ଶ୍ରେଷ୍ଠ ମେଢ଼ ପୂଜା ମଣ୍ଡପ କୁ ପୁରସ୍କୃତ
ପାରାଦୀପ ବିଶ୍ଵକର୍ମା ପୁଜା ମହୋତ୍ସବ ର ଶ୍ରେଷ୍ଠ ମେଢ଼ ମଣ୍ଡପ ସବୁ ଚୟନ କରାଯାଇ ପୁରସ୍କୃତ କରାଯାଇଛି

ପ୍ରତିକ୍ଷା ର ଅନ୍ତ ଘଟିଲା, ଅନ୍ତ ଘଟିଲା ମେଢ ଚୟନ କରିବାର , ଏଥର ପୁଜା ମହୋତ୍ସବ ର ଶ୍ରେଷ୍ଠ ମେଢ଼ ମଣ୍ଡପ ସବୁ ଚୟନ କରାଯାଇ ପୁରସ୍କୃତ କରାଯାଇଛି। ଯେଉଁଥି ପାଇଁ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା । ଯେଉଁଥିରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ରାଜ୍ୟ ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ଵାଇଁ ଓ ମୁଖ୍ୟ ବକ୍ତା ଭାବରେ ଜଗତସିଂହପୁର ଜିଲ୍ଲାର ସାଂସଦ ବିଭୂପ୍ରସାଦ ତରାଇ ଯୋଗ ଦେଇଥିଲେ। ଅନ୍ୟ ଅତିଥି ଙ୍କ ମଧ୍ୟରେ ପାରାଦୀପ ପୌରାଧ୍ୟକ୍ଷ ବସନ୍ତ କୁମାର ବିଶ୍ଵାଳ ଓ ପୌର ଅଧିକାରୀ ଙ୍କ ସମେତ ସମସ୍ତ ପାରିଷଦ ଉପସ୍ଥିତ ଥିଲେ । ତେବେ ପୁରସ୍କାର ବିତରଣ ପୂର୍ବରୁ ପ୍ରଥମେ ଯିଏ ପ୍ରକୃତ ବିଶ୍ଵକର୍ମା ତଥା ପ୍ରଚ୍ଛଦପଟ ରେ ରହି ଏହି ପୁଜା ମହୋତ୍ସବ କୁ ସଫଳ କରାଇଛନ୍ତି ତଥା ତାଙ୍କ ହାତର ଯାଦୁଗରୀ ରେ ମୁର୍ତ୍ତି ଓ ତୋରଣ ନିର୍ମାଣ କରିଛନ୍ତି ସେମାନଙ୍କୁ ଭବ୍ୟତା ର ସହ ସମ୍ବର୍ଦ୍ଧିତ କରାଯାଇଥିଲା। ତାପରେ ଆରମ୍ଭ ହୋଇଥିଲା ମେଢର ବିଭିନ୍ନ ପର୍ଯ୍ୟାୟ ର ପୁରସ୍କାର ବିତରଣ ଯେଉଁଥିରେ ପୌରାଧ୍ୟକ୍ଷ ବସନ୍ତ କୁମାର ବିଶ୍ଵାଳ ଚୟନ କର୍ତ୍ତା ଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥିବା ତାଲିକା ଧରି ଗୋଟି ଗୋଟି କରି ନାମ ଡାକିବା ପରେ ଆୟୋଜକ ମାନେ ଆସି ସେମାନଙ୍କ ପୁରସ୍କାର ମୁଖ୍ୟ ଅତିଥି ଶିଳ୍ପ ମନ୍ତ୍ରୀ ଓ ସାଂସଦ ଙ୍କ ଠାରୁ ଗ୍ରହଣ କରିଥିଲେ ।
ବାହ୍ୟ ସାଜସଜ୍ଜା ରେ ଓଡିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ ବା ( ଓମ୍ଫା ) ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦ୍ଵିତୀୟ ସ୍ଥାନ ରେ ଡ୍ରମ୍ଫର୍ ୱନର୍ସ ଆସୋସିଏସନ୍ ଓ ତୃତୀୟ ସ୍ଥାନରେ ଜଗନ୍ନାଥ ଟ୍ରକ୍ ମାଲିକ ସଂଘ ରହି ପୁରସ୍କାର ଗ୍ରହଣ କରିଥିଲେ ।
ସେହିପରି ଆଭ୍ୟନ୍ତରୀଣ ସାଜସଜ୍ଜା ରେ ପାରାଦୀପ ଟ୍ରକ୍ ମାଲିକ ସଂଘ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଜଗତସିଂହପୁର ଜିଲ୍ଲା ଟ୍ରକ୍ ମାଲିକ ସଂଘ ଦ୍ଵିତୀୟ ସ୍ଥାନରେ ଓ ତୃତୀୟ ସ୍ଥାନରେ ଓମ୍ଫା ତଥା ଓଡିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ ଏବଂ ପାରାଦୀପ ଇଣ୍ଡଷ୍ଟ୍ରିଆଲ ୱ୍ବାର୍କର୍ସ ୟୁନିୟନ୍ ରହି ପୁରସ୍କାର ଗ୍ରହଣ କରିଥିଲେ ।
ସେହିପରି ଆଲୋକ ସାଜସଜ୍ଜା ରେ ପାରାଦୀପ ପୋର୍ଟ ଇଲେକ୍ଟ୍ରିକାଲ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଜଗତସିଂହପୁର ଜିଲ୍ଲା ଓ ଡ୍ରମ୍ଫର୍ ମାଲିକ ସଂଘ ଦ୍ଵିତୀୟ ସ୍ଥାନ ରେ ଓ ତୃତୀୟ ସ୍ଥାନରେ ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ ( ଓମ୍ଫା ) ଓ ପାରାଦୀପ ଟ୍ରକ୍ ମାଲିକ ସଂଘ ରହି ପୁରସ୍କାର ଗ୍ରହଣ କରିଥିଲେ ।
ଶାନ୍ତି ଶୃଙ୍ଖଳା ଓ ସାମାଜିକ ବାର୍ତ୍ତା ନେଇ ପ୍ରଥମ ସ୍ଥାନରେ ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ , ଦ୍ଵୀତୀୟ ସ୍ଥାନରେ ପାରାଦୀପ ଟ୍ରକ୍ ମାଲିକ ସଂଘ ଓ ତୃତୀୟ ସ୍ଥାନରେ ଭାରତୀୟ ବନ୍ଦର ମଜଦୁର ସଂଘ କୁ ପୁରସ୍କାର ପ୍ରଦାନ କରାଯାଇଥିଲା।
ସେହିପରି ସାଂସ୍କୃତିକ କାର୍ଯ୍ୟକ୍ରମ ରେ ସ୍ଵତନ୍ତ୍ର ଭାବେ ଭାରତୀୟ ବନ୍ଦର ମଜଦୁର ସଂଘ କୁ ଏକ ସ୍ଵତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା ।
ତେବେ ପାରାଦୀପ ରେ ଏହି ମହୋତ୍ସବ ଜରିଆରେ ଏକ ସୁନ୍ଦର ଭାଇଚାରା ବଜାୟ ରଖିବା ସହ ଏହାକୁ ଉତ୍କର୍ଷତାର ସହ ପାଳନ କରି ଏକ ମନୋରଞ୍ଜନ ଧର୍ମୀ ର ମାହୋଲ ସୃଷ୍ଟି କରିଥିବାରୁ ସମସ୍ତ ଆୟୋଜକ ମାନଙ୍କୁ ସାଧୁବାଦ ଜଣାଇବା ସହ ମହୋତ୍ସବ ର ଉତ୍ତରୋତ୍ତର କାମନା କରିଥିଲେ ।
ତେବେ ଦୀର୍ଘ ଏକ ମାସ ଧରି କଠିନ ପରିଶ୍ରମ କରି ନିଜ ନିଜର ମେଢକୁ ପୁରସ୍କୃତ କରାଇ ଆୟୋଜକ ମାନେ ପୁରସ୍କାର ଗ୍ରହଣ କରି ବେଶ୍ ଖୁସିରେ ଆତ୍ମହରା ହୋଇ ପଡିଛନ୍ତି । ବିଶେଷ କରି ଏହି ପୂଜା ଉତ୍ସବ ଏକ ଗଣପର୍ବ ରେ ପରିଣତ ହୋଇଥିବାରୁ ଏହା ଗାଁ ଗହଳି ରେ ହେଉଥିବା ପ୍ରସିଦ୍ଧ ମେଲଣ ର ଭ୍ରମ ସୃଷ୍ଟି କରିଛି ଏବଂ ଏଥର ପାଗ ଅନୁକୂଳ ରହିବା ସହ ଏହି ମହୋତ୍ସବ ରେ ଲକ୍ଷାଧିକ ଲୋକେ ଦୀର୍ଘ ୭ ଦିନ ଧରି ନିଜେ ବୁଲାବୁଲି କରିବ ସହ ସେମାନଙ୍କ ପରିବାର ବର୍ଗଙ୍କୁ ବୁଲାଇ ଖୁସି ଅନୁଭବ କରିଥିବାରୁ ଲୋକଙ୍କ ଖୁସିରେ ଆମର ଖୁସି ବୋଲି କେତେକ ଆୟୋଜକ କହିଛନ୍ତି ।
ତେବେ ସର୍ବୋପରି ଶାନ୍ତି ଶୃଙ୍ଖଳା ସହିତ ଚଳିତ ବିଶ୍ଵକର୍ମା ପୂଜା ଶେଷ ହୋଇ ରବିବାର ଦିନ ବିସର୍ଜନ କରାଯିବାର କାର୍ଯ୍ୟକ୍ରମ ରହିଛି । ଏହି ଭଷାଣି କାର୍ଯ୍ୟକ୍ରମ ମଧ୍ୟ କିପରି ସୁରୁଖୁରୁ ରେ ହେବ ସେନେଇ ପୋଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ତେବେ ଶିଳ୍ପ ଓ ଶିଳ୍ପୀ ଙ୍କ ଆରାଧ୍ୟ ଦେବତା ବାବା ବିଶ୍ଵକର୍ମା ଙ୍କ ପୂଜା ସମାପନ ପରେ ଲୋକ ଓ ଆୟୋଜକ ମାନେ ଅପେକ୍ଷା କଲେ ପୁଣି ଆର ବରଷ କୁ ........