ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ

ସେଠାରେ ୧୨.୨୦ ରୁ ୨.୩୦ ପର୍ଯ୍ୟନ୍ତ ରହିବେ। ଅପରାହ୍ନ ୩ଟାରେ ନିଜ ଗ୍ରାମ ରାଇକଳା ଯିବେ।

ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆସନ୍ତା କାଲିଠାରୁ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଆସୁଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପରେ ଏହା ତାଙ୍କର ୪ର୍ଥ ଥର ନିଜର ଜନ୍ମମାଟି ଗସ୍ତ । ସେ ମଧ୍ୟାହ୍ନରେ ସ୍ଵତନ୍ତ୍ର ଏୟାର କ୍ରାଫ୍ଟରେ ଆସି ୧୧.୫୫ରେ ରାଇସୁଆଁ ଏୟାର ଷ୍ଟ୍ରିପରେ ପହଞ୍ଚି ସେଠାରୁ ରାସ୍ତା ପଥରେ ସର୍କିଟ ହାଉସ ଆସିବେ।

ସେଠାରେ ୧୨.୨୦ ରୁ ୨.୩୦ ପର୍ଯ୍ୟନ୍ତ ରହିବେ। ଅପରାହ୍ନ ୩ଟାରେ ନିଜ ଗ୍ରାମ ରାଇକଳା ଯିବେ। ସେଠାରେ ୩ ଟାରୁ ରାତି ନଅଟା ରାତିରେ ପୁଣି ସର୍କିଟ ହାଉସ ଫେରିବେ। ପୁଣି ସକାଳେ ୯ ରାଇକଳା ଗ୍ରାମ ଯାଇ ଅପରାହ୍ନରେ ସର୍କିଟ ହାଉସ ଫେରିବେ। ଅପରାହ୍ନ ୪ଟାରେ ରାଇସୁଆଁ ଏୟାର ଷ୍ଟ୍ରିପ ଯାଇ ଭୁବନେଶ୍ୱର ଫେରିବେ ବୋଲି ଜଣାପଡିଛି।