କଟକ ରେ ଏନକାଉଣ୍ଟ,ର ଦୁର୍ଦ୍ଧାନ୍ତ ଅପରାଧି ଶଙ୍କର ଓରଫ ଦୀପକ ନାୟକ ଆହତ, ପିସ୍ତଲ ଓ ଗୁଳି ଜବତ
କଟକ ରେ ଏନକାଉଣ୍ଟ,ର ଦୁର୍ଦ୍ଧାନ୍ତ ଅପରାଧି ଶଙ୍କର ଓରଫ ଦୀପକ ନାୟକ ଆହତ, ପିସ୍ତଲ ଓ ଗୁଳି ଜବତ

କଟକ ରେ ଏନକାଉଣ୍ଟର, ଦୁର୍ଦ୍ଧାନ୍ତ ଅପରାଧି ଶଙ୍କର ଓରଫ ଦୀପକ ନାୟକ ଆହତ, ପିସ୍ତଲ ଓ ଗୁଳି ଜବତ
କଟକ, - କଟକ ରେ ଏନକାଉଂଟର । ପୋଲିସ ର ଏନକାଉଂଟରରେ ଦୁର୍ଦ୍ଧାନ୍ତ ଅପରାଧି ଦୀପକ ନାୟକ ଆଲିଆସ ଶଙ୍କର ଆହତ ହୋଇଛି । ତା ନିକଟରୁ ପିସ୍ତଲ ଓ ଗୁଳି ଜବତ ହୋଇଛି ।
ଶଙ୍କର ର ବାମ ଗୋଡ଼ରେ ଗୁଳି ବାଜିଛି । ତାକୁ ଏସସିବି ମେଡ଼ିକାଲ କଲେଜ ହସପିଟାଲ ରେ ଭର୍ତି କରାଯାଇଛି । ତାର ନାମରେ କଟକର ବିଭିନ୍ନ ଥାନାରେ ହତ୍ୟାକାଣ୍ଡ, ଚୋରା ବନ୍ଧୁକ କାରବାର ଭଳି ବହୁ ଅପରାଧିକ ମାମଲା ରହିଛି ।
ମିିଳିଥିବା ସୂଚନା ଅନୁସାରେ ରାଣିହାଟ ଗୋପାଳସାହିର ଦୁର୍ଦ୍ଧାନ୍ତ ଅପରାଧି ଶଙ୍କର ମାରଣାସ୍ତ୍ର ସହ ଯାଉଥିବା ଖବର ପାଇ ବିଡ଼ାନାସୀ ଥାନା ପୋଲିସ ଶଙ୍କରକୁ ଆଜି ସନ୍ଧ୍ୟା ସାଢ଼େ ୮ ଟା ସମୟରେ ଭୁଆସୁଣି ଗଡ଼ା ନିକଟରେ ଅଟକାଇବାକୁ ଚେଷ୍ଟା କରିଥିଲେ । ଶଙ୍କର ପୋଲିସ ର ନିର୍ଦ୍ଧେଶକୁ ନମାନି ଭୁଆସୁଣି ପଡ଼ିଆରେ ପୋଲିସ ଉପରକୁ ଗୁଳି ଚଳାଇଥିଲା । ଏହାର ପ୍ରତି ବଦଳରେ ପୋଲିସ ର ଏକକାଉଂଟରରେ ସେ ଆଉ ଆଗକୁ ଯାଇପାରିନଥିଲା । ପୋଲିସ ତାକୁ କାବୁ କରି ତା ନିକଟରୁ ପିସ୍ତଲ ଓ ଗୁଳି ଜବତ କରିଥିଲା ।