୫ ମାସରେ ଭାଙ୍ଗଲା ୪୦ ଫୁଟର ଷ୍ଟାଚ୍ୟୁ

ମାତ୍ର ୬ ମାସ ତଳେ ବିପୁଳ ଅର୍ଥ ବ୍ୟୟରେ ରାଉରକେଲା ବିମାନ ବନ୍ଦର ଛକରେ ତିଆରି ହୋଇଥିବା ହକି ସ୍ମାରକୀ ଆଜି ଭାଙ୍ଗି ଯାଇଛି।

୫ ମାସରେ ଭାଙ୍ଗଲା ୪୦ ଫୁଟର ଷ୍ଟାଚ୍ୟୁ

ମାତ୍ର ୬ ମାସ ତଳେ ବିପୁଳ ଅର୍ଥ ବ୍ୟୟରେ ରାଉରକେଲା ବିମାନ ବନ୍ଦର ଛକରେ ତିଆରି ହୋଇଥିବା ହକି ସ୍ମାରକୀ ଆଜି ଭାଙ୍ଗି ଯାଇଛି। ରାଉରକେଲାରେ ପୁରୁଷ ହକି ବିଶ୍ୱକପକୁ ନେଇ ସହରରେ ହୋଇଥିବା ବିଭିନ୍ନ ଆକର୍ଷଣୀୟ ପ୍ରକଳ୍ପ ମଧ୍ୟରେ ଜଣେ ବିଶାଳକାୟ ହକି ଖେଳାଳିଙ୍କ ପ୍ରତିମୂର୍ତ୍ତିକୁ ନେଇ ତିଆରି ହୋଇଥିଲା ଏହି ହକି ସ୍ମାରକୀ।

ଜନସାଧାରଣଙ୍କ ପାଇଁ ଏହା ଏକ ଆକର୍ଷଣର କେନ୍ଦ୍ର ବିନ୍ଦୁ ହୋଇଥିଲା। ଭୁବନେଶ୍ୱରର ଏକ ସଂସ୍ଥା ସହାୟତାରେ ଆରଏମସି ପକ୍ଷରୁ ତିଆରି ହୋଇଥିବା ସ୍ମାରକୀ କିପରି ଭାଙ୍ଗିଲା ତାକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଥିଲେ ମଧ୍ୟ ବିଭାଗ ପକ୍ଷରୁ ଏସମ୍ପର୍କରେ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ।