ପାରାଦୀପ ମାଛଧରା ବନ୍ଦର ରେ ଆଖି ଆଗରେ ଡଲଫିନ୍ ର ମୃତ୍ୟୁ

ପାରାଦୀପ ମାଛଧରା ବନ୍ଦର ରେ ଆଖି ଆଗରେ ଡଲଫିନ୍ ର ମୃତ୍ୟୁ

ପାରାଦୀପ ମାଛଧରା ବନ୍ଦର ରେ ଆଖି ଆଗରେ ଡଲଫିନ୍ ର ମୃତ୍ୟୁ

ଆଖି ଆଗରେ ଚାଲିଗଲା ଡଲଫିନ୍ ମାଛ ର ଜୀବନ, ବଞ୍ଚାଇ ପାରିଲେନି କେହି, ଛଟପଟ ହେଉଛି, ବଞ୍ଚିବା ପାଇଁ ନିଜେ ସଂଗ୍ରାମ କରୁଛି ଗୁରୁତର ଆହତ ହୋଇ ଥିବା ଏହି ଡ଼ଲଫିନ, ଏପରିକି ଯେମିତି କି ବଞ୍ଚାଇବା ପାଇଁ ନିବେଦନ ମଧ୍ୟ କରୁଛି। କିନ୍ତୁ ସବୁ ଉଦ୍ୟମ ବ୍ୟର୍ଥ ହୋଇଥିଲା।

ଲଘୁଚାପ ଜନିତ ପ୍ରବଳ ବର୍ଷା ରେ ମାଛଟି କୌଣସି କାରଣରୁ ଆହାତ ହୋଇ ମାଛଧରା ବନ୍ଦର ମଧ୍ୟ କୁ ପଶି ଆସିଥିଲା । ପରେ ବନ୍ଦର ବର୍ଥ ନିକଟରେ ଛଟପଟ ହୋଇ ଏଣେ ତେଣେ ଘୂରି ବୁଲୁଥିଲା ଯାହାକୁ ଉପସ୍ଥିତ ଲୋକେ ମୋବାଇଲ୍ ମାଧ୍ୟମରେ ଭିଡିଓ ଚିତ୍ର ମଧ୍ୟ ଉତ୍ତୋଳନ କରିଥିଲେ। କିନ୍ତୁ କିଛି ସମୟ ପରେ ଡ଼ଲଫିନ ଛଟପଟ ହୋଇ ଏକ ଅଧା ବୁଡି ରହିଥିବା ବୋଟ୍ ର ଆବଦ୍ଧ ମଧ୍ୟରେ ଫସି ଯାଇଥିଲା ଯାହା ଫଳରେ ଦୀର୍ଘ ସମୟ ଧରି ବାହାରକୁ ନ ଆସି ପାରିବାରୁ ତାହାରି ମଧ୍ୟରେ ମୃତ୍ୟୁ ବରଣ କରିଥିଲା। ସ୍ଥାନୀୟ ମତ୍ସ୍ୟଜୀବି ମାନେ ଆକ୍ଳାନ୍ତ ପରିଶ୍ରମ କରି ଉକ୍ତ ଡଲଫିନ୍ କୁ ଉପରକୁ ଆଣିବାକୁ ଚେଷ୍ଟା କରିଥିଲେ ମଧ୍ୟ ଡଲଫିନ୍ କୁ ବଞ୍ଚାଇବାରେ କିନ୍ତୁ ସକ୍ଷମ ହୋଇ ପାରିନଥିଲେ। ତେବେ ମାଛଟି ଯେତେ ବେଳେ ବଞ୍ଚିବା ପାଇଁ ସଂଗ୍ରାମ କରୁଛି ଓ ଗୁରୁତର ଆହତ ଅବସ୍ଥାରେ ପାଣିରେ ଛଟପଟ ହେଉଛି ତାହା ଅତ୍ୟନ୍ତ ହୃଦୟ ବିଦାରକ, ଯାହାକି ଆଜି ସକାଳୁ ମୋବାଇଲ ରୁ ମୋବାଇଲ ଘୁରି ବୁଲୁଛି।