ଦାମ ବାବୁ ଙ୍କ ବାଲି ଶଯ୍ୟା ରେ ଶଙ୍ଖ ଚିହ୍ନ
ପରିବାର ବର୍ଗ ଓ ବନ୍ଧୁ ପରିଜନ ଙ୍କ ମଧ୍ୟରେ ବିସ୍ମୟ କର ପରିବେଶ : କହିଲେ ଦାମ ଙ୍କ ସହିତ ଶଙ୍ଖ ର ସମ୍ପର୍କ ନିବିଡ଼

ଦାମ ବାବୁ ଙ୍କ ଗ୍ରାମ ମଲ୍ଲୀ ପୁରା ରେ ଏବେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଉତ୍ସବ ମୁଖର ପରିବେଶ । ଦଶ ତୁଠ ଓ ଏକାଦଶାହ କାର୍ଯ୍ୟକ୍ରମ ରେ ସମଗ୍ର ପରିବାର ବର୍ଗ ଓ ବନ୍ଧୁ ପରିଜନ ଙ୍କ ମଧ୍ୟରେ କୋଳାହଳ ମୟ ପରିବେଶ । ଇତି ମଧ୍ୟରେ ରିତିନିତୀ ଅନୁଯାୟୀ ସମସ୍ତ ଦଶତୁଠ କାର୍ଯ୍ୟ ସମେତ ବ୍ରାହ୍ମଣ ଭୋଜନ ମଧ୍ୟ ସୁଚାରୁ ରୂପେ ସମ୍ପାଦନ ହୋଇଛି। ଇତି ମଧ୍ୟରେ ପରମ୍ପରା ଅନୁଯାୟୀ ଦଶତୁଠ କୁ ଯିବା ପୂର୍ବରୁ ଦାମ ବାବୁ ଙ୍କ କୋଠରୀ ମଧ୍ୟରେ ଏକ ବାଲି ଶଯ୍ୟା ମଧ୍ୟ ପ୍ରସ୍ତୁତ ହୋଇଥିଲା । ତେବେ ମନ୍ତ୍ର ଉଚ୍ଚାରଣ ଓ ପୁଜା ପାଠ ପରେ ଯେତେ ବେଳେ ଦଶ ହାଣ୍ଡି ତୁଠ କୁ ଯିବାପାଇଁ ପ୍ରସ୍ତୁତ ହୋଇଥିଲା ତାକୁ ଜଣେ ଲୋକ ଉଠାଇବା ଏକ ପ୍ରକାର ଅସମ୍ଭବ ହୋଇ ପଡ଼ିଥିଲା । ଯାହାକୁ ନେଇ ସମଗ୍ର ପରିବାର ଓ ବନ୍ଧୁ ପରିଜନ ଙ୍କ ମଧ୍ୟରେ ଏକ ପ୍ରକାର ବିସ୍ମୟ ପରିସ୍ଥିତି ସୃଷ୍ଟି ହୋଇଥିଲା । କଣ ପାଇଁ ଏହି ଦଶ ହାଣ୍ଡି ଏତେ ଓଜନ ହୋଇଥିଲା ତାକୁ ନେଇ ଚାରିଆଡ଼େ ହୁରି ମଧ୍ୟ ପଡ଼ିଗଲା । ତେବେ ଅନ୍ୟ ମାନେ ଆସି ଦେଖିଲା ବେଳକୁ ଉକ୍ତ ବାଲି ଶଯ୍ୟା ରେ ଏକ ଶଙ୍ଖ ଚିହ୍ନ ଆବିର୍ଭାବ ହୋଇଛି । ତେବେ ଏହି ଖବର ପ୍ରଚାରିତ ହେବା ପରେ ସମଗ୍ର ମଲ୍ଲୀ ପୁରା ଗ୍ରାମ ସମେତ ବାଲିକୁଦା, ଏରସମା , ପାରାଦୀପ ଅଞ୍ଚଳ ତଥା ସମଗ୍ର ଜଗତସିଂହପୁର ଜିଲ୍ଲା ରେ ଏକ ପ୍ରକାର ଖୁସିର ଲହରୀ ଖେଳିଯାଇଛି । ଏପରିକି ଦଳୀୟ କର୍ମୀ ଓ ଦାମ ଅନୁଗତ ମାନଙ୍କ ମଧ୍ୟରେ ମଧ୍ୟ ଖୁସି କହିଲେ ନସରେ । ତେବେ ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ ଦାମଙ୍କ ସହିତ ଶଙ୍ଖ ଚିହ୍ନ ର କିପରି ନିବିଡ଼ ସମ୍ପର୍କ ରହିଛି ଏବଂ ଦାମ କିପରି ଶୟନେ ସ୍ବପନେ ଜାଗରଣେ ବିଜୁ ଜନତା ଦଳ ଓ ଶଙ୍ଖ ଚିହ୍ନ କୁ ସ୍ମରଣ କରୁଥିଲେ ସେନେଇ ଏହା ପ୍ରମାଣିତ କରୁଛି ବୋଲି ଦଳୀୟ କର୍ମୀ ଓ ସମର୍ଥକ ମାନେ ଆଲୋଚନା ପର୍ଯ୍ୟାଲୋଚନା କରୁଥିଲେ । ତେବେ ବାଲି ଶଯ୍ୟା ରେ ଆବିର୍ଭାବ ଏହି ଶଙ୍ଖ ଚିହ୍ନ କୁ ଦେଖି ଉପସ୍ଥିତ ତାଙ୍କ ପୁତ୍ର ସମ୍ବିତ୍ ରାଉତରାୟ, ପୁତ୍ର ବଧୂ ଗୀତାଞ୍ଜଳୀ ରାଉତରାୟ, କନ୍ୟା ପ୍ରିତିନନ୍ଦା ରାଉତରାୟ, ଲୋପାମୁଦ୍ରା ରାଉତରାୟ, ବିଶିଷ୍ଟ ଆଇନଜୀବୀ ସୁରେଶ ଚନ୍ଦ୍ର ଦାସ୍, ନାରୀ ନେତ୍ରୀ ସବିତା ମହାପାତ୍ର, ସମାଜସେବୀ ଅଚ୍ୟୁତ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଦର୍ଶନ କରିଥିଲେ ।