ପାରାଦୀପ ରେ ଅଟକ ଥିବା ବାଂଲାଦେଶୀ ସ୍ବଦେଶ ଫେରିବେ
ସ୍ବଦେଶ ଫେରିଯିବ ଅଟକ ବାଂଲାଦେଶ ବୋଟ୍ ଓ ୭୮ ବାଂଲାଦେଶୀ, ପ୍ରତିଫଳିତ ହେଲା ଭାରତ ସରକାରଙ୍କ ମହାନତା

ସ୍ବଦେଶ ଫେରିବେ ପାରାଦୀପ ଥାନାରେ ଅଟକ ରହିଥିବା ୭୮ ଜଣ ବାଂଲାଦେଶୀ ମତ୍ସ୍ୟଜୀବୀ । ଏଥିସହ ତାଙ୍କ ବୋଟ୍ ଲୈଲା ଓ ମେଘନା ମଧ୍ୟ ବାଂଲାଦେଶ ଫେରିଯିବ ଏହାକୁ ନେଇ ଆଜି ସକାଳୁ ବିଦ୍ଧି ବଦ୍ଧ ଭାବରେ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ଏନେଇ ସମଗ୍ର ପ୍ରକ୍ରିୟା ରେ ଭାରତ ସରକାରଙ୍କ ମହାନତା ପ୍ରତିଫଳିତ ହୋଇଛି।
ପାରାଦୀପ ଆଦର୍ଶ ଥାନାରେ ଅଟକ ୭୮ବାଂଲାଦେଶୀ ମତ୍ସ୍ୟଜୀବୀ।ଗତ ଡିସେମ୍ବର ୧୦ତାରିଖରେ ଦୁଇଟି ବାଂଲାଦେଶୀ ଟ୍ରଲର ଭାରତୀୟ ଜଳସୀମାରେ ପ୍ରବେଶ କରି ମାଛ ଧରୁଥିବା ସମୟରେ ୭୮ମତ୍ସ୍ୟଜୀବୀ ଙ୍କ ସହ ଟ୍ରଲର କୁ ଜବତ କରିଥିଲା ଭାରତୀୟ ତଟରକ୍ଷୀ ବାହିନୀ( ଇଣ୍ଡିଆନ୍ କୋଷ୍ଟଗାର୍ଡ)।ସମସ୍ତ ମତ୍ସ୍ୟଜୀବୀ ମାନଙ୍କ ସହିତ ୨ଟ୍ରଲର କୁ ପାରାଦୀପ ବନ୍ଦର ମଧ୍ୟକୁ ଅଣା ଯାଇଥିବା ବେଳେ ସେମାନଙ୍କ ର କାଗଜପତ୍ର ଯାଞ୍ଚ କରା ଯାଇଥିଲା। ତେବେ ସେମାନେ ସମସ୍ତେ ବାଂଲାଦେଶୀ ମତ୍ସ୍ୟଜୀବୀ ବୋଲି କାଗଜପତ୍ର ଯାଞ୍ଚ କରିବା ପରେ ଜଣାପଡିଛି। ତେବେ ସମସ୍ତ ୭୮ ମତ୍ସ୍ୟଜୀବୀ ଙ୍କୁ ପାରାଦୀପ ଆଦର୍ଶ ଥାନାରେ ଅଟକ ରଖା ଯାଇଥିବା ବେଳେ ସେମାନଙ୍କ ର ସ୍ବାସ୍ଥ୍ୟ ବସ୍ଥା ଚିକିତ୍ସା କରାଯାଇଛି। ତେବେ ସମସ୍ତ ମତ୍ସ୍ୟଜୀବୀ ଙ୍କ ସ୍ବାସ୍ଥ୍ୟ ବସ୍ଥା ଠିକ୍ ଥିବା ଜଣାପଡିଛି। ଅନ୍ୟ ପକ୍ଷରେ ଦେଶଦେଶ ମଧ୍ୟରେ ସମ୍ପର୍କ କୁ ନେଇ ଆଇଏମ୍ ବିଏଲ୍(ଇଣ୍ଟର ନ୍ୟାସନାଲ ମେରାଇନ୍ ବଡର୍ ଲାଇନ)ଆଇନ ଅନୁଯାୟୀ ଚୁକ୍ତିନାମା ରହିଛି, ସେ ଦୃଷ୍ଟିରେ ଭାରତୀୟ ଦୁତାବାସ ଏବଂ ବାଂଲାଦେଶ ଦୁତାବାସ ନେଇ ଆଲୋଚନା ଚାଲୁ ରହିଛି। ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ ଏହି ବାଂଲାଦେଶୀ ମାନେ କେବଳ ମାଛ ମାରିବା ଉଦ୍ଦେଶ୍ୟ ଭୂଲବଶତଃ ଭାରତୀୟ ଜଳସୀମା ମଧ୍ୟ କୁ ପ୍ରବେଶ କରି ଆସିଥିଲେ। ସେନେଇ ସେମାନଙ୍କ ର ବୟାନ ରେକର୍ଡ ପରେ ଭାରତ ସରକାର ଏହାକୁ ଏକ କ୍ଷମା ଅପରାଧ ସ୍ବରୂପ ପୁନର୍ବାର ତାଙ୍କ ଦେଶକୁ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଇତି ମଧ୍ୟରେ ପାରାଦୀପ ପୋଲିସ୍ ଏହି ମତ୍ସଜୀବୀ ଙ୍କ ଆତିଥ୍ୟ ସତ୍କାର ର ଦାୟିତ୍ଵ ନେଇ ଅତ୍ୟନ୍ତ ଯତ୍ନ ସହକାରେ ତାଙ୍କର ସକାଳର ଜଳଖିଆ ସମେତ ମଧ୍ୟାହ୍ନ ଭୋଜନ ର ବ୍ୟବସ୍ଥା କରିଥିଲା । ଇମିଗ୍ରେସନ ବିଭାଗ କ୍ଲିଅରାନ୍ସ୍ ସହ କଷ୍ଟମ୍ କ୍ଲିଅରାନ୍ସ୍ ମଧ୍ୟ ଇତିମଧ୍ୟରେ ମିଳି ସାରିଛି । ପୋଲିସ୍ ପ୍ରଶାସନ ପକ୍ଷରୁ ଏକ ସ୍ବତନ୍ତ୍ର ବସ୍ ବ୍ୟବସ୍ଥା କରାଯାଇ ଏହି ବାଂଲାଦେଶୀ ଙ୍କୁ ପାରାଦୀପ ବନ୍ଦର କୋଷ୍ଟ ଗାର୍ଡ୍ ବର୍ଥ୍ କୁ ନିଆଯିବ ଏବଂ ସେଠାରେ ତାଙ୍କୁୁ ଭାରତୀୟ ତଟ୍ଟରକ୍ଷୀ ବାହିନୀ କୁ ମେରାଇନ୍ ପୋଲିସ୍ ହସ୍ତାନ୍ତର କରିବା ନେଇ ସୁଚନା ମିଳିଛି ।