ପାରାଦୀପ ପୋର୍ଟ ବଣିକ ସଂଘରେ ଶୋକସଭା
ପାରାଦୀପ ପୋର୍ଟ ବଣିକ ସଂଘର ପ୍ରାକ୍ତନ ବ୍ୟବସାୟୀ ଏମ.କେ.ଗୋପାଳକୃଷ୍ଣ ଙ୍କ ବିୟୋଗରେ ଶୋକସଭା

ପାରାଦୀପ - ପାରାଦୀପ ବଡ଼ପଡ଼ିଆ ମାର୍କେଟ ର ଜଣାଶୁଣା ପୁରାତନ ତଥା ପ୍ରାକ୍ତନ ହୋଟେଲ ବ୍ୟବସାୟୀ ଏମ.କେ.ଗୋପାଳକୃଷ୍ଣ ଙ୍କ ବିୟୋଗରେ ପାରାଦୀପ ପୋର୍ଟ ବଣିକ ସଙ୍ଘ ପକ୍ଷରୁ ସଙ୍ଘ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ଦିନ ସକାଳ ୯ ଟା ସମୟରେ ଏକ ଶୋକସଭା ଆୟୋଜିତ ହୋଇଯାଇଛି l ବଣିକ ସଙ୍ଘ ସଭାପତି କ୍ଷୀରୋଦ କୁମାର ସ୍ୱାଇଁ ଙ୍କ ଆବାହକତ୍ୱ ରେ ଆୟୋଜିତ ଏହି ଶୋକସଭାରେ ସଂଘର କାର୍ଯ୍ୟକାରୀ ସଭାପତି ଗୋଲେଖ ଚନ୍ଦ୍ର ସାହୁ, ସାଧାରଣ ସମ୍ପାଦକ ଅମୀୟ କୁମାର ପାଣି,ଉପସଭାପତି ପ୍ରୀତିରଞ୍ଜନ ମହାପାତ୍ର, ସହ ସମ୍ପାଦକ ଶକ୍ତିକାନ୍ତ ଦାସ, କୋଷାଧ୍ୟକ୍ଷ ସୋମନାଥ ଖୁଣ୍ଟିଆ, ସଦସ୍ୟ ମୁରଲୀ ରାଓ, ପ୍ରଶାନ୍ତ ପରିଡା, ପ୍ରକାଶ ଦାସ, ତନ୍ମୟ ଦାସ,ଦେବାଶିଷ ସାହୁ ପ୍ରମୁଖଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଓ ବ୍ୟବସାୟୀ ମାନେ ଯୋଗଦେଇ ସ୍ବର୍ଗତ ଗୋପାଳକୃଷ୍ଣ ଙ୍କ ଫୋଟଚିତ୍ର ରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ତାଙ୍କ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ l ତାଙ୍କ ସମାନର୍ଥେ ସକାଳେ କିଛି ସମୟ ମାର୍କେଟ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା l ସୂଚନାଥାଉକି, ସ୍ବର୍ଗତ ଗୋପାଳକୃଷ୍ଣ ଦୀର୍ଘ ୫o ବର୍ଷ ହେବ ରେବୀକା ହୋଟେଲ ପ୍ରତିଷ୍ଠା କରି ବ୍ୟବସାୟ କରିଆସୁଥିଲେ l ସେ ଜଣେ ଅମାୟିକ ଓ ବନ୍ଧୁ ବତ୍ସଳ ବ୍ୟକ୍ତି ଥିଲେ l