ବୋଲବମ ପୋଷାକ ପିନ୍ଧି ମଦ ଚୋରା ଚାଲାଣ

ବାଇକ ସହ ୫୦ ଲିଟର ମଦ ଜବତ : ଜଣେ ଗିରଫ

ବୋଲବମ ପୋଷାକ ପିନ୍ଧି ମଦ ଚୋରା ଚାଲାଣ

ସୁବର୍ଣ୍ଣପୁର-- ବିନିକା-ସୋନପୁର ମୁଖ୍ୟ ରାସ୍ତାର କର୍ତ୍ତଙ୍ଗ ଛକରେ ଜଣେ ବ୍ୟକ୍ତି ବୋଲବମ୍ ପୋଷାକ ପିନ୍ଧି ମଦ ଚୋରା ଚାଲାଣ କରୁଥିବା ବେଳେ ସେହି ଅଭିଯୁକ୍ତ କୁ ଗିରଫ କରିଛି ବିନିକା ଅବକାରୀ ବିଭାଗ l ସେଠାରୁ ବାଇକ ସହ ୫୦ ଲିଟର ମଦ ଜବତ କରିଛି l ଗିରଫ ଅଭିଯୁକ୍ତ ଜଣକ ହେଲେ ତରଭା ଥାନା ବୁଦେଲବାହାଲି ଗ୍ରାମର ସୁଦର୍ଶନ ମହାନନ୍ଦ । ସୂଚନା ଅନୁସାରେ ଗତକାଲି ଶ୍ରାବଣ ମାସର ଶେଷ ସୋମବାର ହୋଇଥିବା ବେଳେ ବିଭିନ୍ନ ଶୈବ ପୀଠରେ କାଉଡ଼ିଆ ତଥା ଭକ୍ତ ଙ୍କ ଭିଡ ଲାଗି ରହିଥିଲା l ଏହାର ସୁଯୋଗ ନେଇ ଅଭିଯୁକ୍ତ ଜଣକ ବୋଲବମ ବେଶରେ ନିଜକୁ ସଜାଇ ମଦ ଚୋରା ଚାଲାଣ କରିବା ସମୟରେ ଧରା ପଡ଼ିବା ଘଟଣା ବୋଲବମ ଭକ୍ତ ଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି l ଅଭିଯୁକ୍ତ ଜଣକ ବୋଲବମ ପୋଷାକ ପିନ୍ଧି ବାଇକ ନମ୍ବର ଓଡି-୩୧-ଏଫ-୨୦୦୩ ଯୋଗେ ମଦ ଚୋରା ଚାଲାଣ କରୁଥିବା ବିନିକା ଅବକାରୀ ବିଭାଗ ଖବର ପାଇଥିଲା l ଅବକାରୀ ଅଧିକାରୀ ରାମଚନ୍ଦ୍ର ପଟ୍ଟନାୟକ, ଏଏସଆଇ ଅଭିଳାଷ ବେହେରାଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ କର୍ତ୍ତଙ୍ଗ ଛକ ରେ ଚଢ଼ାଉ କରିଥିଲେ l ଚଢ଼ାଉ ବେଳେ ସେଠାରୁ ବାଇକ ସହ ୫୦ଲିଟର ମଦ ଜବତ କରିଥିଲେ l ଏନେଇ ବିନିକା ଅବକାରୀ ଥାନାରେ କେସ ନମ୍ବର ୧୦୪/୨୫ ଅନୁସାରେ ଏକ ମାମଲା ରୁଜୁ କରି ତାକୁ ଗିରଫ କରିବା ସହ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଅଧିକାରୀ ରାମଚନ୍ଦ୍ର ପଟ୍ଟନାୟକ ସୂଚନା ଦେଇଛନ୍ତି l

ରିପୋର୍ଟ - ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର