ସଡ଼କ ଦୁର୍ଘଟଣାରେ ଗୁରୁତରଙ୍କୁ ଉଦ୍ଧାର କଲେ ଅଭିନେତା ସିଦ୍ଧାନ୍ତ

ସେ ଖାଲି ରିଲ୍‌ ହିରୋ ନୁହଁନ୍ତି, ରିଅଲ ହିରୋ ମଧ୍ୟ।

ସଡ଼କ ଦୁର୍ଘଟଣାରେ ଗୁରୁତରଙ୍କୁ ଉଦ୍ଧାର କଲେ ଅଭିନେତା ସିଦ୍ଧାନ୍ତ

ସେ ଖାଲି ରିଲ୍‌ ହିରୋ ନୁହଁନ୍ତି, ରିଅଲ ହିରୋ ମଧ୍ୟ। ସଡ଼କ ଦୁର୍ଘଟଣାରେ ଗୁରୁତରଙ୍କୁ ଉଦ୍ଧାର କଲେ, ମେଡିକାଲରେ ଭର୍ତ୍ତି କଲେ ଓ ତାଙ୍କ ପାଖରେ ରହି ସ୍ୱାସ୍ଥ୍ୟାବସ୍ଥା ବୁଝିଲେ। ଏମିତି କିଛି କରି ଉଦାହରଣ ସୃଷ୍ଟି କରିଛନ୍ତି ପୂର୍ବତନ ସାଂସଦ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର।

ସୂଚନା ଅନୁସାରେ, ଗତକାଲି ଭୁବନେଶ୍ୱର ପାହାଳ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଥିଲେ। ଜାତୀୟ ରାଜପଥରେ ପଡ଼ି ଛଟପଟ ହେଉଥିବା ବେଳେ ରାସ୍ତାର ଅପର ପାର୍ଶ୍ୱରେ ଆରପଟେ ଯାଉଥିବା ସିଦ୍ଧାନ୍ତ ଅଟକି ଯାଇଥିଲେ। ତୁରନ୍ତ ଆହତ ବ୍ୟକ୍ତିଙ୍କ ପାଖରେ ପହଞ୍ଚି ଆମ୍ବୁଲାନ୍ସ ଡକାଇଥିଲେ। ଏହାପରେ ଘରୋଇ ହସ୍ପିଟାଲରେ ଆଡମିଟ୍ କରାଇବା ପରେ ତାଙ୍କ ପାଖରେ ହିଁ ରହିଥିଲେ।