ଜାହାଜ ରେ ଓଭର ଲୋଡିଂ, ହୋଇ ପାରୁନି ଗତିଶୀଳ
ପାରାଦୀପ ବନ୍ଦର ପୋତାଶ୍ରୟ ରେ ଅଭାବନୀୟ ସ୍ଥିତି, ଓଭର ଲୋଡିଂ ଜାହାଜ ଗତିଶୀଳ ନେଇ ଚିନ୍ତା ପ୍ରକଟ

ପାରାଦୀପ ବନ୍ଦର ପୋତାଶ୍ରୟ ରେ ଆଜି ଏକ ଅଭାବନୀୟ ସ୍ଥିତି ଦେଖିବାକୁ ମିଳିଛି । ତେବେ ଏହା ରେକର୍ଡ ନିଶା କି ଅସାବଧାନତା ତାହା ଉପରେ ଏବେ ଚର୍ଚ୍ଚା ଜୋର ଧରିଛି। ବନ୍ଦର ପୋତାଶ୍ରୟ ରେ ଥିବା ନିୟୁ ଆଇଓବି ବର୍ଥରେ ରିପ୍ଲେ ପ୍ରାଇଡ୍ ନାମକ ଏକ ଜାହାଜ ଲାଗିଛି ଯେଉଁ ଥିରେ ଜେଏସଡବ୍ଲୁ ର ଆଇରନ୍ ଓର୍ ପ୍ୟାଲେଟ୍ ଲୋଡିଂ ହୋଇଛି। କିନ୍ତୁ ଏହାର କ୍ଷମତା ୧ଲକ୍ଷ ୨୦ହଜାର ମେଟ୍ରିକ୍ ଟନ୍ ଥିବା ବେଳେ ଲୋଡ୍ ହୋଇଛି ପ୍ରାୟ ୧ଲକ୍ଷ ୫୪ହଜାର ମେଟ୍ରିକ୍ ଟନ୍। ଯାହାକି କ୍ଷମତା ପରିମାଣ ଠାରୁ ପ୍ରାୟ ୩୪ହଜାର ମେଟ୍ରିକ୍ ଟନ୍ ଅଧିକ। ତେବେ ଏତେ ପରିମାଣର ଲୁହାପଥର ବୋଝେଇ ହେବା ପରେ ଜାହାଜ ଟି ଆଦୌ ଗତିଶୀଳ ହୋଇ ପାରୁନି, ଯେଉଁଥି ପାଇଁ ଏକ ଅଭାବନୀୟ ପରିସ୍ଥିତି ରେ ଜାହାଜ ଟି ଅଟକି ପଡି ରହିଛି। କିନ୍ତୁ ଏହି ଓଭର ଲୋଡ ପାଇଁ କାହାକୁ ଏ ପର୍ଯ୍ୟନ୍ତ ଦାୟୀ କରାଯାଇ ନାହିଁ କି ଏହା ଉପରେ କେହି ମୁହଁ ଖୋଲୁ ନାହାନ୍ତି। ନିକଟରେ ଏହି ପରି ବିଶାଳ କାୟ ଜାହାଜରେ ଅଧିକ ପଣ୍ୟ ପରିବହନ କରି ପାରାଦୀପ ବନ୍ଦର ଏକାଧିକ ରେକର୍ଡ ପରେ ରେକର୍ଡ ହାସଲ କରିଛି। କିନ୍ତୁ ଏହି ଜାହାଜ ରେ କିପରି ଏତେ ପରିମାଣର ପଣ୍ୟ ଲୋଡ୍ କରାଗଲା ଓ ତାହା କାହିଁକି ଗତିଶୀଳ ହୋଇ ପାରୁନି ତାକୁ ନେଇ ଏବେ ପ୍ରଶ୍ନବାଚୀ ? ଏନେଇ କେହି କିଛି ପ୍ରତିକ୍ରିୟା ଦେଉ ନଥିବା ବେଳେ ବନ୍ଦର କର୍ତ୍ତୃପକ୍ଷ ସମ୍ପୁର୍ଣ୍ଣ ନୀରବ ରହିଛନ୍ତି। ଏହା ରେକର୍ଡ ନିଶାରେ ଓଭର ଲୋଡ ହୋଇଛି କି ଭୁଲ୍ ବଶତଃ ହୋଇଛି କି ଜାଣିଶୁଣି କିଏ ଏପରି କରିଛି ତାକୁ ନେଇ ଉଦବେଗ ପ୍ରକାଶ ପାଇଛି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଜାହାଜ ଓଭର ଲୋଡ ହେବା ପରେ ଏଥିରୁ ପଣ୍ୟ କଢା ଯିବା ନେଇ ଉକ୍ତ ନିୟୁ ଆଇଓବି ବର୍ଥରେ ସେପରି କିଛି ବିଦ୍ଧି ବ୍ୟବସ୍ଥା ନାହିଁ। ତେଣୁ କିପରି ଜାହାଜ ରୁ ପ୍ରାୟ ୩୦ହଜାର ମେଟ୍ରିକ୍ ଟନ୍ ଆଇରନ୍ ଓର୍ ପ୍ୟାଲେଟ୍ ଖଲାସ ହେବ ଏବଂ ପୁନର୍ବାର ଜାହାଜ ଟି ଗତିଶୀଳ ହେବ ସେନେଇ ସମସ୍ତେ ଚିନ୍ତା ପ୍ରକଟ କରିଛନ୍ତି। ତେବେ ଏହି ଅଭାବନୀୟ ପରିସ୍ଥିତି ପାଇଁ ଦାୟୀ କିଏ ଓ ଏହା ଉପରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହା ଉପରେ ଏବେ ସମସ୍ତଙ୍କର ନଜର।