ଆମ୍ବୁଲାନ୍ସକୁ ଧକ୍କାଦେଲା ଟ୍ରେନ

ରାୟଗଡ଼ା ଜିଲା କଲ୍ୟାଣସିଂହପୁର ଓ ବିଷମକଟକ ବ୍ଲକ ସୀମାନ୍ତ ବୃନ୍ଦାବାଡିଠାରେ ଏକ ଆମ୍ବୁଲାନ୍ସକୁ ମାଲବାହୀ ଟ୍ରେନ ଧକ୍କା ଦେଇଛି।

ଆମ୍ବୁଲାନ୍ସକୁ ଧକ୍କାଦେଲା ଟ୍ରେନ

ରାୟଗଡ଼ା ଜିଲା କଲ୍ୟାଣସିଂହପୁର ଓ ବିଷମକଟକ ବ୍ଲକ ସୀମାନ୍ତ ବୃନ୍ଦାବାଡିଠାରେ ଏକ ଆମ୍ବୁଲାନ୍ସକୁ ମାଲବାହୀ ଟ୍ରେନ ଧକ୍କା ଦେଇଛି। ଓଡ଼ିଶା ମୋ ପରିବାର ଆମ୍ବୁଲାନ୍ସକୁ ମାଲବାହୀ ଟ୍ରେନ ଧକ୍କା ଦେବା ଫଳରେ ଏହା କ୍ଷତିଗ୍ରସ୍ତ ହୋଇଛି, କିନ୍ତୁ କେହି ମୃତାହତ ହୋଇନାହାନ୍ତି।

ଘଟଣାରୁ ପ୍ରକାଶ ଯେ, ଓଡ଼ିଶା ମୋ ପରିବାର ପକ୍ଷରୁ ଆମ୍ବୁଲାନ୍ସ କଲ୍ୟାଣସିଂହପୁର ଠାରୁ ଜଣେ ରୋଗୀକୁ ଧରି ବିଷମକଟକ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏହାପରେ ଖାଲି ଗାଡି ନେଇ କଲ୍ୟାଣସିଂହପୁର ଫେରିବା ସମୟରେ ଏକ ସବ୍ ରାସ୍ତାରେ ଯିବା ପାଇଁ ଆମ୍ବୁଲାନ୍ସଟି ଉଦ୍ୟମ କରିଥିଲା। ସେହି ରାସ୍ତା ଉପରେ ଥିବା ରେଳ ଧାରଣା ପାର ହୋଇ ଯିବା ସମୟରେ ମାଲବାହୀ ଟ୍ରେନ ଆସୁଥିଲା ଏବଂ ଦୁର୍ଘଟଣା ଘଟିଥିଲା। ତେବେ ଟ୍ରେନ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବଡ ଦୁର୍ଘଟଣା ଏଡାଇ ଦିଆଯାଇଛି। ସ୍ଥାନୀୟ ଲୋକମାନେ ପହଞ୍ଚି ଆମ୍ବୁଲାନ୍ସକୁ ରେଳ ଧାରଣାରୁ ବାହାର କରିଥିଲେ।