ଗଞ୍ଜେଇ ସହ କାର ଜବତ, ଜଣେ ଗିରଫ

ଗଞ୍ଜେଇ ସହ କାର ଜବତ, ଜଣେ ଗିରଫ

ଗଞ୍ଜେଇ ସହ କାର ଜବତ, ଜଣେ ଗିରଫ

ବୌଦ୍ଧ ଜିଲ୍ଲା କଣ୍ଟାମାଳ ପୋଲିସ ବ୍ୟାପକ ଗଞ୍ଜେଇ ଜବତ୍ କରିଥିବା ବେଳେ ଚାଲାଣରେ ବ୍ୟବହୃତ ଏକ କାର ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି l

ସୂଚନା ଅନୁସାରେ ବିଶ୍ଵସ୍ତ ସୂତ୍ରରୁ ଖବରପାଇ କଣ୍ଟାମାଳ ଥାନା ଅଧିକାରୀ ଗୋପୀନାଥ ପ୍ରଧାନଙ୍କ ନିର୍ଦ୍ଦେଶରେ ଏସଆଇ ଲିସାରାଣୀ ସେଠୀଙ୍କ ନେତୃତ୍ୱରେ ଏକ ପୋଲିସ୍ ଟିମ ଏସ୍.ଏଚ ନଂ ୪୧ର କଣ୍ଟାମାଳ ହାଟପଦା ନିକଟରେ ଯାଂଚ କରୁଥିଲେ l ଏହି ସମୟରେ ଏକ କାର (ଓଡ଼ି ୦୨ଏଲ୍ ୬୦୫୯) ଆସୁଥିବା ଦେଖି ସନ୍ଦେହରେ ତାକୁ ଅଟକାଇ ଥିଲେ l ତଦନ୍ତ ପରେ ଉକ୍ତ କାରରୁ ବ୍ୟାପକ ଗଞ୍ଜେଇ ମିଳିଥିବା ବେଳେ ଗଞ୍ଜେଇ ଓ କାରକୁ ଜବତ କରିବା ସହ ଚାଳକ ଯୁବକକୁ ଗିରଫ କରିଛି l ପରେ ଗଞ୍ଜେଇକୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଓଜନ କରାଯିବାରୁ ଏହା ୨୭ କେଜି ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି l ଗିରଫ ଯୁବକ ଜଣକ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳର ଗଣେଶ ମିଶ୍ର (୨୦) ବୋଲି ଜଣାପଡ଼ିଛି l ଏ ସଂକ୍ରାନ୍ତରେ କଣ୍ଟାମାଳ ଥାନାରେ ଏକ ମାମଲା ରୁଜୁ କରି କୋର୍ଟଚାଲାଣ କରାଯାଇଛି ।