ପୁଣି ବାହାର ଗାଡ଼ି ର ରାଜ୍

ଏକ ସ୍କ୍ରାପ୍ ବୋଝେଇ ଗାଡ଼ି କୁ ମାଡି ବସିଲା ଜଗନ୍ନାଥ

ପୁଣି ବାହାର ଗାଡ଼ି ର ରାଜ୍

ପାରାଦୀପ ସ୍ଥିତ ଇଫକୋ କାରଖାନା ମଧ୍ୟରୁ ଆଜି ଏକ ରାଜସ୍ଥାନ RJ52GA-6273 ନମ୍ବର ଥିବା ସ୍କ୍ରାପ୍ ବୋଝେଇ ଗାଡ଼ି କୁ ପାରାଦୀପ ର ଜଗନ୍ନାଥ ଟ୍ରକ୍ ଓ୍ବନର୍ସ ଆସୋସିଏସନ୍ ଅଟକ ରଖିଛି। ଜଗନ୍ନାଥ ଟ୍ରକ୍ ଓ୍ବନର୍ସ‌‌‌ ଆସୋସିଏସନ୍ ସଭାପତି ରାକେଶ କୁମାର ଜେନା ଙ୍କ ନେତୃତ୍ବରେ ଏହି ଗାଡି ଧରା ହେବା ପରେ ଗ୍ରୁପ୍ ମାଧ୍ୟମରେ ସମସ୍ତ ଙ୍କୁ ଅବଗତ କରାଇବା ପରେ ଏଥିରେ ଜେସିସି ହସ୍ତକ୍ଷେପ କରିଥିବା ଜଣାପଡ଼ିଛି । ତେବେ ବାହାର ଗାଡ଼ି ଚୋରାରେ ଚାଲାଣ ହେବା କିଛି ନୁଆ କଥା ନୁହେଁ। କିନ୍ତୁ ଆସୋସିଏସନ୍ କର୍ମକର୍ତ୍ତା ଙ୍କ ମନାନ୍ତର ମତାନ୍ତର ଯୋଗୁଁ ଏହାର ସ୍ଥାୟୀ ସମାଧାନ ହୋଇ ପାରୁନାହିଁ। ଏପରିକି ଏଥିରେ ବାରମ୍ବାର ସ୍ଥାନୀୟ ଆସୋସିଏସନ୍ ସ୍ବର ଉତ୍ତୋଳନ କରୁଥିଲେ ମଧ୍ୟ ସେପରି କିଛି ସଫଳତା ହାସଲ ହେଉନାହିଁ। ତଥାପି ବାହାର ରାଜ୍ୟର ଗାଡ଼ି କୁ ରିତିମତ ସ୍ଥାନୀୟ ଆସୋସିଏସନ୍ ର କର୍ମକର୍ତ୍ତା ଘେରାବନ୍ଦୀ କରି ଚାଲିଛନ୍ତି । ଆସୋସିଏସନ୍ ର ଯୁକ୍ତି ହେଲା ଯେଉଁ ଅଞ୍ଚଳରେ ଶିଳ୍ପ ହୁଏ ସେଠାରେ ସ୍ଥାନୀୟ ଲୋକେ ଅଗ୍ରାଧିକାର ପାଇଥାନ୍ତି । କିନ୍ତୁ ପାରାଦୀପ ରେ କେତେକ ଅସାଧୁ ଟ୍ରାନ୍ସପୋର୍ଟର ଅଧିକ ମୁନାଫା କମାଇବା ପାଇଁ ଚୋରାରେ ବାହାର ରାଜ୍ୟର ଗାଡ଼ି କୁ ଲୋଡ୍ ଦେଉଛନ୍ତି । ଯେଉଁଥିରେ ସ୍ଥାନୀୟ ଗାଡ଼ି ମାଲିକ ମାନଙ୍କ ହକ୍ ସେଠାରେ ବଳି ପଡୁଛି। ଏପରିକି ହଜାର ହଜାର ଗାଡ଼ି ରିକ୍ବୋସନ୍ ନପାଇ ଛିଡ଼ା ହୋଇ ରହୁଥିବା ବେଳେ ବାହାର ରାଜ୍ୟର ଗାଡ଼ି ପାରାଦୀପ କୁ ଭଡ଼ା ନେଇ ଆସିଥିବା ବେଳେ ସେଥିରେ ରିଟର୍ଣ୍ଣ୍ ଗଲାବେଳେ ଫାଙ୍କା ନଯାଇ ଅନ୍ୟ ପଣ୍ୟ ଲୋଡ୍ କରି ଦୁଇ ଗୁଣା ଭଡ଼ା କମାଉଛି । ତେବେ ଏହାକୁ ଦୃଢ଼ତାର ସହ ବିରୋଧ କରାଯାଉଥିଲେ ମଧ୍ୟ ତାହା ସମ୍ପୁର୍ଣ୍ଣ ରୋକାଯାଇ ପାରୁନାହିଁ । ସେଥିପାଇଁ ଏହି ବାହାର ରାଜ୍ୟର ଗାଡ଼ି କୁ ଅଟକ ରଖି ଜଗନ୍ନାଥ ଟ୍ରକ୍ ଓ୍ବନର୍ସ‌‌‌ ଆସୋସିଏସନ୍ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନେଇ ଅପେକ୍ଷା କରିଛି ।