ ଭାବେ କାମ କରୁଥିଲେ । ସୌମ୍ୟ ନିୟମିତ ଭାବେ ଖୋର୍ଦ୍ଧା ନବୀନାବାଗ ଅଞ୍ଚଳର ଏକ ଆୟୁର୍ବେଦିକ କ୍ଲିନିକକୁ ଯିବା ଆସିବା କରୁଥିଲେ । ସେଇଘରୁ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି ।

ସେ ଆତ୍ମହତ୍ୟା କରିଥିବା ସାଙ୍ଗମାନେ ଘରକୁ ଖବର ଦେଇଥିଲେ । ତେବେ ପରିବାର ଲୋକ ପହଞ୍ଚିବା ପରେ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହକରି ସୌମ୍ୟଙ୍କ ବାପା ସୁରେଶ ଚନ୍ଦ୍ର  ମାହାନା ଥାନାରେ ଏତଲା ଦେଇଛନ୍ତି । ଏତଲାରେ ଜଣେ ଝିଅର ନାଁ ସହ ଆଉ ଦୁଇଜଣଙ୍କ ନାଁ ଉଲ୍ଲେଖ ରହିଛି ।