ପାରାଦୀପ ପୋର୍ଟ ବଣିକ ସଂଘ ସଭାପତି ସନ୍ତୋଷ ଙ୍କ ବିରୁଦ୍ଧରେ ତେଜିଲା ଅସନ୍ତୋଷ

ସମସ୍ୟା ଘେରରେ ପାରାଦୀପ ପୋର୍ଟ ବଣିକ ସଂଘ , ସଭାପତି ଙ୍କ ଇସ୍ତଫା ଗ୍ରହଣୀୟ ହେଲା ନାହିଁ, ସଂଘ ଚଳାଇବାକୁ ଆଉ ବର୍ଷେ ବୃଦ୍ଧି 

ପାରାଦୀପ ପୋର୍ଟ ବଣିକ ସଂଘ ସଭାପତି ସନ୍ତୋଷ ଙ୍କ ବିରୁଦ୍ଧରେ ତେଜିଲା ଅସନ୍ତୋଷ

ପାରାଦୀପ : ପାରାଦୀପ ପୋର୍ଟ ବଣିକ ସଂଘ ରେ ଏବେ ଅଭାବନୀୟ ପରିସ୍ଥିତି । ଦୀର୍ଘ ୧୬ବର୍ଷ ଧରି କ୍ଷମତା ଉପଭୋଗ କରୁଥିବା ସଭାପତି ସନ୍ତୋଷ ପଟ୍ଟନାୟକ ଙ୍କ ବିରୁଦ୍ଧରେ ଏବେ ପ୍ରବଳ ଜନ ଅସନ୍ତୋଷ ବୃଦ୍ଧି ପାଇଛି, ଯାହାର ବିସ୍ଫୋରଣ ସୋମବାର ଦିନ ଦେଖିବାକୁ ମିଳିଛି । ଭିତର କଥା କୁ ଭିତରେ ରଖି ଖୋଦ୍ ସଭାପତି ନିଜର କାର୍ଯ୍ୟ ବ୍ୟସ୍ତତା ଦର୍ଶାଇ କାର୍ଯ୍ୟ ରୁ ଓହରିବାକୁ ନିବେଦନ କରିଛନ୍ତି । କିନ୍ତୁ ତାଙ୍କର ଅସହାୟତା ଓ ଅପାରଗତା କୁ କେତେକ ଅନ୍ଧ ସମର୍ଥକ ନ ବୁଝି ପାରି ପୁନର୍ବାର ତାଙ୍କ ଚକ୍ରବ୍ୟୁହ ରେ ଫସି ତାଙ୍କ ର କାର୍ଯ୍ୟ କଳାପ କୁ ଆହୁରି ଗୋଟିଏ ବର୍ଷ ବୃଦ୍ଧି ପାଇଁ ସହମତି ପ୍ରଦାନ କରିଛନ୍ତି। ଯାହାକୁ ନେଇ ବଣିକ ସଂଘ ସଦସ୍ୟ ମାନଙ୍କ ମଧ୍ୟରେ ଏକ ନାକ ଟେକା ଘୃଣିତ ବାତାବରଣ ସୃଷ୍ଟି ହୋଇଛି । ଏଥି ସହ ଏଥିରେ ଖୁବ୍ ଶୀଘ୍ର ପୁର୍ଣ୍ଣଚ୍ଛେଦ ପକାଇବା ପାଇଁ ମଧ୍ୟ ରଣନୀତି ପ୍ରସ୍ତୁତ ହୋଇଛି । 

ଦୀର୍ଘ ୧୬ବର୍ଷ ପୁର୍ବରୁ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିଥିବା ବଣିକ ସଂଘ ରେ ସଭାପତି ପଦ ପାଇଁ ତୁମୁଳ ସଂଗ୍ରାମ ହୋଇଥିଲା । ତତ୍କାଳୀନ ସଭାପତି କିଶୋରୀ ପରିଡାଙ୍କୁ ହଟାଇ ସନ୍ତୋଷ ପଟ୍ଟନାୟକ ଙ୍କୁ ସଭାପତି କରାଯାଇଥିଲା । ସମସ୍ତେ ଭାବିଥିଲେ ସନ୍ତୋଷ ପଟ୍ଟନାୟକ ଆସିଲେ ବଣିକ ସଂଘ ରେ ନାହିଁ ନଥିବା ଉନ୍ନତି ହେବ ଏବଂ ସଦସ୍ୟ ତଥା ବେପାରୀ ଭାଇ ମାନଙ୍କର ସମସ୍ୟା ସବୁ ସମାଧାନ ହୋଇ ପାରିବ । କିନ୍ତୁ ଏହି ଆଶା ଭରସା ସବୁକିଛି ସ୍ବପ୍ନ ପାଲଟିଗଲା , ସଭାପତି ସନ୍ତୋଷ ପଟ୍ଟନାୟକ ବଣିକ ସଂଘ କୁ ଶ୍ରମିକ ସଂଘରେ ପରିଣତ କରାଇ ବଣିକ ଙ୍କ କାମ କମ୍ ଓ ଶ୍ରମିକ ଙ୍କ କାମ ଉପରେ ଗୁରୁତ୍ୱ ଦେଇ ବିଭିନ୍ନ ଆଲୋଚନା ପର୍ଯ୍ୟାଲୋଚନା ଚଳାଇ ରଖିଲେ । ଯାହାକୁ ନେଇ ବଣିକ ସଂଘ ରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଲା , ଏନେଇ ପ୍ରଥମେ ବରିଷ୍ଠ ସଦସ୍ୟ ତଥା ସମ୍ପାଦକ ନିରଞ୍ଜନ ମହାନ୍ତି ମୁହଁ ଖୋଲିବାରୁ ତାଙ୍କୁ ବିଭିନ୍ନ ସମୟରେ ହଇରାଣ ହରକତ କରିବା ସହ ଅଶ୍ରଭ୍ୟ ଭାଷାରେ ଗାଳି ଗୁଲଜ ମଧ୍ୟ ଶୁଣିବାକୁ ପଡ଼ିଥିଲା । ପରିଶେଷରେ ଶ୍ରୀଯୁକ୍ତ ମହାନ୍ତି ନିଜର ମାନ ସମ୍ମାନ ବଞ୍ଚାଇ ନିଜ ଆଡୁ ଇସ୍ତଫା ଦେଇ ନିଜ ପଦରୁ ଓହରିବାକୁ ଶ୍ରେୟ ମଣିଥିଲେ । ବାସ୍ ଏଥିରେ ବିଲେଇ କପାଳ କୁ ସିକା ଛିଣ୍ଡିବା ପରି ସଭାପତି ଙ୍କ କଣ୍ଟା ଗଲା ଭାବି ସଂଘରେ ଏକଛତ୍ରବାଦ ଶାସନ ଚାଲିଲା । ଯାହାକୁ କେତେକ ସଦସ୍ୟ ସହି ପାରୁନଥିଲେ ସୁଦ୍ଧା ମୁହଁ ଖୋଲି କହି ବି ପାରୁନଥିଲେ। 

ତେବେ ପାରାଦୀପ ବନ୍ଦର ପ୍ରଶାସନ ର ଦୌରାତ୍ମ , ବିଦ୍ୟୁତ୍ ବିଭାଗ ର ନାଲି ଆଖି ଓ ସର୍ବୋପରି ବନ୍ଦର ଇଷ୍ଟେଟ୍ ବିଭାଗର ନିର୍ଯାତନା ଚରମ ସୀମା ଛୁଇଁ ଥିଲେ ମଧ୍ୟ ସଭାପତି ନିଜର ଭାବମୂର୍ତ୍ତି ଅକ୍ଷୁର୍ଣ୍ଣ ରଖିବାକୁ ଯାଇ କୌଣସି ପଦକ୍ଷେପ ଗ୍ରହଣ କରି ନଥିଲେ । ଏପରିକି ବନ୍ଦର ପ୍ରଶାସନ ଅଚାନକ ଦୋକାନ ଘର ଭଡ଼ା ବୃଦ୍ଧି କରିଥିବା ରୁ ଏନେଇ ସଭାପତି ଙ୍କୁ ଜଣାଇଥିଲେ ମଧ୍ୟ ସେଥିରେ ସଭାପତି କିଛି ବି ପଦକ୍ଷେପ ଗ୍ରହଣ କରିଲେ ନାହିଁ । ଯେଉଁ ଥିରେ ବଣିକ ସଂଘ ର ଅନେକ ବ୍ୟବସାୟୀ ନାହିଁ ନଥିବା କ୍ଷତି ସହିବା ସହିତ ନିର୍ଯାତନାର ଶିକାର ମଧ୍ୟ ହେଲେ । 

ତେବେ ଚୋର ଘର ସବୁଦିନ ଅନ୍ଧାର ନଥିବା ପରି ମା ଦୁର୍ଗାଙ୍କ ଆଶ୍ରିର୍ବାଦ ରୁ ସଭାପତି ଙ୍କ ବିରୁଦ୍ଧରେ ପ୍ରବଳ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଲା । ଯାହାକି ପରବର୍ତ୍ତୀ ମୁହୁର୍ତ୍ତ ରେ ବିସ୍ଫୋରଣ ରୁପ ନେଲା ।  ଯେହେତୁ ରାଜନୈତିକ କ୍ଷେତ୍ରରେ ପ୍ରଥମେ କଂଗ୍ରେସ ର ମୁଖା ପିନ୍ଧି ଦୀର୍ଘ ଦିନ ହେବ ରହିବା ପରେ ବିଜୁ ଜନତା ଦଳର ସାନିଧ୍ୟ ଲାଭ କରିଥିଲେ। କିନ୍ତୁ ଭାଗ୍ୟର ବିଡମ୍ବନା ଯୋଗୁଁ ଯାହାର ପ୍ରକୃତି ଯାହା ସେନେଇ ବିଜେଡି ରେ ମଧ୍ୟ କୋଣ ଠେସା ହୋଇ ପଡି ରହିଲେ , ଏବେ କୁଆଡେ ବିଜେପି ଆଡେ ମୁହାଁଇ ଥିବାର ଯାହା ଶୁଣିବାକୁ ମିଳୁଛି । ତେବେ ଏଭଳି ବ୍ୟକ୍ତି ବିଶେଷ ବାର ଦୁଆର ଶୁଣ୍ଢି ପିଣ୍ଢା ହୋଇ ଘୁରି ବୁଲୁଥିବା ବେଳେ ପୁଣି ତାଙ୍କ ଭାଗ୍ୟ ଓ ବଣିକ ସଂଘ ର ଭାଗ୍ୟ ବାମ ଆଡକୁ ଗତି କରିଛି । 

ନିଜର ଅନ୍ଧ ସମର୍ଥକ ମାନଙ୍କ ପ୍ରସ୍ତାବକୁ ଭିତ୍ତିକରି ନିଜର ପାରିବା ପଣିଆ ଦେଖାଇ ପୁଣି ଏକ ଅସ୍ଥାୟୀ ଭାବରେ ଏକ ବର୍ଷ କାର୍ଯ୍ୟ କାଳ ବୃଦ୍ଧି ହୋଇଛି । ତେବେ ଏହି ଏକ ବର୍ଷ ରେ ଆକାଶ ରୁ କେଉଁ ଚନ୍ଦ୍ର ତାରା ସଭାପତି ମହୋଦୟ ଗୋଟାଇ ଆଣିବେ ତାକୁ ବିରୋଧୀ ମାନେ ସମାଲୋଚନା କରୁଥିବା ବେଳେ ବିଚରା ନିରିହ ବ୍ୟବସାୟୀ ମାନଙ୍କ ଆଖିରୁ କିଏ ଲୁହ ପୋଛିବ ସେନେଇ ସମସ୍ତେ ଚାତକ ପରି ଚାହିଁ ରହିଛନ୍ତି ।

video click here