ଶନିବାରଠାରୁ ଶ୍ରୀମନ୍ଦିର ଚାରି ଦ୍ବାର ଦେଇ ଶ୍ରଦ୍ଧାଳୁ ପ୍ରବେଶ କରିବେ
ଶ୍ରୀମନ୍ଦିର ନାଟମଣ୍ଡପ ଠାରେ ଶ୍ରଦ୍ଧାଳୁଙ୍କ ପାଇଁ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଏବେ ବିଚାରାଧୀନ ଅଛି।

ଶନିବାର ଠାରୁ ଶ୍ରୀମନ୍ଦିର ଚାରି ଦ୍ବାର ଦେଇ ଶ୍ରଦ୍ଧାଳୁ ମାନେ ପ୍ରବେଶ କରିପାରିବେ। ଦର୍ଶନ ପରେ ଶ୍ରଦ୍ଧାଳୁ ମାନେ ସିଂହଦ୍ଵାର ବ୍ୟତୀତ ଅନ୍ୟ ତିନି ଦ୍ବାରରେ ହିଁ ପ୍ରସ୍ଥାନ କରିବେ। ସିଂହଦ୍ଵାରରେ ଶ୍ରଦ୍ଧାଳୁଙ୍କ ପ୍ରସ୍ଥାନ ସମ୍ପୂର୍ଣ୍ଣ ବାରଣ ରହିଛି। ସେବକ ତଥା ତାଙ୍କ ପରିବାର ବର୍ଗ ସମସ୍ତ ଦ୍ବାରରେ ପ୍ରବେଶ ତଥା ପ୍ରସ୍ଥାନ କରିପାରିବେ।
ଶ୍ରୀମନ୍ଦିର ନାଟମଣ୍ଡପ ଠାରେ ଶ୍ରଦ୍ଧାଳୁଙ୍କ ପାଇଁ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଏବେ ବିଚାରାଧୀନ ଅଛି। ପରବର୍ତ୍ତୀ ସମୟରେ ଶ୍ରୀମନ୍ଦିର ପରିଚାଳନା କମିଟି ଙ୍କ ପରାମର୍ଶ ଓ ଅନୁମୋଦନ ପରେ ଏହା କାର୍ଯ୍ୟକାରୀ ହେବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ଦିଆଯାଇଛି ସୂଚନା।