କୁକୁର ଖୋଜୁଛି କୋକେନ୍

ପାରାଦୀପ ପିଆଇସିଟୀ ବର୍ଥରେ ଲାଗିଥିବା ଏମ୍ ଭି ଦେବୀ ନାମକ ଜାହାଜ ରେ ଆହୁରି ଖୋଳତାଡ଼ କରିବା ପାଇଁ ପହଞ୍ଚିଛି STF ର ଡଗ୍ ସ୍କ୍ୱାର୍ଡ,

କୁକୁର ଖୋଜୁଛି କୋକେନ୍

ଗତକାଲି ପାରାଦୀପ ପିଆଇସିଟୀ ବର୍ଥରେ ଲାଗିଥିବା ଏମ୍ ଭି ଦେବୀ ନାମକ ଜାହାଜ ରୁ ବିପୁଳ ପରିମାଣର କୋକେନ୍ ଜବତ୍ ହେବା ପରେ ଏବେ ଆହୁରି ଖୋଳତାଡ଼ କରିବା ପାଇଁ ପହଞ୍ଚିଛି STF ର ଡଗ୍ ସ୍କ୍ୱାର୍ଡ, ଏନେଇ ଏକ ସ୍ବତନ୍ତ୍ର ଟିମ୍ ଏହି ଚୋରା କୋକେନ୍ କୁ ନେଇ ତନାଘନା ଚଳାଇଛି । ଏହା ଏଥର ପ୍ରଥମ ଥର ଆସିଛି ନା ପୂର୍ବରୁ କେବେ ଆସିଛି , ଏଥିରେ କେବଳ ଏହି ଜାହାଜ ସମ୍ପୃକ୍ତ ନା ଆଉ କେଉଁ ଜାହାଜ ସମ୍ପୃକ୍ତ ସେନେଇ ଚାଲିଛି ତନାଘନା । ତେବେ ଏହି ୨୨କିଲୋ କୋକେନ୍ କୁ ସିପ୍ ର ଜଣେ କ୍ରିୟୁ ମେମ୍ବର ଆଣିଥିଲା ବୋଲି ସ୍ପଷ୍ଟ ହୋଇଛି। ତେବେ ଜଣଙ୍କ ପାଖରୁ ଏତେ ପରିମାଣର ବାହାରିଲା ଆଉ କେଉଁ କ୍ରିୟୁ ମେମ୍ବର ପାଖରେ କିଛି ଅଛିକି ? ଏତେ ବଡ଼ ସିପ୍ ରେ କିଏ କେଉଁଠି କାଳେ ଲୁଚାଇଥିବ ସେନେଇ ଗତକାଲି କଷ୍ଟମ୍ ବିଭାଗ ର ଅନୁରୋଧ କ୍ରମେ ରାଜ୍ୟ କ୍ରାଇମବ୍ରାଞ୍ଚ ଓ STF ର ଏକ ପରାକ୍ରମୀ ଡଗ୍ ସ୍କ୍ୱାର୍ଡ ଆଜି ସମଗ୍ର ସିପ୍ ର କେବିନ୍ ସବୁକୁ ଯାଞ୍ଚ କରୁଛି। ଏହି କୋକେନ୍ ଓଡ଼ିଶା ରେ କାହାକୁ ଦିଆ ଯାଇଥାନ୍ତା କି ଆଉ କେଉଁ ରାଜ୍ୟକୁ ଯାଇଥାନ୍ତା ଓ ଏହା ଏକ ରାକେଟ ନା ଏହା ପଛରେ ଆଉ ସବୁ କିଏ ପ୍ରଭାବଶାଳୀ ବ୍ୟକ୍ତି ଅଛନ୍ତି ତାକୁ ନେଇ ଚାଲିଛି ଖୋଳତାଡ଼ । ତେବେ ଏହାକୁ ଆଣିଥିବା କ୍ରିୟୁ ର ସବିଶେଷ ତଥ୍ୟ ଯାଞ୍ଚ କରାଯାଉଛି, ତାକୁ କିଏ ଏତେ ପରିମାଣର କୋକେନ୍ ଦେଇଛି ଏବଂ ସେ କେଉଁ ଦେଶରୁ ଏହାକୁ ଆଣିଛି ଏବଂ ତାହା ପଛରେ କେଉଁ ରାକେଟ୍ କାମ କରୁଛି ତାଙ୍କୁ ଧରିବା ପାଇଁ ଚାଲିଛି ଜବରଦସ୍ତ ଅପରେସନ।

ପାରାଦୀପ ରୁ ଲାଲା ବିନୟ କୁମାର ରାୟ ଙ୍କ ରିପୋର୍ଟ ଓଏନ୍ଏମ୍ ନିୟୁଜ୍